ଆଇଆଇସିଙ୍କୁ ଆକ୍ରମଣ ମାମଲା:୫ ଗିରଫ, ୬୩ ଫେରାର୍

Get real time updates directly on you device, subscribe now.

ଲମତାପୁଟ,(ବି.ବି.ଆପ୍ର): ନନ୍ଦପୁର ଥାନା ଲମତାପୁଟ ବ୍ଲକ କୁମାରଗନ୍ଧଣା ପଞ୍ଚାୟତ ହାଟସୁକୁ ଗାଁରେ ଗତ ରବିବାର ଚିନାମାଟି ଖଣିଖନନକୁ କେନ୍ଦ୍ର କରି ନନ୍ଦପୁର ଥାନା ଅଧିକାରୀଙ୍କୁ ମାଡ ମରାଯିବା ମାମଲାରେ ସମ୍ପୃକ୍ତ ୬୮ଜଣଙ୍କ ମଧ୍ୟରୁ ପୁଲିସ ଆଜି ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଥିଲା । ଗିରଫମାନେ ହେଲେ ହାଟସୁକୁ ଓ ପରଜାଖୁଡି ଗାଁର ପୂର୍ଣ୍ଣ ମାଝୀ, ରାମଦାସ ପିକିଆ, ଲମୁଲୁଲେଚନ ଜାନୀ, ସଦନ ମୁଦୁଲି ଏବଂ ମଦନ ଗୁଞ୍ଜିଆ ବୋଲି ନନ୍ଦପୁର ଏସଡ଼ିପିଓ ସଞ୍ଜୟ ମହାପାତ୍ର କହିଛନ୍ତି ।
ସୂଚନାଯୋଗ୍ୟ ଯେ ହାଟସୁକୁ ଅଞ୍ଚଳରୁ ଚିନାମାଟି ଖଣି ଖନନକୁ କେନ୍ଦ୍ର କରି ଗତ ୪ବର୍ଷ ହେଲା ଉଭୟ ଗାଁରେ ଅଶାନ୍ତ ବାତାବରଣ ଜାରି ରହିଛି । ଅଞ୍ଚଳର ସମସ୍ୟା ସମାଧାନ ଏବଂ ଶିଳ୍ପ ପ୍ରତିÂା ଦାବିରେ ସ୍ଥାନୀୟ ଲୋକେ ଏହାକୁ ବନ୍ଦକରୁଥିବା ବେଳେ ପ୍ରଶାସନର ସହଯୋଗରେ ଖଣିମାଲିକ ଖନନ ପ୍ରକ୍ରିୟା ଆରମ୍ଭ କରିଥିଲା । ଗତ ରବିବାର ଘରୋଇ ସୁରକ୍ଷା କର୍ମୀଙ୍କ ସହାୟତାରେ ଖଣି ଖନନ ଆରମ୍ଭ ହୋଇଥିବା ବେଳେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ସୁରକ୍ଷାକର୍ମୀଙ୍କୁ ଅଟକ ରଖିଥିଲେ । ଖବରପାଇ ନନ୍ଦପୁର ଆଇଆଇସି ପ୍ରଫୁଲ୍ଲକୁମାର ଲାକ୍ରା ସେଠାରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସମୟରେ କେତେକ ବ୍ୟକ୍ତି ତାଙ୍କୁ ଏକ ଖାତରେ ପକାଇବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାରେ ମଙ୍ଗଳବାର ପୁଲିସ ଆକ୍ସନ ମୁଡକୁ ଆସିଥିଲା । ଉଭୟ ଗାଁରେ ଦୁଇ ପ୍ଲାଟୁନ୍ ଫୋର୍ସ ସହ ଫ୍ଲାଗ୍ ମାର୍ଚ୍ଚ କରାଯାଇଥିଲା । ଏଏସପି, ୨ଜଣ ଡିଏସପି, ୪ଜଣ ଥାନାଧିକାରୀ ଓ ସ୍ଥାନୀୟ ମାଜିଷ୍ଟେ୍ରଟ ସୀମାଞ୍ଚଳ ପାତ୍ରଙ୍କ ନେତୃତ୍ୱରେ ପୁଲିସ କେତେକ ଆକ୍ରମଣକାରୀଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ସେମାନଙ୍କ ମଧ୍ୟରୁ ଆକ୍ରମଣ କରିଥିବା ୫ଜଣଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ମୋଟ ୬୮ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଏସଡିପିଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ମଙ୍ଗଳବାର ଅଭିଯୁକ୍ତମାନଙ୍କୁ ପୁଲିସ ଗାଡ଼ିରେ ଆଣିବା ସମୟରେ ଭ୍ୟାନକୁ ପଥରମାଡ କରି ଭାଙ୍ଗିବା ଘଟଣାରେ ୧୦ଜଣ ମହିଳାଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଶ୍ରୀ ମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons