ଆଇପିଏଲ ବେଟିଂ, ୪ ଗିରଫ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ଆଇପିଏଲ୍ ମ୍ୟାଚରେ ବେଟିଂ କାରବାରକୁ ନେଇ ମାଲକାନଗିରି ଆଦର୍ଶ ଥାନା ପୁଲିସ ୪ ଜଣ ଜୁଆଡିଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ୯ ଲକ୍ଷ ଟଙ୍କା, ୭ ଟି ମୋବାଇଲ ଫୋନ, ୧୮ଲକ୍ଷ ଟଙ୍କା ଜମାଥିବା ବ୍ୟାଙ୍କ ପାସବୁକ୍ ଜବତ ହୋଇଛି । ଅଭିଯୁକ୍ତ ହେଲେ ସହରର ଶ୍ରୀନାବାଶ ରାଓ, ଜି.ଜଗନ୍ନାଥ ରାଓ, ଭୋଳାନାଥ ବିଶ୍ୱାସ ଓ ବସନ୍ତ ବେହେରା । ଶନିବାର ସନ୍ଧ୍ୟାରେ ମାଲକାନଗିରି ଏସଡିପିଓ ଅଭିଳାଷ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏହାର ଚେର ମାଲକାନଗିରିରୁ ସୀମାନ୍ତ ଛତିଶଗଡ ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଛି ବୋଲି କହିଛନ୍ତି ।
ଗତ ଶୁକ୍ରବାର ଚେନ୍ନାଇ ସୁପରକିଙ୍ଗସ୍ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଫାଇନାଲ ଅନୁÂିତ ହୋଇଥିଲା । ଖେଳ ହାଇଭୋଲଟେଜ୍ ଥିଲା । ମ୍ୟାଚରୁ ବେଆଇନ ଅର୍ଥ ରୋଜଗାର ନିଶାରେ ଜିଲ୍ଲାର କେତେଜଣ ଯୁବକ ଛତିଶଗଡ ରାଜ୍ୟର କେତେଜଣ ବୁକିଂଙ୍କ ଜରିଆରେ ବେଟିଂ ଆରମ୍ଭ କରିଥିଲେ । ପୁଲିସକୁ ଏହି ସୂଚନା ମିଳିଥିଲା । ଏସ୍ପି ପ୍ରହଲ୍ଲାଦ ସାଇମୀନାଙ୍କ ନିଦେ୍ର୍ଧଶରେ ଚଢଉ କରାଯାଇଥିଲା । ଏସଡିପିଓ ଅଭିଳାଷଙ୍କ ନେତୃତ୍ୱରେ ଆଇଆଇସି ରାମପ୍ରସାଦ ନାଗ ଓ ଅନ୍ୟ ପୁଲିସ ଜିଲ୍ଲା ସଦର ମହକୁମାର ଟେଲିଫୋନ ଭବନ ଗଳି ନିକଟରେ ଚଢଉ କରିଥିଲେ । ଏ ନେଇ ଏକ ମାମଲା(୪୭୪/୨୦୨୧) ରୁଜୁ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଅଭିଳାଷ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons