ଆଖୁବାଡ଼ିରୁ ଗିରଫ ହେଲା ଗୋବିନ୍ଦ,ବଲାଙ୍ଗିର ପୁଲିସ ହେପାଜତରେ

Get real time updates directly on you device, subscribe now.

ବଲାଙ୍ଗିର,(ବି.ବି.ବୁ୍ୟରୋ): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତ ରବିବାର ନାଟକୀୟ ଢଙ୍ଗରେ ଟିଟିଲାଗଡ଼ ପୁଲିସ ବାରାକ୍ରୁ ଫେରାର ହୋଇଥିଲା । ଦୁଇଦିନ ପରେ ଆଜି ଅପରାହ୍ନରେ ପୁଣି ଏକ ନାଟକୀୟ ଢଙ୍ଗରେ ପୁଲିସ ତାକୁ କାବୁ କରିଛି । ଟିଟିଲାଗଡ଼ଠାରୁ ମାତ୍ର ୩୦ କିଲୋମିଟର ଦୂର ବଙ୍ଗୋମୁଣ୍ଡା ବ୍ଲକ ଝରିଏଲ ପଞ୍ଚାୟତ ଅନ୍ତର୍ଗତ ବୁଢ଼ିପଦର ଗ୍ରାମର ଏକ ଆଖୁବାଡ଼ିରୁ ପୁଲିସ ତାକୁ କାବୁ କରିଥିବା କୁହାଯାଇଛି । ଗିରଫ ପରେ ଗୋବିନ୍ଦକୁ ବଲାଙ୍ଗିର ପୁଲିସ ମୁଖ୍ୟାଳୟକୁ ଅଣାଯାଇଛି । ଆଜି ରାତିତମାମ ଗୋବିନ୍ଦକୁ ଜେରା କରାଯିବା ପରେ ଆସନ୍ତାକାଲି ଘଟଣା ସମ୍ପର୍କରେ ଅଧିକ ସୂଚନା ଦିଆଯିବ ବୋଲି ଉତ୍ତରାଞ୍ଚଳ ଡିଆଇଜି ଡା.ଦୀପକ କୁମାର ସୂଚନା ଦେଇଛନ୍ତି ।
ମଙ୍ଗଳବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଡିଆଇଜି ଦେଇଥିବା ସୂଚନା ଅନୁସାରେ, ଜିଲ୍ଲା ପୁଲିସର ୪ଟି ଟିମ ମିଳିତ ଭାବରେ ତାକୁ ଖୋଜିଥିଲା । ଗୋବିନ୍ଦ ମୁଣ୍ଡ ଉପରେ ପୁରସ୍କାର ଘୋଷଣା କରାଯାଇଥିଲା । ଶେଷରେ ସ୍ଥାନୀୟ ଲୋକଙ୍କ ଏବଂ ଗୁଇନ୍ଦା ସୂଚନା ଆଧାରରେ ପୁଲିସର ସ୍ୱତନ୍ତ୍ର ଟିମ ବୁଢ଼ିପଦର ପହଞ୍ଚି ତାକୁ କାବୁ କରିଥିôଲା । ଅପରପକ୍ଷରେ ପୂର୍ବରୁ ସୁରକ୍ଷା ଦାୟିତ୍ୱରେ ଅବହେଳା କରିଥିବା ୩ଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି । ଏହାବାଦ୍ ଗୋବିନ୍ଦ କିଭଳି ବାରାକରୁ ଫେରାର ହେବାରେ ସକ୍ଷମ ହୋଇପାରିଲା, ତାକୁ କିଏ ସାହାଯ୍ୟ କରିଥିଲା, ଟିଟିଲାଗଡ଼ରୁ ବଙ୍ଗୋମୁଣ୍ଡା ପର୍ଯ୍ୟନ୍ତ କିଭଳି ପହଞ୍ଚିଲା, ଏଥିରେ ଆଉ କିଏ,କିଏ ସଂପୃକ୍ତ ଅଛନ୍ତି, ତାର ତଦନ୍ତ ପାଇଁ ଆଉ ଏକ ମାମଲା ରୁଜୁ କରାଯାଇଛି । ହେଲେ ତାପୂର୍ବରୁ ସେ ମୁଖ୍ୟ ଅଭିଯୁକ୍ତ ଥିବା ମମିତା ମେହେର ନିଖୋଜ ମାମଲାର ତଦନ୍ତ ହେବ ବୋଲି ଡିଆଇଜି ଡା.ଦୀପକ କୁମାର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons