ଆଶିଷଙ୍କ ଜାମିନ ଖାରଜ, ଆଉ ୨ ଗିରଫ

Get real time updates directly on you device, subscribe now.

ଲକ୍ଷେ୍ନø: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲାରେ ଚାଷୀ ଆନେ୍ଦାଳନ ସମୟରେ ହୋଇଥିବା ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ଆଶିଷ ମିଶ୍ରଙ୍କର ଜାମିନ ଆବେଦନ ବୁଧବାର ଖାରଜ ହୋଇଯାଇଛି । ଆଶିଷ ଓ ତାଙ୍କର ସହଯୋଗୀ ଆଜି ଏହି ମାମଲାରେ ଜାମିନ ପାଇଁ ଆବେଦନ କରିଥିବାବେଳେ ସିଜେଏମ୍ ଚିନ୍ତା ରାମ ସେହି ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏପରିସ୍ଥଳେ ଆଶିଷଙ୍କ ଓକିଲ ଆସନ୍ତାକାଲି ଜିଲ୍ଲା ବିଚାରପତିଙ୍କ ନିକଟରେ ଜାମିନ ପାଇଁ ସାନି ଆବେଦନ କରିବେ ।
ସେପଟେ ବୁଧବାର ଏହି ଘଟଣାରେ ସଂପୃକ୍ତ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ରିପୋର୍ଟ ଅନୁସାରେ ଆଶିଷ ମିଶ୍ରଙ୍କ ଘନିÂ ବନ୍ଧୁ ଅଙ୍କିତ ଦାସ ଓ ଲତିଫ୍ ଓରଫ କାଲେ ଆଜି ସକାଳେ କ୍ରାଇମବ୍ରାଞ୍ଚ ଅଫିସ୍ ପହଞ୍ଚି ଆତ୍ମସମର୍ପଣ କରିଥିଲେ । ସେଠାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଆଇଟି) ସେମାନଙ୍କୁ ୫ ଘଣ୍ଟା ଧରି ଜେରା କରିଥିଲେ । ଏହାପରେ ସେମାନଙ୍କୁ ଗିରଫ କରାଯାଇ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ସେଠାରେ କୋର୍ଟ ସେମାନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି । ଏହି ସମୟରେ ପୁଲିସ ପକ୍ଷରୁ ଜେରା ପାଇଁ ସେମାନଙ୍କୁ ରିମାଣ୍ଡରେ ନେବାକୁ ଦାବି କରାଯାଇଥିଲା । କିନ୍ତୁ ସେମାନଙ୍କ ଓକିଲ ଏହାକୁ ବିରୋଧ କରିଥିଲେ । ସେମାନଙ୍କୁ ପୁଲିସ ରିମାଣ୍ଡରେ ପଠାଯିବା ନେଇ ରାୟକୁ କୋର୍ଟ ସଂରକ୍ଷିତ ରଖିଛନ୍ତି । ଏଥିସହ ଏହି ମାମଲାରେ ମୋଟ ଗିରଫଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।
ଅନ୍ୟପକ୍ଷରେ, ବୁଧବାର ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଏକ ୭ ଜଣିଆ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ ସେମାନେ ଘଟଣା ସହ ସଂପର୍କିତ ତଥ୍ୟ ନେଇ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ । ଏଥିସହ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ଆଶିଷ ମିଶ୍ରଙ୍କ ପିତା କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ପଦରୁ ହଟାଇବାକୁ ଦାବି କରିଥିଲେ । ଏ ସଂପର୍କରେ ରାହୁଲ ଗାନ୍ଧି କହିଛନ୍ତି, ଅଭିଯୁକ୍ତଙ୍କ ପିତା କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ । ସେ ଯେବେ ଯାଏ ପଦରେ ରହିବେ ସେବେଯାଏ ନ୍ୟାୟ ମିଳିବ ନାହିଁ ବୋଲି ଆମେ ରାଷ୍ଟ୍ରପତିଙ୍କୁ ଅବଗତ କରିଛୁ । ଆମେ ମଧ୍ୟ ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି ଏହି ଘଟଣାର ତଦନ୍ତ କରିବାକୁ ଦାବି ରଖିଛୁ । କଂଗ୍ରେସର ଏହି ୭ ଜଣିଆ ଟିମ୍ରେ ମଲ୍ଲିକାର୍ଜ୍ଜୁନ ଖାର୍ଗେ, ଏକେ ଆଣ୍ଟୋନି, ଗୁଲାମ ନବୀ ଆଜାଦ, ଅଧୀର ରଞ୍ଜନ ଚୌଧୁରୀ, ପ୍ରିୟଙ୍କା ଗାନ୍ଧି ଭଦା୍ର, କେସି ବେଣୁଗୋପାଳ ପ୍ରମୁଖ ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons