ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଟାଟା ପାୱାର ଉତ୍ତର ଓଡ଼ିଶା ଡିଷ୍ଟ୍ରିବୁ୍ୟଟର ଲିଃର ଏମ୍ଆରଟି(ମିଟର ରିଲେ ଟେଷ୍ଟିଙ୍ଗ) ଇଲେକ୍ଟ୍ରିକାଲ ଏସ୍ଡିଓ ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି । ମଙ୍ଗଳବାର ସକାଳୁ କେନ୍ଦୁଝର ସହର ସମେତ ୫ଟି ସ୍ଥାନରେ ବାଲେଶ୍ୱର ଓ କେନ୍ଦୁଝର ଭିଜିଲାନ୍ସର ବରିÂ ଅଧିକାରୀମାନେ ଏକକାଳୀନ ଚଢ଼ଉ କରିଥିଲେ । ଚଢ଼ଉରେ ମୋଟ ୨ କୋଟି ୫୭ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର-ଅସ୍ଥାବର ସମ୍ପତ୍ତି ଠାବ ହୋଇଛି ।
ଚଢ଼ଉବେଳେ ଭିଜିଲାନ୍ସ ଶ୍ରୀ ସେଠୀଙ୍କ କେନ୍ଦୁଝର ସହରର ସ୍ପଞ୍ଜ କଲୋନୀରେ ଥିବା ଦୁଇମହଲା କୋଠା, ସହର ମଧ୍ୟରେ ଥିବା ୩ଟି ପ୍ଲଟ୍, ଘଟଗାଁରେ ଗୋଟିଏ ମୂଲ୍ୟବାନ ଜମିର କାଗଜପତ୍ର ଜବତ କରିଛି । ଘଟଗାଁ ଥାନା ଉପରଡିହାରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଥିବା ସମୟରେ ପୈତୃକ ଘର ମୁକୁନ୍ଦପୁରପାଟଣାରେ ମଧ୍ୟ ଚଢ଼ଉ ହୋଇଥିଲା । ଏଥିସହିତ ରିମୁଳି ସ୍ଥିତ ଶ୍ୱଶୂରଘର ଓ ସେ କାମ କରୁଥିବା ବିଦୁ୍ୟତ୍ କାର୍ଯ୍ୟାଳୟରେ ଏକ ସମୟରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୨୪ ଲକ୍ଷ ୬୩ ହଜାର ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୨୪ ଲକ୍ଷ ଟଙ୍କର ବୀମା ଜମା କାଗଜପତ୍ର ଏବଂ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି । ଚଢ଼ଉ ସମୟରେ ୩ଟି ବାଇକ୍ ମଧ୍ୟ ଜବତ କରାଯାଇଛି ।
୧୯୯୨ ମସିହାରୁ ବିଦୁ୍ୟତ୍ ବିଭାଗରେ ନିଯୁକ୍ତି ପାଇବା ପରେ ଉକ୍ତ ସଂପତ୍ତି କରିଥିବାରୁ ଆୟ ଠାରୁ ଯଥେଷ୍ଟ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ଚଢ଼ଉରେ ଜଣେ ଅତିରିକ୍ତ ଏସ୍ପି, ୨ ଜଣ ଡିଏସ୍ପି ଓ ୬ ଜଣ ଇନିସ୍ପେକ୍ଟର ସମେତ କେନ୍ଦୁଝର ଓ ବାଲେଶ୍ୱର ଭିଜିଲାନ୍ସର ଅଧିକାରୀମାନେ ସାମିଲ ହୋଇଥିଲେ । ଚଢ଼ଉ ପରେ ଅଧିକ ପଚରାଉଚରା ପାଇଁ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ୍ ତାଙ୍କୁ ଅଟକ ରଖିଛି । ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons