ଓଡ଼ିଶାକୁ ଜାତୀୟସ୍ତରରେ ପୁରସ୍କୃତ : ରାଜ୍ୟ ସରକାରଙ୍କ ଇ- ଅବକାରୀକୁ ମିଳିଲା ‘ଡିଜିଟାଲ୍‌ ଇଣ୍ଡିଆ ସ୍ବର୍ଣ୍ଣ ପୁରସ୍କାର’

Get real time updates directly on you device, subscribe now.

ନୂଆଦିଲ୍ଲୀ : ଓଡ଼ିଶାକୁ ଜାତୀୟସ୍ତରରେ ପୁରସ୍କୃତ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅବକାରୀ ବିଭାଗକୁ ଇ-ଅବକାରୀ ପାଇଁ ସମ୍ମାନଜନକ “ଡିଜିଟାଲ୍ ଇଣ୍ଡିଆ ସ୍ପର୍ଶ ପୁରସ୍କାର” ପ୍ରଦାନ କରିଛନ୍ତି।ଏହି ପୁରସ୍କାରକୁ ଓଡ଼ିଶା ସରକାରଙ୍କ ତରଫରୁ ଅବକାରୀ ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନି, ଭା.ପ୍ର.ସେ., ଅବକାରୀ ଆୟୁକ୍ତ ଆଶୀଷ କୁମାର ସିଂହ, ଭା.ୟୁ.ସେ., ଅତିରିକ୍ତ ଅବକାରୀ ଆୟୁକ୍ତ ରାମ ଚନ୍ଦ୍ର ପାଲଟା, ଅବକାରୀ ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଓ ରାଷ୍ଟ୍ରୀୟ ସୂଚନା ଏବଂ ବିକ୍ଷାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ନୀହାର ରଞ୍ଜନ ବିଶ୍ବାଳ ଗ୍ରହଣ କରିଛନ୍ତି।ସରକାରଙ୍କର 5T ସୁତ୍ର ଅନୁସାରେ ଅବକାରୀ ବିଭାଗ ୨୦୧୯-୨୦ ରୁ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ସହାୟତାରେ ୩୦ରୁ ଅଧିକ ଅନଲାଇନ୍ ପରିମାପକର କାର୍ଯ୍ୟକାରୀ କରାଇ ସ୍ବଚ୍ଛ, ଅବାଧ, ସ୍ବଳ୍ପ ସମୟ ନିରବିଛିନ୍ନ ଏବଂ ସମୟାନୁବର୍ତୀ ସେବା ଦେଇ ଆସୁଛି।ଅବୈଧ ତଥା ନକଲି ମଦ କାରବାର ରୋକିବା ଓ ବିଭିନ୍ନ ସ୍ତରରେ ସମୟାନୁବର୍ତ୍ତୀ ସେବା ପ୍ରଦାନ ସହଜ ହୋଇଛି ।ଗତ ବର୍ଷ ଡିସେମ୍ବର ସୁଧା ୨୯ ହଜାର ୩୮ ଟି ମକୋଦ୍ଦମା ରୁଜୁ କରାଯାଇଥିବା ବେଳେ ଚଳିତ ବର୍ଷ ୪୫ ହଜାର ୫୪୧ଟି ମକୋଦ୍ଦମା ରୁଜୁ କରାଯାଇଛି | ଚଳିତ ବର୍ଷ ଅବକାରୀ ରାଜସ୍ବ ୬୧୯୭.୫୪ କୋଟି ସଂଗ୍ରହ ହୋଇଥିବା ବେଳେ ଗତ ବର୍ଷ ୫୦୨୩.୯୨ କୋଟି ହୋଇଥିଲା। ଅବକାରୀ ରାଜସ୍ବ ମଧ୍ୟ ୨୩ ପ୍ରତିଶତ ବୃଦ୍ଧି ପାଇଛି ।ସ୍ବଚ୍ଛତା ଓ ସମୟାନୁବର୍ତ୍ତିତା ସମେତ ନିରବଚ୍ଛିନ୍ନ ଅନ୍‌ଲାଇନ୍‌ ସେବା ଯୋଗାଇ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପାଇଛି ରାଜ୍ୟ ଅବକାରୀ ବିଭାଗଲ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons