ଓଲଟିଲା ବୋଲେରୋ: ଜଣେ ମୃତ, ୫ ଆହତ

Get real time updates directly on you device, subscribe now.

କାଳିଆପାଣି,(ବି.ବି.ନୁ୍ୟଜ): କାଳିଆପାଣି ଥାନା ଅନ୍ତର୍ଗତ ରେଙ୍ଗାଲି କେନାଲ ରାସ୍ତାର ଗିରିଙ୍ଗାମାଳି-ଗରାମିଅାଁ ଛକ ନିକଟରେ ଶନିବାର ଅପରାହ୍ଣରେ ଏକ ବୋଲେରା ସିମେଣ୍ଟ ବ୍ୟାରିୟରକୁ ଧକ୍କା ଦେଇ ଓଲଟି ପଡ଼ିଥିଲା । ଏଥିରେ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତରଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ବୋଲେରୋରେ ନିଅାଁ ଲଗାଇ ଦେଇଥିଲେ । ଫଳରେ ଗାଡ଼ିଟି ହୁତ୍ହୁତ୍ ହୋଇ ଜଳୁ ଥିବା ଦେଖିବାକୁ ମିଳିଥିଲା । ସୁକିନ୍ଦା ଦମକଳବାହନୀ ନିଅାଁ ଲିଭାଇଥିବା ଜଣାପଡ଼ିଛି । ମୃତ ବ୍ୟକ୍ତି ଜଣଙ୍କ ଏହି ଥାନା କରଡ଼ା ଗାଡ଼ିଆ ଗ୍ରାମର ରାମନ୍ଦ ସିଂ ମୁଣ୍ଡାଙ୍କ ପୁଅ ଶ୍ୟାମ ମୁଣ୍ଡା(୪୫) ବୋଲି ସୂଚନା ମିଳିଛି ।
କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତରୁ କେତେକ ଲୋକେ ଏକ ବୋଲେରୋ (ଓଡି୩୩ଆର ୭୩୧୩)ରେ କଲରଙ୍ଗିଅତା ଠାରେ ହେଉଥିବା ଦଶହରା ମେଳା ଦେଖିବାକୁ ଯାଉଥିଲେ । ରେଙ୍ଗାଲି କେନାଲ ରାସ୍ତାର ଗରାମିଅାଁ ଠାରେ ବୋଲେରୋଟି ଯାଉଥିବା ସମୟରେ ହଠାତ୍ ଏକ ସିମେଣ୍ଟ ବ୍ୟାରିୟରକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଏଥିରେ ଜଣଙ୍କର ମୃତୁ୍ୟ ହୋଇଥିଲା ଓ ୫ଜଣ ଆହତ ହୋଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସୁକିନ୍ଦା ଡାକ୍ତରଖାନାକୁ ପଠାଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣାଗ୍ରସ୍ତ ବୋଲେରୋରେ ନିଅାଁ ଲଗାଇ ଦେଇଥିଲେ । ଖବର ପାଇ କାଳିଆପାଣି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ପୁଲିସ ମୃତକଙ୍କ ପରିବାରକୁ ଜିଲ୍ଲା ରେଡକ୍ରସ୍ରୁ ୧୦ହଜାର ଟଙ୍କା କ୍ଷତି ପୂରଣ ଦେବା ସହ ବୀମା ବାବଦକୁ ଅର୍ଥ ଦେବାକୁ ଘୋଷଣା କରିଥିଲା । ଖବର ପାଇ ସୁକିନ୍ଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୋଲେରୋରେ ଲାଗିଥିବା ନିଅାଁକୁ ଲିଭାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons