କଙ୍ଗାରୁ କୋର୍ଟରେ ବାପା-ପୁଅଙ୍କୁ ମାଡ଼ ଘଟଣା:ତାତିଲେ ଲୋକେ, ୬ ଅଭିଯୁକ୍ତ ଅଟକ

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ,(ବି.ବି.ନୁ୍ୟଜ): ୧ ଲକ୍ଷ ୯୭ ହଜାର ଟଙ୍କା ଚୋରି ଅଭିଯୋଗରେ ପଟ୍ଟାମୁଣ୍ଡାଇ ସାହୁପଡ଼ÿା ପେଟ୍ରୋଲ ପମ୍ପ୍ର କର୍ମଚାରୀ ସ୍ମୃତିରଞ୍ଜନ ନାଥ ଓ ତାଙ୍କ ବାପା ଗଙ୍ଗାଧର ନାଥଙ୍କୁ କଙ୍ଗାରୁ କୋର୍ଟର ନିଷ୍ପତ୍ତି ମୁତାବକ ନିସ୍ତୁକ ମାଡ଼ ମରାଯିବା ଘଟଣା ଆଜି ଉଗ୍ର ରୂପ ନେଇଛି । ଏହାର ଭିଡିଓ ଭାଇରାଲ୍ ହେବା ପରେ ଆଜି ଲୋକମାନେ ତାତି ଉଠିଛନ୍ତି । ଫଳରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ କରାଯାଇଛି । କେବଳ ସେତିକି ନୁହେଁ, ପେଟ୍ରୋଲ ପମ୍ପ୍ ମାଲିକଙ୍କ ଘର ଉପରକୁ ଢେ଼ଲା ମାଡ଼ କରାଯାଇଛି । ପୁଲିସ ଆନେ୍ଦାଳନକାରୀଙ୍କୁ ଘଉଡ଼ାଇବାକୁ ଯାଇ ଲାଠି ଚାର୍ଜ କରିଛି । ଏହାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି । ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ଅନ୍ୟ କେତେକ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରିଛି ।
ଅଭିଯୁକ୍ତମାନେ ହେଲେ ବିଜୟନଗର ସରପଞ୍ଚ ସୋମନାଥ ତ୍ରିପାଠୀ, ବଳିପାଳ ସରପଞ୍ଚ ପଞ୍ଚାନନ ସ୍ୱାଇଁ, ବଳିପାଳ ସମିତିସଭ୍ୟାଙ୍କ ସ୍ୱାମୀ ତାପସ ପ୍ରଧାନ, ବିଜୟନଗର ଗ୍ରାମର ସୁଜିତ ବିଶ୍ୱାଳ, ପେଟ୍ରୋଲ ପମ୍ପ୍ ମାଲିକ ଅଶୋକ ପତିଙ୍କ ୨ ପୁଅ ଅରୁଣ ପତି ଓ ଅନିରୁଦ୍ଧ ପତି । ଆଜି ବଡ଼ପଡ଼ା, କାଠିଆପଡ଼ା, ବଡ଼ମୋହନପୁର, ସାନମୋହନପୁର, ସାହୁପଡ଼ା, ତିଗିରିଆ, ଅରଡ଼ପଲ୍ଲୀ, ସାନଜରିଆ ଆଦି ଗ୍ରାମର ଶହ ଶହ ସଂଖ୍ୟାରେ ସ୍ତ୍ରୀ ଓ ପୁରୁଷ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡରେ ଦଣ୍ଡିତ କରିବା ଦାବିରେ ଶହ ଶହ ଲୋକେ ମାଳିବସା-ବାବର ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ରାସ୍ତାରେ ଦୀର୍ଘ ସମୟ ଧରି ଯା’ଆସ ଠପ୍ ହୋଇଯାଇଥିଲା । କେନ୍ଦ୍ରାପଡ଼ା ଏସ୍ପି ସନ୍ଦୀପ ସଂପଦ ମଦକରଙ୍କ ନିଦେ୍ର୍ଧଶରେ ପଟ୍ଟାମୁଣ୍ଡାଇ ଏସ୍ଡିପିଓ ସନ୍ଧ୍ୟାରାଣୀ ବେଉରିଆ, ଆଇଆଇସି ତପନ କୁମାର ରାଉତ, ରାଜନଗର ଆଇଆଇସି ତପନ କୁମାର ନାୟକଙ୍କ ନେତୃତ୍ୱରେ ପୁଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆନେ୍ଦାଳନକାରୀଙ୍କୁ ବୁଝାଶୁଝା କରିଥିଲେ । କିନ୍ତୁ ଲୋକେ ପୁଲିସ କଥାକୁ ଶୁଣିନଥିଲେ । ତେଲ ଟାଙ୍କି ମାଲିକ ଅଶୋକ ପତିଙ୍କ ଘର ଉପରକୁ ଢେଲା ମାଡ଼ କରିବା ସହିତ ତାଙ୍କ କାର୍କୁ ଭଙ୍ଗାରୁଜା କରିଥିଲେ । ଅନ୍ୟପକ୍ଷରେ ଏହି ଘଟଣାର ଅନ୍ୟତମ ସହଯୋଗୀ ଟ୍ରାକ୍ଟର ଡ୍ରାଇଭର କୁନୁ ମଣ୍ଡଳଙ୍କ ଘରେଲୋକମାନେ ପଶି ଭଙ୍ଗାରୁଜା କରିଥିଲେ । ଲୋକଙ୍କୁ ଘଉଡ଼ାଇବାକୁ ଯାଇ ପୁଲିସ ଲାଠି ଚାଳନା କରିଥିଲା । ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।
ଅନ୍ୟପକ୍ଷରେ ଏହି ମାମଲାରେ ସଂପୃକ୍ତ ଥିବା ବଡ଼ମୋହନପୁର ସରପଞ୍ଚ ରବୀନ୍ଦ୍ର ବେହେରା, ପେଟ୍ରୋଲ ଟାଙ୍କିର ଅନ୍ୟତମ ମାଲିକ ସୁନାକର ରାଉତ ଓ ତାଙ୍କ ପୁଅ ଜୟ ପ୍ରକାଶ ରାଉତ ପୁଲିସ କାର୍ଯ୍ୟାନୁÂାନ ଭୟରେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ପଟ୍ଟାମୁଣ୍ଡାଇ ଥାନାରେ ଅତିରିକ୍ତ ଏସ୍ପି ହରିଶ ଚନ୍ଦ୍ର ପାଣ୍ଡେ ଉପସ୍ଥିତ ରହି ମାମଲା ତଦାରଖ କରୁଥିବା ସୂଚନା ରହିଛି । ପଟ୍ଟାମୁଣ୍ଡାଇ ପୁଲିସ ଘଟଣା ସଂପର୍କରେ ଏକ ମୋକଦ୍ଧମା ରୁଜୁ କରି ତନାଘନା ତଦନ୍ତ ଚଳାଇଛି । ପ୍ରମାଣସିଦ୍ଧ ଅଭିଯୋଗ ଓ ତଦନ୍ତ ଫଳାଫଳ ଆଧାରରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଆଇଆଇସି ପ୍ରକାଶ କରିଛନ୍ତି । କଙ୍ଗାରୁ କୋର୍ଟରେ ଦଣ୍ଡିତ ପେଟ୍ରୋଲ ପମ୍ପ କର୍ମଚାରୀ ସ୍ମୃତିରଞ୍ଜନ ନାଥ ଓ ତାଙ୍କ ବାପା ଗଙ୍ଗାଧର ନାଥଙ୍କୁ ପୁଲିସ ଥାନାକୁ ଆଣି ଉଭୟଙ୍କଠାରୁ ବୟାନ ରେକର୍ଡ କରିଥିବା ଜଣାଯାଇଛି । ଘଟଣା ପର ଠାରୁ ସ୍ମୃତିରଞ୍ଜନଙ୍କ ପତ୍ତା ମିଳୁନଥିବା ନେଇ ତାଙ୍କ ଘର ଲୋକ ଅଭିଯୋଗ କରି ଆସୁଥିବାବେଳେ ଆଜି ପଟ୍ଟାମୁଣ୍ଡାଇ ପୁଲିସ ସ୍ମୃତିରଞ୍ଜନଙ୍କୁ ଉଦ୍ଧାର କରି ଥାନାକୁ ଆଣିବା ପରେ ତାଙ୍କ ଅନ୍ତର୍ଦ୍ଧାନକୁ ନେଇ ଉପୁଜିଥିବା ଆଶଙ୍କାର ଅନ୍ତ ଘଟିଛିା ସ୍ମୃତିରଞ୍ଜନଙ୍କ ବାପା ଗଙ୍ଗାଧର ଏକ ହସ୍ପିଟାଲରେ ସୁଇପର କାମ କରୁଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ ସେଠାରୁ ଉଠାଇ ଆଣି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଖାଲି ସେତିକି ନୁହେଁ, ସ୍ମୃତିରଞ୍ଜନ ଟଙ୍କା ଚୋରି କଥା ନମାନିବାରୁ ତାଙ୍କୁ କରେଣ୍ଟ ଦିଆଯିବା ସହିତ ଟଙ୍କା ଚୋରି କରିଥିବା ମାନିବାକୁ ବାଧ୍ୟ କରାଯାଇଥିଲା । ଚୋରି ଟଙ୍କା ତାଙ୍କ ବାପାଙ୍କ ପାଖରେ ଥିବା କହିବାକୁ ବାଧ୍ୟ କରାଯାଇଥିଲା । କିନ୍ତୁ ଗଙ୍ଗାଧର ଚୋରି ଟଙ୍କା ନେଇ ନଥିବା କହିବାରୁ ବାପାଙ୍କୁ ପିଟିବାକୁ ସ୍ମୃତିରଞ୍ଜନଙ୍କୁ ଅଭିଯୁକ୍ତମାନେ ଭୟ ଦେଖାଇ ବାଧ୍ୟ କରିଥିଲେ । ଏହି ମାମଲା ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲା ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons