କଲେଜ ଛାତ୍ରଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ରାଉରକେଲା: ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଅଞ୍ଚଳରେ ଜଣେ କଲେଜ ଛାତ୍ର ଆତ୍ମହତ୍ୟା କରିଥିବା ଖବର ମିଳିଛି। ସୂଚନା ଅନୁଯାୟୀ, ସେକ୍ଟର-୨୨(ସାରନଗରୀ) କ୍ୱାଟର ନଂ- ବି/୪୫୧ରେ ବାସ କରୁଥିବା ବି-ଟେକ ଛାତ୍ର ଶ୍ୟାମସୁନ୍ଦର ଓରାମ (୨୪) ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘରେ ପରିବାର ଲୋକ ରାତିରେ ଶୋଇଥିବା ବେଳେ, ଗତକାଲି ବିଳମ୍ବିତ ରାତ୍ରୀରେ ଶ୍ୟାମସୁନ୍ଦର ଘରେ ଥିବା ଫ୍ୟାନ ନିକଟ ପାଇପରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସକାଳେ ପରିବାର ଲୋକେ ଶ୍ୟାମସୁନ୍ଦରଙ୍କୁ ପାଇପରେ ଝୁଲିବା ଅବସ୍ଥାରେ ଦେଖିବା ପରେ ସ୍ଥାନୀୟ ଟାଙ୍ଗରପାଲୀ ଥାନାକୁ ଘଟଣା ସମ୍ପର୍କରେ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ୟାମସୁନ୍ଦରଙ୍କ ଶବକୁ ଉଦ୍ଧାର କରିବା ସହ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶ୍ୟାମ ସୁନ୍ଦର କେଉଁ କାରଣରୁ ଆତ୍ମହତ୍ୟା କଲେ, ଏହାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons