କାଉନସିଲରଙ୍କ ସହ ସମୀକ୍ଷା କଲେ ଜିଲ୍ଲାପାଳ

Get real time updates directly on you device, subscribe now.

ଗଞ୍ଜାମ, (ବି.ବି.ଆପ୍ର): ଗଞ୍ଜାମ ଏନ୍ଏସି ସଭାଗୃହରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ନବନିର୍ବାଚିତ କାଉନସିଲରଙ୍କୁ ନେଇ ଏକ ସମୀକ୍ଷା ବୈଠକ ହୋଇଛି । ଏହି ବୈଠକରେ ଜିଲ୍ଲପାଳ ମୁଖ୍ୟତଃ ଏନଏସି ଅଞ୍ଚଳର ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇଥିଲେ । ୱାର୍ଡ ଗୁଡିକୁ ସ୍ୱଚ୍ଛତା ଆଣିବା ନିମନ୍ତେ ସ୍ଥାନୀୟ ବାସିନ୍ଦାଙ୍କୁ ଆବର୍ଜନା ବାହାରେ ନପକାଇ ଅଳିଆ ଗାଡ଼ିରେ ପକାଇ ଘରର ପାଞ୍ଚ ମିଟର ଅଞ୍ଚଳ ସଫା ରଖିବାକୁ ସାହି ବାସିନ୍ଦାଙ୍କୁ ସଚେତନତା କରିବାକୁ କାଉନସିଲରମାନଙ୍କୁ କହିଥିଲେ । ସମସ୍ତ ଦୋକାନୀ ଅଳିଆ ଡବା ବ୍ୟବହାର ନିଶ୍ଚିତ କରିବାକୁ ଗୁରୁତ୍ୱ ଦେବା ସହ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କୁ ଜାରିମାନା କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଘର ସମ୍ମୁଖରେ ରୋପଣ ହୋଇଥିବା ଚାରା ରକ୍ଷଣାବେକ୍ଷଣ ଗୃହକର୍ତ୍ତା କରିବାକୁ କହିଥିଲେ । ପୋଖରୀର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ହାତକୁ ନେଇ ଲୋକଙ୍କ ସମସ୍ୟା ବୁଝିବାକୁ କହିଥିଲେ । ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଦୀର୍ଘ ଦିନଧରି କାର୍ଯ୍ୟ ହୋଇନଥିବା କଲ୍ୟାଣମଣ୍ଡପ ଓ ମୁଖ୍ୟ ନାଳ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ପଦକ୍ଷେପ ନେବାକୁ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ବିଶ୍ୱଜିତ ରାୟଙ୍କୁ ନିଦେ୍ର୍ଧଶ ଦେଇଥିଲେ ଜିଲ୍ଲାପାଳ । ଉକ୍ତ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକ, ପିଡି ଡୁଡା ସଚିଦାନନ୍ଦ ନାୟକ, ଉପଜିଲ୍ଲାପାଳ ନୀଳମାଧବ ଭୋଇ ମଞ୍ଚାସୀନ ଥିଲେ । କାଉନସିଲର ଅରୁଣ କୁମାର ପଣ୍ଡା, ସଂଯୁକ୍ତା ଦାସଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ । ପୌର ଯନ୍ତ୍ରୀ ବଂଶୀଧର ପରିଡା, ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ସୁମିତ କୁମାର ବେହେରା, କୃଷ୍ଣ ଚନ୍ଦ୍ର ବୈଦ, ଲକ୍ଷ୍ମୀ ପାଢ଼ୀ, ବିଷ୍ଣୁପ୍ରିୟା ସାବତ, ଭାଗ୍ୟଶ୍ରୀ ନାୟକ, ସ୍ୱପ୍ନାରାଣୀ ପଣ୍ଡା, ମିଲନ ମୋହନ ମୁର୍ମୁ, ବିପିନ ବାରିକି, ଦିଲୀପ କୁମାର ପୃଷ୍ଟି, କମଳକାନ୍ତ ଦାସ, ପଦ୍ମ ଚରଣ ସାହୁ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons