କାଠ ବ୍ୟବସାୟୀଙ୍କୁ ଛୁରାମାଡ ମାମଲା:ମୁଖ୍ୟ ଅଭିଯୁକ୍ତ ସହ ୩ଜଣଙ୍କ ଆତ୍ମସମର୍ପଣ

Get real time updates directly on you device, subscribe now.

ରାଇଘର,(ଗଗନ ଗନ୍ତାୟତଙ୍କଠାରୁ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପରଚିପାରା(ଡିଏନକେ) ଗାଁର ନୀଳଗିରି ବ୍ୟବସାୟୀ ଚନ୍ଦନ ପାଲ୍ଙ୍କୁ ଛୁରାମାଡ ମାମଲାର ମୁଖ୍ୟ ଅଭିଯୁକ୍ତ ଓ ତା’ର ଦୁଇ ସହଯୋଗୀ ମଙ୍ଗଳବାର ରାଇଘର କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ହେଲା ବିଭାସ ବାଛାର୍ଡ । ଦୁଇ ସହଯୋଗୀ ହେଲେ କଲ୍ୟାଣ ବାଛାର୍ଡ(କାର୍ତ୍ତିକ) ଓ ତାରୁକ ସରକାର । ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତ ୫ଅଭିଯୁକ୍ତ ପପୁ ବାଛାର୍ଡ, ଶୁଭମ୍ ବାଛାର୍ଡ, ଦୀପକ ବାଛାର୍ଡ, ରାଜୁ ସରକାର ଓ କ୍ରିଷ୍ଣା ସରକାରକୁ କୁନେ୍ଦଇ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଦୀର୍ଘ ତିନି ମାସ ଧରି ମୁଖ୍ୟ ଅଭିଯୁକ୍ତ ଫେରାର୍ ଥିବାବେଳେ କୁନେ୍ଦଇ ପୁଲିସ ତା ଟେର୍ ପାଉ ନଥିଲା ।
୨୦୨୧ଡିସେମ୍ବର ୩୧ରେ ଏହି ଆକ୍ରମଣ ହୋଇଥିଲା । ବ୍ୟାବସାୟିକ କାରଣରୁ ଚନ୍ଦନଙ୍କୁ ଛୁରା ମାଡ଼ ହୋଇଥିଲା । ଗୁରୁତର ହୋଇ ସେ ରାୟପୁର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଏ ନେଇ ଏକ ମାମଲା(୧/୨୨) କୁନେ୍ଦଇ ଥାନାରେ ରୁଜୁ ହୋଇଥିଲା । ଚନ୍ଦନଙ୍କ ସହିତ ତୁରୁଡ଼ିହି(ଡିଏନକେ) ଗାଁର ବିଭାସ୍ ମିଶି ନୀଳଗିରି ବ୍ୟବସାୟ କରୁଥିଲା । ଘଟଣା ଦିନ ଉକ୍ତ ଅଞ୍ଚଳକୁ ରାଉରକେଲାରୁ ଏକ ଟ୍ରକ ସିମେଣ୍ଟ ଧରି ଆସିଥିଲା । ସିମେଣ୍ଟ ଖାଲି ପରେ ବିଭାସ୍ ଉକ୍ତ ଗାଡିରେ ନୀଳଗିିରି କାଠ ନେବାକୁ ଚାଳକଙ୍କୁ କହିଥିଲା । ଗାଡି ମାଲିକଙ୍କୁ ପଚାରିବା ପରେ କାଠ ନେବେ ବୋଲି ଚାଳକ କହିଥିଲେ । କିନ୍ତୁ ଟ୍ରକ ମାଲିକ ଚନ୍ଦନ ପାଲ୍ଙ୍କ ସହ ଯୋଗାଯୋଗ କରି ନୀଳଗିରି କାଠ ନେବାକୁ କହିଥିଲେ । ଏହା ଜାଣିବା ପରେ ବିଭାସ ରାଗି ଯାଇଥିଲା । ବିଭାସର ପୁଅ ଓ ପୁତୁରା ବ୍ୟବସାୟ ପେଣ୍ଠକୁ ଯାଇ ଚନ୍ଦନଙ୍କ ସହ ଗଣ୍ଡଗୋଳ କରିଥିଲେ । ବିଭାସ ସହଯୋଗୀଙ୍କ ସହ ସେଠାରେ ପହଞ୍ଚି ଚନ୍ଦନଙ୍କୁ ଛୁରୀ ମାଡ କରିଥିଲା । ଚନ୍ଦନଙ୍କୁ ପ୍ରଥମେ ହାଟଭରଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ରାୟପୁର ସ୍ଥାନାନ୍ତର କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons