କାଳବୈଶାଖୀର ତାଣ୍ଡବ:ଗଛ ପଡ଼ି ମହିଳା ମୃତ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ): ଆଜି ପୂର୍ବାହ୍ନରେ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ତାଣ୍ଡବଲୀଳା ରଚିଛି । ଝଡ଼ ତୋଫାନ ସାଙ୍ଗକୁ ଘଡ଼ଘଡ଼ି ବର୍ଷାରେ ଲୋକେ ଆଙ୍କିତ ହୋଇପଡ଼ିଛନ୍ତି । ଏଥିଯୋଗୁଁ ଲୋକଙ୍କୁ ତାତିରୁ ଆଶ୍ୱସ୍ତି ମିଳିଛି । ମାତ୍ର କାଳବୈଶାଖୀ ପ୍ରଭାବରେ ଗଛଡାଳ ଭାଙ୍ଗି ପଡ଼ିବାରୁ ଜଣେ ମହିଳାଙ୍କ ମୃତୁ୍ୟ ହୋଇଛି । ମୃତ ମହିଳା ଜଣଙ୍କ ତେଲକୋଇ ଥାନା ମାର୍ଦ୍ଧା ଅଞ୍ଚଳର । ମୃତ ମହିଳା ହେଲେ ମାର୍ଦ୍ଧା ଗ୍ରାମ ମାଟିଆ ସାହିର ସ୍ୱର୍ଗତ ବୁଧିମନ୍ତ ବେହେରାଙ୍କ ପତ୍ନୀ ରସବତୀ ବେହେରା(୫୦) । ଭୋଜି ଖାଇ ଘରକୁ ଫେରୁଥିବାବେଳେ ଗଛଡାଳ ତାଙ୍କ ଉପରେ ମାଡ଼ି ବସିଥିଲା ।
ସୂଚନା ମୁତାବକ, ଆଜି ମାର୍ଦ୍ଧା ଗାଁରେ ଘର ପ୍ରତିÂା ପାଇଁ ଏକ ଭୋଜି ଅନୁÂିତ ହେଉଥିଲା । ରସବତୀ ଉକ୍ତ ଭୋଜି ଖାଇବାକୁ ଯାଇଥିଲେ । ଅପରାହ୍ନ ୪ଟାରେ ସେଠାରୁ ଘରକୁ ଫେରୁଥିଲେ । ଫେରିବା ବାଟରେ କାଳବୈଶାଖୀ ସାଙ୍ଗକୁ ଘଡ଼ଘଡ଼ି ବର୍ଷା ଓ ଝଡ଼ ତୋଫାନ ହୋଇଥିଲା । ତୁହାକୁ ତୁହା ଜୋର୍ରେ ପବନ ଝଟ୍କା ଦେଉଥିଲା । ମାତ୍ର ରସବତୀ ଏସବୁକୁ ଖାତିର୍ ନ କରି ଘରମୁହାଁ ହେଉଥିଲେ । ଘରଠାରୁ ଆଉ ଅଳ୍ପ କିଛି ଦୂରରେ ଥିବା ବେଳେ ଘରେ ପହଞ୍ଚି ଯିବାକୁ ଚେଷ୍ଟା କରୁଥିଲେ । ହେଲେ ବିଧିର ବିଧାନ ଅଲଗା ଥିଲା । ରାସ୍ତାକଡ଼ରେ ଥିବା ଶା ଗଛ ତାଙ୍କୁ ଯମ ରୂପରେ ଜଗି ବସିଥିଲା । ବର୍ଷା ଓ ପବନ ଯେତିକି ବଢ଼ୁଥିଲା, ସେତିକି ସେତିକି ରସବତୀଙ୍କ ପାଦ ଆଗକୁ ବଢ଼ି ଚାଲିଥିଲା । ହେଲେ ରାସ୍ତାକଡ଼ରେ ଥିବା ବଡ଼ ଶାଳଗଛ ହଠାତ୍ ଭାଙ୍ଗିଯିବା ସହ ଦୁଲ୍କରି ରସବତୀଙ୍କ ଉପରେ ପଡ଼ିଯାଇଥିଲା । ଡାଳଟି ରସବତୀଙ୍କ ଶରୀରର ଠିକ୍ ମଧ୍ୟ ଭାଗରେ ମାଡ଼ି ବସିଥିଲା । ସେହିଠାରେ ହିଁ ତାଙ୍କର ମୃତୁ୍ୟ ହୋଇଥିଲା ।
ଏହି ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଖବରପାଇ ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ତେବେ ଗଛଟି ରାସ୍ତା ଉପରେ ପଡ଼ି ଥିବାରୁ ରାଇସୁଅାଁ କଙ୍କଡା ହାଡ଼ ରାସ୍ତା ଅବରୋଧ ହୋଇଛି । ଏହାସହିତ ବିଦୁ୍ୟତ୍ ତାର ଛିଣ୍ଡି ଯାଇଥିବାରୁ ବିଦୁ୍ୟତ୍ ସରାବରାହ ବ୍ୟାହତ ହୋଇଛି । କାଳବୈଶାଖୀ ସମୟରେ ଘରୁ ନ ବାହାରିବାକୁ ସତର୍କ କରାଯାଉଥିବା ବେଳେ ଏଥିପ୍ରତି ସଚେତନ ହେଉ ନ ଥିବାରୁ ଏପରି ଅଘଟଣମାନ ଘଟୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons