କୁକୁଡ଼ାଗାଲିରେ ଚଢ଼ଉ, ୧୩ ଅଟକ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ବାଲିଆ ପଞ୍ଚାୟତ କୁନ୍ତରଖାଲ ପାଖ ଜଙ୍ଗଲରେ କୁକୁଡ଼ାଗାଲି ଚାଲିଥିବା ବେଳେ ଚଢଉ କରିଛି ସଦର ପୁଲିସ । ଜୁଆ ଖେଳୁଥିବା ବେଳେ ୧୩ ଜଣଙ୍କୁ ଧରିଛି । ସେମାନେ ହେଲେ ସହର ଇରିଗେସନ କଲୋନିର ବି.କେ. ବଘେଇ(୬୦), ଖ୍ରୀଷ୍ଟିଆନପେଟାର ଏ. ପାତ୍ର(୪୦), ନୀଳାଗୁଡ଼ାର କେ. ବାଘ(୫୫), ଏସ୍. ହରିଜନ(୩୨), ଉମୁରୀର ଆର୍. ଗଣ୍ଡା(୨୯), ବଡ଼ଓଜେଇର ଡି. ପି. ଭଇଁଷା(୫୧), ଏସ୍. ନାଗ(୩୬), ଜି. ନାଗ(୪୦), ନୂଆଗୁଡ଼ାର ଜି. ସଗରିଆ(୩୮), କେ. ହରିଜନ(୨୯), କୁନ୍ତରଖାଲର ଏସ୍. ନାୟକ(୪୬), ବୈପାରୀଗୁଡ଼ା ଥାନା ଘୁମରର ଏ. ପ;ନାୟକ(୪୬) ଏବଂ ଗନିପୁଟର ଏସ୍. ପାଲାମ୍(୫୮) । ସେମାନଙ୍କ ଠାରୁ ନଗଦ ୧୧ ହଜାର ୭୨୦ ଟଙ୍କା, ୧୨ ଟି ବାଇକ୍ ଏବଂ ୨ଟି କ୍ଷତବିକ୍ଷତ କୁକୁଡ଼ା ଜବତ କରାଯାଇଛି । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଙ୍କୁ ଧାରା ୪୧ରେ ନୋଟିସ୍ ଦେଇ ଛଡ଼ାଯାଇଥିବା ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ କୁକୁଡ଼ାଗାଲି ଚାଲିଥିବା ସମ୍ପର୍କରେ ଖବର ମିଳିଥିଲା । ଏଏସ୍ଆଇ ଗଣେଶପ୍ରସାଦ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଗାଲି ଉପରେ ଚଢଉ କରିଥିଲା । ଘଟଣାସ୍ଥଳରୁ ସମସ୍ତଙ୍କୁ ଧରିବା ପରେ ସେମାନଙ୍କ ପାଖରୁ ୨ଟି ଲହୁଲୁହାଣ ହୋଇଥିବା କୁକୁଡ଼ା ସହ ଉପରୋକ୍ତ ସାମଗ୍ରୀ ଜବତ କରାଯାଇଥିଲା । ପରେ ସମସ୍ତଙ୍କୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଇଥିଲା । ଏଏସ୍ଆଇ ରମାକାନ୍ତ ହୋତା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons