କୁନ୍ଦୁରାରୁ ଆନ୍ଧ୍ର ବେନିୟମ ବାଲି ଚାଲଣ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): କୁନ୍ଦୁରା ତହସିଲ କୋଲାବନଦୀ, କୁର୍ଲୁ ନଦୀର ବାଲିଖାଦାନରୁ ବେନିୟମ ଭାବେ ଆନ୍ଧ୍ରକୁ ଟିପର ଓ ଟ୍ରକ ଯୋଗେ ବାଲି ଚାଲଣ ହେଉଛି । ଏହାର ପ୍ରତିବାଦରେ ଆଜି ଅଞ୍ଚଳବାସୀ କୋରାପୁଟ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗରେ ସେମାନେ ଦର୍ଶାଇଛନ୍ତି, ଖାଦାନରୁ ରାଜ୍ୟବାହାରକୁ ବାଲି ଚାଲଣ ପାଇଁ ସ୍ଥାନୀୟ ଅଧିକାରୀ କୋହଳ ମନୋଭାବ ପୋଷଣ କରୁଛନ୍ତି । ଟିପର ଓ ଟ୍ରକ ଗୁଡ଼ିକରେ ଅଧିକ ମାତ୍ରା ବାଲି ନିଆଯାଉଥିବା ବେଳେ ମାସିକିଆ ପାଉଣା ପାଇ ବାବୁମାନେ ଚୁପ୍ ରହୁଛନ୍ତି । ଅନ୍ୟପକ୍ଷେ ସ୍ଥାନୀୟ ଅଧିବାସୀ ଟ୍ରାକ୍ଟର ଆଦିରେ ବାଲିନେଲେ ମୋଟାଅଙ୍କର ଫାଇନ ଆଦାୟ କରାଯାଉଛି । ବାଲିଚାଲଣକୁ ନେଇ ଏଭଳି ପାତରଅନ୍ତର ନୀତି ବନ୍ଦ ନହଲେ ଆଗାମୀଦିନରେ ତହସିଲ ଘେରାଉ ହେବ ବୋଲି ଏଥିରେ ଉଲ୍ଲେଖ ରହିଛି । ଭାସ୍କର ବେହେରା, ଭାସ୍କର ବିଷୋୟୀ, ନିନିଡ଼ମ୍ବ ଫେର୍ଠିଆ, ସନ୍ତୋଷକୁମାର ପ୍ରଧାନ, ମନୋଜ କୁମାର ପ୍ରମୁଖଙ୍କ ସହିତ ବହୁ ଲୋକ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons