କେନାଲ୍ରୁ ୧୧ ଫୁଟ୍ ଲମ୍ବର କୁମ୍ଭୀର ଉଦ୍ଧାର

Get real time updates directly on you device, subscribe now.

ରାଜନଗର,(ବି.ବି.ନୁ୍ୟଜ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ କଣ୍ଡିରା ପଂଚାୟତ ପଦ୍ମନାଭପୁର ଗାଁ ନିକଟ ହରିଶପୁର କେନାଲରୁ ଆଜି ୧୧ ଫୁଟ ଲମ୍ବର ଏକ ଅଣ୍ଡିରା କୁମ୍ଭୀର ଉଦ୍ଧାର କରାଯାଇଛି । ଆଜି ସକାଳେ କେନାଲ ନିକଟରେ ଚରୁଥିବା ଏକ ଛେଳିକୁ କୁମ୍ଭୀର ଟାଣି ନେଉଥିବା ଲୋକେ ଦେଖିଥିଲେ । ଖବର ପାଇ ଫରେଷ୍ଟର ବିଜୟ ପାତ୍ରଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ ସେଠାରେ ପହଂଚି ଜାଲ ଟାଣି କୁମ୍ଭୀରକୁ ଧରିଥିଲେ । କୁମ୍ଭୀରଟିକୁ ବାଉଁଶଗଡ଼ି ନଦୀରେ ଛାଡ଼ି ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons