କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ : କେନ୍ଦୁପତ୍ରରୁ ଜିଏସ୍ଟି ପ୍ରତ୍ୟାହାର ଦାବି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ଆ.ପ୍ର.): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି ବିଜେଡି ସାଂସଦ । ନୂଆଦିଲ୍ଲୀରେ ସୀତାରମଣଙ୍କୁ ଭେଟିବା ବେଳେ କେନ୍ଦୁପତ୍ରରୁ ଜିଏସ୍ଟି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଦାବିପତ୍ରରେ ଉଲ୍ଲେଖ କରିଛନ୍ତି, କେନ୍ଦୁପତ୍ର ଓଡ଼ିଶାର ପାଖାପାଖି ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ଜୀବିକା । କେନ୍ଦୁପତ୍ର ତୋଳି ସେମାନେ ଗୁଜୁରାଣ ମେଣ୍ଟାଇଥାନ୍ତି । ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର ଲୋକେ ଏହାକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି । ଆଦିବାସୀମାନେ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁସାରେ ଜଙ୍ଗଲ ଭିତରେ ରହିବା ସହିତ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି । ଏବେ କେନ୍ଦୁପତ୍ରରେ ୧୮ଧ ଜିଏସଟି ବସିବା ଦ୍ୱାରା କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିମାନଙ୍କ ଜୀବିକା ଗୁରୁତର ପ୍ରଭାବିତ ହୋଇଛି । ତେଣୁ ଏତେ ସଂଖ୍ୟକ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ରରୁ ଜିଏସ୍ଟି ପ୍ରତ୍ୟାହାର କରାଯାଉ ବୋଲି ବିଜେଡି ସାଂସଦମାନେ ଯୁକ୍ତି ବାଢ଼ିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନଭେମ୍ବର ୨୫ରେ ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କୁ ଚିଠି ଲେଖିଥିବା ସାସଂଦମାନେ କହିଛନ୍ତି । ଚଳିତ ମାସ ୧୭ ତାରିଖରେ ଅନୁÂିତ ୪୮ତମ ଜିଏସ୍ଟି ପରିଷଦ ବୈଠକରେ ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ କେନ୍ଦୁପତ୍ରରୁ ଜିଏସ୍ଟି ଉଠାଇବା ପ୍ରସଙ୍ଗ ଉଠାଇଥିଲେ । ଏହାଦ୍ୱାରା ସେମାନଙ୍କର ଜଙ୍ଗଲ ଅଧିକାର ଆଇନର ଉଲ୍ଲଂଘନ ହେଉଛି ବୋଲି ଯୁକ୍ତି ବାଢ଼ିଥିଲେ । ତେଣୁ ଏହି ଗରିବ ଆଦିବାସୀଙ୍କ ଗୁଜୁରାଣ ମେଣ୍ଟାଇବା ପାଇଁ କେନ୍ଦୁପତ୍ର ଉପରୁ ଜିଏସ୍ଟି ପ୍ରତ୍ୟହାର କରାଯାଉ ବୋଲି ବିଜେଡିର ବରିÂ ସାଂସଦ ପିନାକୀ ମିଶ୍ର, ଡ. ସସ୍ମିତ ପାତ୍ର, ମମତା ମହନ୍ତ, ସୁଲତା ଦେଓ, ଡ. ଅମର ପଟ୍ଟନାୟକ, ଅଚୁ୍ୟତ ସାମନ୍ତ, ନିରଞ୍ଜନ ବିଶି ପ୍ରମୁଖ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କୁ ଅନୁରୋଧ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons