କେମିତି ହୋଇଥିଲା ମନୀଷଙ୍କ ମୃତ୍ୟୁ? ଖୁଲାସା କଲେ ଡିସିପି

Get real time updates directly on you device, subscribe now.

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ମାମଲାର ହୋଇଛି ବଡ଼ ଖୁଲାସା। କିଭଳି ହୋଇଥିଲା ତାଙ୍କ ମୃତ୍ୟୁ? କିଏ ତାଙ୍କୁ ମାରି ପୋଖରୀରେ ଫିଙ୍ଗି ଦେଇଥିଲା? କେଉଁ କାରଣ ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିଲା? ସେନେଇ ରହସ୍ୟ ଉନ୍ମୋଚନ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।
ମନୀଷ ପ୍ରଥମେ ତିନି ଜଣ ସାଙ୍ଗ ସହ ଭୋର ସମୟରେ ପାତ୍ରପଡ଼ା ଅଞ୍ଚଳର ହୋଟେଲକୁ ଯାଇଥିଲେ। ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ପାଟିତୁଣ୍ଡ ହୋଇଥିଲା। ହୋଟେଲ ବାହାରେ ମନୀଷକୁ ତାଙ୍କ ବନ୍ଧୁମାନେ ଆକ୍ରମଣ କରିଥିଲେ। ଅମ୍ରିତ, ଦୀନେଶ ଏବଂ ମୃତ୍ୟୁଞ୍ଜୟ ମନୀଷଙ୍କୁ ଆକ୍ରମଣ କରିଥିଲେ। ଗଣ୍ଡଗୋଳ ଏବଂ ଠେଲାପେଲା ଯୋଗୁଁ ମନୀଷଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ତାଙ୍କ ମୃତଦେହକୁ ପାଖ ପୋଖରୀରେ ଫିଙ୍ଗିଥିଲେ ବୋଲି ଭୁବନେଶ୍ୱର ଡସିପି ସୂଚନା ଦେଇଛନ୍ତି। ଗିରଫ ୩ଜଣ ଅଭିଯୁକ୍ତଙ୍କୁ ରିମାଣ୍ତଡରେ ଆଣିବାକୁ କୋର୍ଟରେ ଆବେଦନ କରିଛୁ ବୋଲି ଡିସିପି କହିଛନ୍ତି।
ତିନିଜଣ ଗିରଫ ଗିରଫ ଅଭିଯୁକ୍ତମାନେ ହେଲେ ଅମ୍ରିତ ବିଶ୍ୱାଳ, ଦିନେଶ ଏବଂ ମୃତ୍ୟୁଞ୍ଜୟ ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଏମାନଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ। ମୃତ୍ୟୁଞ୍ଜୟ, ଦିନେଶଙ୍କୁ କମିଶନରେଟ୍ ପୋଲିସ୍ ଫୁଲବାଣୀରୁ ଭୁବନେଶ୍ୱର ଆଣି ପଚରାଉଚରା କରିବା ପରେ ଗିରଫ କରିଛି। ଏହି ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯିବ। ତେବେ ଦିନେଶ ଏବଂ ମୃତ୍ୟୁଞ୍ଜୟଙ୍କ ସହ ମନୀଷଙ୍କ ପୂର୍ବରରୁ ଚିହ୍ନା ନଥିଲା ବୋଲି ଡିସିପି ଉମାଶଙ୍କର କହିଛନ୍ତି।
ଗତ ୧୦ ତାରିଖରେ ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା। ପ୍ରଥମେ ଅପହରଣ ପରେ ପରେ ହୋଟେଲ୍ ବିଲ୍‌କୁ ନେଇ ବଚସା ଆଦି ଦିଗ ସାମ୍ନାକୁ ଆସିଥିଲା। ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖି ଜେରା କରୁଥିଲା ପୁଲିସ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons