କୋରିୟର୍ ସେଣ୍ଟରରୁ ୫ ଲକ୍ଷ ଲୁଟ୍

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ନବରଙ୍ଗପୁର ସହର ଟାପାକାରିଆଗୁଡାରେ ଥିବା ଆମାଜନ୍ କୋରିୟର ସେଣ୍ଟରର ସର୍ଟର ତାଡ଼ି ଦୁର୍ବୃତ୍ତମାନେ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଏହି କାଣ୍ଡ ଘଟାଇଛନ୍ତି ୩ଜଣ ମୁଖାଧାରୀ ଦୁର୍ବୃତ୍ତ । ଚୋରି କରିବାର ସମସ୍ତ ଦୃଶ୍ୟ ସିସି କ୍ୟାମେରାରେ କଏଦ ରହିଛି । ଥାନାରେ ଏତଲା କ୍ରମେ ଟାଉନ୍ ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସନ୍ଧାନୀ କୁକୁରର ବି ସହାୟତା ନିଆଯାଇଛି ।
ଥାନା ଅଧିକାରୀ ତାରେକ ଅହମ୍ମଦ କହିଛନ୍ତି, ଆମାଜନ୍ ସାମଗ୍ରୀ ଯୋଗାଣକାରୀ ସଂସ୍ଥାର ଫ୍ରାଞ୍ଚାଇଜ୍ ନେଇଥିବା ଏୟାରବr କୋରିୟର କର୍ମଚାରୀ ବୁଧବାର ସକାଳ ୬ଟାରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କାର୍ଯ୍ୟାଳୟର ସର୍ଟର ତଡ଼ାଯାଇଥିବା ଦେଖିବାକୁ ପାଇଥିଲେ । ସିସିଟିଭି ଫୁଟେଜ୍ ଯାଞ୍ଚ ବେଳେ ୩ଜଣ ମୁଖାଧାରୀ ଦୁର୍ବୃତ୍ତ ଏହି ଟଙ୍କା ଚୋରି କରିଥିବା ଜଣାପଡ଼ିଥିଲା । ଦୁଇଜଣ ବାହାରେ ପହରା ଦେଉଥିବା ବେଳେ ଜଣେ ଭିତରକୁ ପଶି ଟଙ୍କା ଲୁଟିଥିଲେ । ଏ ସଂପର୍କରେ କୋରିୟର ସଂସ୍ଥାର ପରିଚାଳକ ସଞ୍ଜୟ ବିଶୋୟୀ ଥାନାରେ ଏତଲା ଦେଇଥିଲେ । ପୁଲିସ୍ ସହ କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପ୍ରଥମ ଦିନରେ ପୁଲିସ୍କୁ କୌଣସି ସୁରାକ୍ ମିଳିନି । ସିସି କ୍ୟାମେରାରେ ଲୁଟ୍ର ସମସ୍ତ ଦୃଶ୍ୟ କଏଦ ହୋଇଥିବା ବେଳେ ଦୁର୍ବୃତ୍ତମାନେ ମୁଖା ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନଟ କରିବା ପୁଲିସ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons