ଗଛରେ ଚଢ଼ି ସଜନା ଶାଗ ତୋଳୁଥିଲେ:ବିଦୁତ୍ ଆଘାତରେ ଜୀବନ ଗଲା

Get real time updates directly on you device, subscribe now.

ତେଲକୋଇ,(ବି.ବି.ନୁ୍ୟଜ): ଗଛରେ ଚଢ଼ି ସଜନା ଶାଗ ତୋଳୁଥିଲେ । ଏତିକିବେଳେ ବିଦୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଜୁଆଙ୍ଗ ଯୁବକଙ୍କ ମୃତୁ୍ୟ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ କେନ୍ଦୁଝର ସଦର ଥାନା ତୁଙ୍ଗୁରୁଡିହି ଗାଁର ଲକ୍ଷ୍ମଣ ଜୁଆଙ୍ଗଙ୍କ ପୁଅ ଦାସ ଜୁଆଙ୍ଗ(୩୦) । କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ସମ୍ମୁଖରେ ଆଜି ଏଭଳି ଅଘଟଣ ଘଟିଛି ।
ଦାସ କାଞ୍ଜିପାଣିସ୍ଥିତ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲେ । ଆଜି ପୂର୍ବାହ୍ନ ସମୟରେ କାଞ୍ଜିପାଣି ଥାନା ନିକଟ ତେଲକୋଇ କାଞ୍ଜିପାଣି ରାସ୍ତା ପାଶ୍ୱର୍ରେ ଥିବା ଏକ ସଜନା ଗଛକୁ ଶାଗ ତୋଳିବାକୁ ଚଢ଼ିଥିଲେ । ମାତ୍ର ଗଛ ମଧ୍ୟରେ ଉଚ୍ଚ ଶକ୍ତି ସମ୍ପନ୍ନ ୩୩ କେଭି ବିଦୁତ୍ ତାର ଯାଇଥିବା ଜାଣିପାରି ନ ଥିଲେ । ଫଳରେ ଶାଗ ତୋଳୁ ତୋଳୁ ଦାସଙ୍କୁ ଶକ୍ତ ବିଦୁ୍ୟତ୍ ଆଘାତ ଲାଗିଥିଲା । ନିମିଷକ ମଧ୍ୟରେ ସେହି ଗଛ ଉପରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ଦାସଙ୍କୁ ଖୋଜାଖୋଜି କରିଥିଲେ । କିଛି ସମୟରେ ସଜନା ଗଛ ଉପରେ ମୃତ ଅବସ୍ଥାରେ ଲଟକି ରହିଥିବା ଦାସଙ୍କୁ ଦେଖିବାକୁ ପାଇଥିଲେ । ଏହି ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ହୋଇଥିଲା । ବିଦୁ୍ୟତ୍ ବିଭାଗର ଦାୟିତ୍ୱହୀନତା ଓ ଅବହେଳା ପାଇଁ ଏହି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।
ଦାସଙ୍କ ମୃତୁ୍ୟ ହେବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ପୁଲିସ୍ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ମୃତଦେହକୁ ଗଛ ଉପରୁ ଓହ୍ଲାଇଥିଲା । ଗଛ ପାଖ ଦେଇ ବିଦୁ୍ୟତ୍ ତାର ଯାଇଥିବା ବେଳେ ଗଛରୁ ଡାଳ କାଟିବା ଏବଂ ଗଛ ଓ ବିଦୁ୍ୟତ୍ ତାର ମଧ୍ୟରେ ବ୍ୟାପକ ବ୍ୟବଧାନ ରଖିବା ନିୟମ ଥିବାବେଳେ ଏଠାରେ ବିଦୁ୍ୟତ୍ ବିଭାଗ ପକ୍ଷରୁ ନିୟମର ଖୋଲା ଉଲ୍ଲଙ୍ଘନ ହୋଇଛି । ଖାସ୍ ଏହି କାରଣରୁ ଗୋଟିଏ ମୂଲ୍ୟବାନ ଜୀବନ ଅକାଳରେ ଝଡ଼ି ଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏହି ଘଟଣାକୁ ନେଇ କାଞ୍ଜିପାଣି ପୁଲିସ୍ ୦୫/୨୨ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons