ଗଛରେ ପିଟିହେଲା କାର୍, ୪ ଗୁରୁତର

Get real time updates directly on you device, subscribe now.

ପଦ୍ମପୁର,(ବି.ବି.ନୁ୍ୟଜ): ରାସ୍ତାପାଶ୍ୱର୍ ବରଗଛରେ ପିଟି ହୋଇ ପଦ୍ମପୁର ଥାନା ରାୟଲପଦର ଛକଠାରେ ଗୋଟିଏ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଗାଡିରେ ବସିଥିବା ୪ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଦମକଳ ଯବାନମାନେ ସେମାନଙ୍କୁ ଉଦ୍ଧାର କରି ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଡ୍ରାଇଭରଙ୍କୁ ଗୁଣପୁର ଉପଖଣ୍ଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ତଦନ୍ତ ଆରମ୍ଭ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ ଏକ କାର(ଓଡି ୧୮ ଡି ୦୩୩୯)ଗୁଣପୁରରୁ ସିଙ୍ଗିପୁର ଆସୁଥିବା ବେଳେ ରାୟଲପଦର ଛକ ନିକଟ ଏକ ବରଗଛରେ ପିଟି ହୋଇଥିଲା । ସ୍ଥାନୀୟ ଲୋକେ ଦମକଳ କେନ୍ଦ୍ରକୁ ସୂଚନା ଦେବା ପରେ ଅଫିସର ସୁଶାନ୍ତକୁମାର ସେଠୀ ଓ କର୍ମଚାରୀମାନେ ସେଠାରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons