ମୋହନା: ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ଗଳାକାଟି ବାପା, ପୁଅଙ୍କୁ ହତ୍ୟା । ଗଜପତି ଜିଲ୍ଲା ଅଡ଼ବା ଥାନା ଅଧୀନ ଗୁଲୁବା ପଞ୍ଚାୟତର ମୁଠାଗୁଡ଼ା ଗ୍ରାମରେ ଗତକାଲି ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ସେହି ଗ୍ରାମର ଲୁକ ଦଳବେହେରା(୫୭) ଓ ତାଙ୍କ ପୁଅ ଅନୁକ ଦଳବେହେରା(୨୨) ।
ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଶନିବାର ରାତିରେ ଖାଇସାରି ଲୁକ ଓ ତାଙ୍କ ପୁଅ ଅନୁକ ଦୁହେଁ ମିଶି ଘର ବାରଣ୍ଡାରେ ଶୋଇଥିଲେ । ମା’ ଏଲିଆନ ଓ ଝିଅ ନୟନି ଘର ଭିତରେ ଶୋଇଥିଲେ । ତେବେ ବିଳମ୍ବିତ ରାତିରେ ଅନୁକ ରକ୍ତାକ୍ତ ଅବସ୍ଥାରେ ଘରେ ପଶି ବାପାଙ୍କୁ ହତ୍ୟା କରାଯାଇଥିବା କହି ନିଜେ ଟଳିପଡ଼ିଥିଲେ । ସକାଳେ ଖବରପାଇ ଗଜପତି ଏସ୍ପି ତପନ କୁମାର ପ;ନାୟକ, ରା.ଉଦୟଗିରି ଏସ୍ଡିପିଓ ଦିଲ୍ଲୀପ ନାୟକ, ଅଡ଼ବା ଥାନା ଅଧିକାରୀ ଆନନ୍ଦ ପାତ୍ର, ମୋହନା ଥାନା ଅଧିକାରୀ ସୁଜିତ୍ ନାୟକଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚô ସରଜମିନ୍ ତଦନ୍ତ ଆରମ୍ଭ କରିଛନ୍ତି । ଲୁକଙ୍କ ମୃତଦେହ ଗାଁ ନିକଟ ଏକ ପଡ଼ିଆରେ ପଡ଼ିଥିବା ବେଳେ ତାଙ୍କ ପୁଅଙ୍କ ମୃତଦେହ ଘରେ ଦେଖିବାକୁ ମିଳିଥିଲା । ସନ୍ଧାନୀ କୁକୁର ସହ ସାଇଣ୍ଟଫିକ୍ ଟିମ୍ର ଅନୁଧ୍ୟାନ ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୁଲିସ । ପୂର୍ବ ଶତ୍ରୁତା ଓ ଗୁଣିଗାରେଡ଼ି ସନେ୍ଦହରେ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ଅନୁମାନ କରୁଛି । ତଥାପି ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ଏସ୍ଡିପିଓ କହିଛନ୍ତି ।
ପୂର୍ବରୁ ଗାଁରେ କାହାର ମୃତୁ୍ୟ ହେଲେ ଲୁକ ଗୁଣି କରି ମାରିଥିବା ନେଇ ଗ୍ରାମବାସୀ ସନେ୍ଦହ କରୁଥିଲେ । ଏନେଇ ଅନେକ ଥର ଗ୍ରାମରେ ବୈଠକ ବସି, ତାଙ୍କ ପରିବାର ଲୋକଙ୍କୁ ଧମକ ମଧ୍ୟ ଦିଆଯାଇଥିବା ଲୁକଙ୍କ ଝିଅ କହିଛନ୍ତି । ଏଥିପାଇଁ ଗାଁ ଲୋକଙ୍କ ସହ ଶତ୍ରୁତା ବଢ଼ିଥିବା ମଧ୍ୟ ସେ କହିଛନ୍ତି । ଲୁକଙ୍କ ନିଜ ଘର ପାଟିପଙ୍କା ଗ୍ରାମରେ ହୋଇଥିବା ବେଳେ ଗତ କିଛି ବର୍ଷ ହେଲା ପରିବାର ସହ ମୁଠାଗୁଡ଼ା ଗ୍ରାମରେ ରହି ଆସୁଥିଲେ । ଲୁକଙ୍କ ପତ୍ନୀ, ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି । ହେଲେ ଦୁଇ ଝିଅଙ୍କ ବିବାହ ସମ୍ପନ୍ନ ହୋଇଯାଇଛି । ଗ୍ରାମରେ ଚାଷବାସ କରି ଭଲରେ ରହୁଥିବାରୁ, କେତେକ ଲୋକ ତାଙ୍କ ପରିବାର ପ୍ରତି ହିଂସା କରୁଥିଲେ ବୋଲି ତାଙ୍କ ଝିଅ ଅଭିଯୋଗ କରିଛନ୍ତି ।
ଏ ସମ୍ପର୍କରେ ଲୁକଙ୍କ ଝିଅ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ । ଏହାପରେ ରବିବାର ସକାଳେ ସରପଞ୍ଚ ଅଡ଼ବା ଥାନାରେ ଅଭିଯୋଗ କରିଛନ୍ତି । ଏହାକୁ ଭିତ୍ତି କରି ଅଡ଼ବା ପୁଲିସ ୬୩/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୁଲିସ କେତେ ଜଣକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ, ସାଇଣ୍ଟିଫିକ୍ ଟିମ୍ର ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି ଏସ୍ଡିପିଓ ସୂଚନା ଦେଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.