ଗଳାକାଟି ଯୁବକଙ୍କୁ ହତ୍ୟା

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ଅମ୍ବାଦଳା ଥାନା ରଘୁବାରୀ ଗାଁରେ ଅମାନବୀୟ କାଣ୍ଡ । ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଛି । ମୃତ ଯୁବକ ଗାଁର ଶିବ ଡଙ୍ଗରୀ(୩୦) । ଏ ସଂପରକରେ ଅଭିଯୋଗ ପରେ ପୁଲିସ ତନାଘନା କରୁଛି । ରଘୁବାରୀ ନିକଟ ପାତ୍ରପଡ଼ା ଗାଁର ଜଣେ ବ୍ୟକ୍ତି ଏହି କାଣ୍ଡ ଘଟାଇଥିବା ମୃତକଙ୍କ ପରିବାର ଲୋକେ ସନେ୍ଦହ କରୁଛନ୍ତି ।
ମଧ୍ୟାହ୍ନରେ ଶିବ ଗାଁର ଏକ ଦୋକାନ ସମ୍ମୁଖରେ ବସିଥିଲେ । ଦୋକାନଟି ବନ୍ଦ ଥିଲା । ଗାଁର ଲୋକମାନେ ଚାଷ ଜମିକୁ ଚାଲି ଯାଇଥିଲେ । ଅଞ୍ଚଳଟି ଶୂନଶାନ୍ ଥିଲା ।
ଏହି ସମୟରେ କେହି ଜଣେ ଶିବଙ୍କ ପାଖରେ ପହଞ୍ଚି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଏଥିରେ ଶିବଙ୍କ ଗଳା କଟି ଯାଇଥିଲା । ସେହିଠାରେ ହିଁ ତାଙ୍କର ମୃତୁ୍ୟ ହୋଇଥିଲା । ହତ୍ୟାକାଣ୍ଡ ଘଟିବାର ଦୀର୍ଘ ସମୟ ପରେ ଗାଁର କେତେକ ଲୋକ ଏହା ଦେଖିବାକୁ ପାଇଥିଲେ । ସେମାନେ ମୃତଦେହ ଚିହ୍ନଟ କରିବା ସହ ତୁରନ୍ତ ତାଙ୍କ ପରିବାରକୁ ଜଣାଇଥିଲେ । ପରିବାର ଲୋକେ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ପାଇଁ ମୃତଦେହକୁ ମୁନିଗୁଡ଼ା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons