ଗଳିପଡ଼ିଲା ସମଲେଶ୍ୱରୀ ମନ୍ଦିର ଛାତ

Get real time updates directly on you device, subscribe now.

ବଲାଙ୍ଗିର,(ବି.ବି.ବୁ୍ୟରୋ): ବଲାଙ୍ଗିରର ଅଧିÂାତ୍ରୀ ଦେବୀ ମା’ ସମଲେଶ୍ୱରୀ ମନ୍ଦିର ମୁଖଶାଳାର ଛାତ ଭାଙ୍ଗି ଆଜି ଗଳିପଡିଛି । ଅପରାହ୍ନ ପ୍ରାୟ ୪ଟା ୧୫ରେ ଛାତର ସିମେଣ୍ଟ ପଲସ୍ତରା, ଇଟା ଆଦି ଗଳିପଡ଼ିଥିଲା । ଏହି ସମୟରେ ମନ୍ଦିରର ପହଡ଼ ପଡିଥିବାରୁ କୌଣସି ଲୋକ ନଥିଲେ । ଫଳରେ ବଡ଼ଧରଣର ଅଘଟଣରୁ ରକ୍ଷା ମିଳିଛି । ମନ୍ଦିରଟି ଲୋକଙ୍କ ଭାବାବେଗ ସହ ଜଡ଼ିତ ହୋଇଥିବାରୁ ଏହାକୁ ନେଇ ସହରରେ ଅସନ୍ତୋଷ ପ୍ରକାଶ ପାଇଛି ।
ଦୀର୍ଘଦିନରୁ ମନ୍ଦିରଟି ବିପଦସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ପ୍ରଶାସନ ବା ଦେବୋତ୍ତର ବିଭାଗ ଏଥିପ୍ରତି ଦୃଷ୍ଟି ଦେଇନଥିଲା । ଫଳରେ ଆଜି ଛାତ ଗଳିପଡ଼ିଥିବା ଅଭିଯୋଗ କରି ସହରର ବିଭିନ୍ନ ସଂଗଠନ ସମଲେଶ୍ୱରୀ ମନ୍ଦିର ଛକରେ ଧାରଣା ଦେଇଥିଲେ । ରାସ୍ତାରେ ଘଣ୍ଟ ବଜାଇ ନାରାବାଜି କରିଥିଲେ । ସମଲେଶ୍ୱରୀ ମନ୍ଦିର ସମେତ ସହରର ଅନ୍ୟ ପୁରାତନ ମନ୍ଦିର ଗୁଡିକ ମଧ୍ୟ ଦୁର୍ବଳ ଅବସ୍ଥାରେ ରହିଛି । ହେଲେ ପ୍ରଶାସନ ଏହାର ମରାମତି ଦିଗରେ ଦୃଷ୍ଟି ଦେଉନାହିଁ । ତେଣୁ ଗତମାସରେ ସହରର ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶାସନକୁ ଏକ ଦାବିପତ୍ର ଦିଆଯାଇଥିଲା । ଏହାସତ୍ତେ୍ୱ ପ୍ରଶାସନ ତତ୍ପରତା ପ୍ରକାଶ କରିନଥିଲା । ଫଳ ଆଜି ଏପରି ଅଘଟଣ ଘଟିଛି ବୋଲି ବିଭିନ୍ନ ସଂଗଠନର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି । ତୁରନ୍ତ ମନ୍ଦିର ଗୁଡିକର ମରାମତି ଓ ଉନ୍ନତିକରଣ କରାନଗଲେ ତୀବ୍ର ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଥିଲେ । ଖବର ପାଇ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମନ୍ଦିରକୁ ପହଞ୍ଚି ସ୍ଥିତି ପରଖିଥିଲେ । ଘଟଣା ସମ୍ପର୍କରେ ମନ୍ଦିର ପୂଜକ, ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିବା ସହ ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ଅନନ୍ତ ନାରାୟଣ ସିଂ ଲାଗୁରି, ପୌରନିର୍ବାହୀ ଅଧିକାରୀ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ମନ୍ଦିର ମରାମତି କାମ ଆରମ୍ଭ କରିବାକୁ ନିଦେ୍ର୍ଧଶ ଦେଇଥିଲେ ।
ମନ୍ଦିର ଛାତ ଗଳିବା ଘଟଣାକୁନେଇ ବିଧାୟକ ଶ୍ରୀ ମିଶ୍ର ଅସନ୍ତୋଷ ପ୍ରକାଶ କରିବା ସହ ଦେବୋତ୍ତର ବିଭାଗର ଅବହେଳାକୁ ଦାୟୀ କରି ବର୍ଷିଥିଲେ । ଦୀର୍ଘବର୍ଷ ହେଲା ଏହି ମନ୍ଦିର ଦୁର୍ବଳ ଅବସ୍ଥାରେ ରହିଥିଲା । ହେଲେ ଦେବୋତ୍ତର ବିଭାଗ ଦୃଷ୍ଟି ଦେଉନଥିଲା । ବିଭାଗରେ ଟଙ୍କା ଥାଇ ମଧ୍ୟ କାହିଁକି ମରାମତି କରାଯାଉ ନଥିଲା ବୋଲି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଛାତ ଗଳିବା ନେଇ ଏକ ରିପୋର୍ଟ ଦେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ନେବାକୁ ବିଧାୟକ ଶ୍ରୀ ମିଶ୍ର ଉପଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଆସନ୍ତାକାଲି ଠାରୁ ମରାମତି କାମ ଆରମ୍ଭ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ପରେ ଆନେ୍ଦାଳନରତ ସଂଗଠକ, ଭକ୍ତଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏହାପରେ ପ୍ରାୟ ଦୁଇଘଣ୍ଟା ବିଳମ୍ବରେ ମା’ଙ୍କ ଆଳତି କରାଯାଇଥିଲା । ପ୍ରକାଶ ଥାଉକି, ୧୯୧୦ମସିହାରେ ରାଜା ପୃଥ୍ୱୀରାଜ ଚୌହାନ ଉକ୍ତ ମନ୍ଦିର ପ୍ରତିÂା କରିଥିଲେ । ଏହା ବହୁ ପୁରାତନ ମନ୍ଦିର ହୋଇଥିବାରୁ ଦୁର୍ବଳ ହୋଇପଡ଼ିଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons