ଗୁଳିର ଜବାବ ଗୁଳି:ପୁରୀରେ ଏନକାଉଣ୍ଟର୍

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ପୁଲିସ ଗୁଳିରେ ଆହତ ହେଲା ଦୁର୍ଦ୍ଧାନ୍ତ ଅପରାଧୀ ବିଜୁ । ୨୮ ମାମଲାରେ ଜଡ଼ିତ ବାସେଳୀ ସାହି ଥାନା ଅଧୀନ ଗୋଖାସାହିର ବିଜୁ ବେହେରା (୨୫)କୁ ଚନ୍ଦନପୁରରେ ଏନ୍କାଉଣ୍ଟର୍ କଲା ପୁଲିସ । ବୁଧବାର ପୁଲିସକୁ ଗୁଳି ମାରି ଖସିଯିବାକୁ ଉଦ୍ୟମ କରିବାବେଳେ ସେ ଗୁଳି ଖାଇଲା । ମଙ୍ଗଳବାର ମଧ୍ୟରାତ୍ରିରେ କୁମ୍ଭାରପଡ଼ା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗୁଳିମାଡ କରିବା ୧୭ ଘଣ୍ଟା ପରେ ଖାଇଲା ଗୁଳି । ବିଜୁକୁ ଏନ୍କାଉଣ୍ଟର୍ କରିବା ପରେ ପୁଲିସ ତା’ ସହଯୋଗୀ ଚନ୍ଦନପୁର ଥାନା ଅଧୀନ ଉର ଗ୍ରାମର କାଳିଆ ମୁଦୁଲି (୩୦)କୁ ବି ଗିରଫ କରିଛି । ବିଜୁଠାରୁ ଏକ ବନ୍ଧୁକ, ୩ ରାଉଣ୍ଡ ଗୁଳି ଓ ଏକ ବାଇକ୍ ଜବତ ହୋଇଛି ।
ମଙ୍ଗଳବାର ରାତି ସାଢେ଼ ୧୨ଟା । କୁମ୍ଭାରପଡ଼ା ଥାନା ଅଧୀନ ନରେନ୍ଦ୍ରକୋଣ ଆଇଟିଆଇ କଲେଜ ପାଶ୍ୱର୍ ଗଳିରେ ବିଜୁ ଗୁଳିମାଡ଼ କରିଥିଲା । ଏହି ଗଳିରେ ରହୁଥିବା ପୁରୀ ଏସ୍ବିଆଇ ମୁଖ୍ୟ ଶାଖାରେ ଡ୍ରାଇଭର୍ ଭାବେ କାର୍ଯ୍ୟ କରୁଥିବା ଜିତେନ୍ଦ୍ର କୁମାର ସାହୁଙ୍କ ଘରକୁ ସହଯୋଗୀକୁ ସହ ଯାଇ ବଟି ମାଗିଥିଲା ବିଜୁ । ଜିତେନ୍ଦ୍ର ଏକ ଜମି ବିକିଥିବାବେଳେ ଏନେଇ ବଟି ଦେବାକୁ ପଡ଼ିବ ବୋଲି କହିଥିଲା ବିଜୁ । ବଟି ନଦବାରୁ ସେ ଜିତେନ୍ଦ୍ରଙ୍କୁ ଲକ୍ଷ୍ୟ କରି ଗୁଳି ମାରିଥିଲା । ଏହି ସମୟରେ ଜିତେନ୍ଦ୍ରଙ୍କୁ ତାଙ୍କ ପତ୍ନୀ ଶକୁନ୍ତଳା (୩୮) ଠେଲି ଦେଇ ସୁରକ୍ଷା ଦେଇଥିଲେ । ହେଲେ ଗୁଳିଟି ଶକୁନ୍ତଳାଙ୍କ ଡାହାଣ ପାଶ୍ୱର୍ ନିତମ୍ବରେ ବାଜିଥିଲା । ପରେ ପୁଲିସ ପହଞ୍ଚି ଶକୁନ୍ତଳାଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏନେଇ କୁମ୍ଭାରପଡା ଥାନାରେ ଏତଲା ହେବା ପରେ ପୁଲିସ ମାମଲା (୩୮୪/୨୧) ରୁଜୁ କରିଥିଲା ।
ଗୁଳିମାଡ କରି ବିଜୁ ସହଯୋଗୀ ସହ ସେଠାରୁ ଖସିଯିବା ପରେ ବାସେଳୀ ସାହି ଥାନା ଅଧୀନ ମାଟିତୋଟାକୁ ଯାଇଥିଲା । ସେଠାରେ ରହୁଥିବା ତା’ ମାଉସୀ ଟୁନି ବେହେରାଙ୍କ ଘରେ ପଶିଥିଲା । ଟୁନି ଓ ତାଙ୍କ ପୁଅ କାର୍ତ୍ତିକ ବେହେରାଙ୍କୁ ମଧ୍ୟ ଆକ୍ରମଣ କରି ରକ୍ତାକ୍ତ କରିଥିଲା । ମା’ ଓ ପୁଅ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଏନେଇ ବାସେଳୀ ସାହି ଥାନାରେ ମାମଲା କରି ଛାନ୍ଭିନ୍ ଆରମ୍ଭ କରିଥିଲା ପୁଲିସ ।
ଦୁଇଟି ମାମଲା ପୁଲିସର ମୁଣ୍ଡବିନ୍ଧା ବଢାଇଥିଲା । ଏସ୍ପି କେ.ବିଶାଲ ସିଂହଙ୍କ ନିଦେ୍ର୍ଧଶରେ ୪ଟି ଟିମ୍ ଗଠନ ହେଲା । ଅତିରିକ୍ତ ଏସ୍ପି ମିହିର୍ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସିଟି ଡିଏସ୍ପି ଜନାର୍ଦ୍ଧନ ପାଢୀ ଓ କୁମ୍ଭାରପଡା ଥାନା ଆଇଆଇସି ବିଚିତ୍ରାନନ୍ଦ ସେଠୀଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଏବଂ ଚନ୍ଦନପୁର ଥାନା ଓଆଇସି ସୁଶାନ୍ତ ବେହେରା, ସଦର ଥାନା ଆଇଆଇସି ସୁମତୀ ମହାନ୍ତି ଓ ବାସେଳୀ ସାହି ଥାନା ଆଇଆଇସି ସଞ୍ଜୀବ ପ୍ରଧାନଙ୍କ ନେତୃତ୍ୱରେ ଅନ୍ୟ ୩ଟି ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ ଆରମ୍ଭ କରିଥିଲା ।
ବୁଧବାର ସନ୍ଧ୍ୟାରେ ଚନ୍ଦନପୁର ଅଞ୍ଚଳରେ ବିଜୁର ପତ୍ତା ପାଇଥିଲା ପୁଲିସ ଟିମ୍ । ସ୍ଥାନୀୟ ଗଙ୍ଗାନାରାୟଣପୁର ମେଳଣ ପଡିଆ ଠାରେ ପୁଲିସ ପହଞ୍ଚି ବିଜୁକୁ ଆତ୍ମସମର୍ପଣ କରିବାକୁ କହିଥିଲା । ହେଲେ ଖସିଯିବାକୁ ଉଦ୍ୟମ କରି ପୁଲିସ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ କରିଥିଲା ବିଜୁ । ଏଥିରେ କୁମ୍ଭାରପଡ଼ା ଥାନା ଏସ୍ଆଇ ଦିବ୍ୟରଞ୍ଜନ ପଣ୍ଡା ଆହତ ହୋଇଥିଲେ । ତେଣୁ ବାଧ୍ୟ ହୋଇ ବିଜୁକୁ ଏନ୍କାଉଣ୍ଟର୍ କରିଥିଲା ପୁଲିସ । ତା’ ବାମ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଥିଲା । ତଳେ ପଡିଯିବା ପରେ ପୁଲିସ ନେଇ ଚନ୍ଦନପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାଥମିକ ଚିକିତ୍ସା କରାଇଥିଲା । ପରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ସେପଟେ ବିଜୁ ଠାରୁ ସୂଚନା ପାଇ କାଳିଆକୁ ଗିରଫ କରିଛି ପୁଲିସ । ରାତିରେ ଚନ୍ଦନପୁର ଥାନା ଅଞ୍ଚଳରୁ ତାକୁ ଗିରଫ କରିବା ପରେ ପଚରା ଉଚରା ଜାରି ରଖିଛି ପୁଲିସ ଟିମ୍ । ପୁଲିସକୁ ଗୁଳିମାଡ଼ ନେଇ ଚନ୍ଦନପୁର ଥାନାରେ ବିଜୁ ନାମରେ ଆଉ ଏକ ମାମଲା ରୁଜୁ ହେଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons