ଗେମ୍ ଖେଳ ହେଲା କାଳ:ଜୀବନ ହାରିଲା ପୁଅ

Get real time updates directly on you device, subscribe now.

କେନ୍ଦୁଝର : ଗେମ୍ ଖେଳିବାକୁ ମୋବାଇଲ ଫୋନ୍ ନମିଳିବାରୁ ୧୪ ବର୍ଷର ବାଳକ ଆତ୍ମହତ୍ୟା କରିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଇନ୍ଦିପୁରା ଗାଁରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକର ନାମ ସୌମ୍ୟରଞ୍ଜନ ଜେନା । ସୂଚନା ଅନୁଯାୟୀ, ଇନ୍ଦୁପୁରା ଗାଁର ଚନ୍ଦ୍ରଶେଖର ଜେନାଙ୍କ ପୁଅ ସୌମ୍ୟରଞ୍ଜନ ଶାଳପଡ଼ାରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୯ମ ଶ୍ରେଣୀ ଛାତ୍ର ଥିଲା । ସେ ଆଜି ଅପରାହ୍ନ ୪ଟା ସମୟରେ ମୋବାଇଲରେ ଗେମ୍ ଖେଳିବାକୁ ମା’କୁ କହିଥିଲା । କିନ୍ତୁ ସୌମ୍ୟର ମା’ ମୋବାଇଲ ଦେଇ ନଥିଲେ । ବରଂ ପୁଅକୁ ପାଠ ପଢ଼ିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ସୌମ୍ୟ ଏହାକୁ ଶୁଣି ନଥିଲା । ଜିଦ୍‌ରେ ଅଟଳ ଥିବା ସୌମ୍ୟରଞ୍ଜନ ଘରର ଛାତ ଉପରକୁ ଚଢ଼ିଯାଇଥିଲା ଏବଂ ଏକ ଦଉଡ଼ି ବେକରେ ଲଗାଇ ଝୁଲି ପଡ଼ିଥିଲା । ପରିବାର ଲୋକେ ସୌମ୍ୟକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ସୌମ୍ୟରଞ୍ଜନକୁ ମୃତ ଘୋଷଣା କରିଥିଲେ । ଏହି ଅଭାବନୀୟ ଘଟଣାକୁ ନେଇ ଇନ୍ଦୁପୁରା ଗାଁରେ ଶୋକର ଛାୟା ଖେଳିଯାଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons