ଗୋପାଳପୁରରେ ବିଜୁ ଆଡଭେଞ୍ଚର୍ ପାର୍କ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଗୋପାଳପୁର, (ବି.ବି.ବୁ୍ୟରୋ): ବେଳାଭୂମି ସହର ଗୋପାଳପୁରକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏବେ ଅନ୍ୟତମ ପ୍ରମୁଖ ଆକର୍ଷଣ ସାଜିବ ବିଜୁ ଆଡ୍ଭେଞ୍ଚର୍ ପାର୍କ । ବିଶେଷ କରି ରୋମାଞ୍ଚପ୍ରେମୀ ବ୍ୟକ୍ତିବିଶେଷଙ୍କୁ ଯୋଗାଇଦେବ ଦୁଃସାହସିକ ଖେଳକୁଦ ଓ ମନୋରଞ୍ଜନର ଭରପୂର ସୁଯୋଗ । ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଭର୍ଚୁଆଲ୍ ମାଧ୍ୟମରେ ଗୋପାଳପୁର ଠାରେ ବିଜୁ ଆଡ୍ଭେଞ୍ଚର୍ ପାର୍କ ଉଦ୍ଘାଟନ କରିଛନ୍ତି । ଏହା ଗୋପାଳପୁରରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ଯୁବଗୋÂୀକୁ ଦୁଃସାହସିକ କ୍ରୀଡା ପ୍ରତି ଆକୃଷ୍ଟ କରିବ ବୋଲି ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ୍ ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଉପସ୍ଥିତ ଥିଲେ ।
କିମ୍ବଦନ୍ତୀ ବ୍ୟକ୍ତିତ୍ୱ ବିଜୁ ପ;ନାୟକଙ୍କ ସମ୍ମାନରେ ତଥା ନୂତନ ବୈମାନିକ କୌଶଳ, ଦୁଃସାହସିକ କୌଶଳ ପ୍ରତି ତାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ପାର୍କ ନାମକରଣ କରାଯାଇଛି । ପ୍ରାୟ ୨.୫ କୋଟି ବ୍ୟୟରେ ଏହି ଭିତ୍ତିଭୂମି ସୃଷ୍ଟି କରାଯାଇଛି । ଏହି ପାର୍କରେ ରହିଛି ରିଭର୍ କ୍ରସିଂ ଜିପ୍ ଲାଇନ୍ ଯାହା ରାଜ୍ୟରେ ପ୍ରଥମ ଅଟେ । ପାର୍କର ଗୋଟିଏ ପାଶ୍ୱର୍ରୁ ଅପର ପାଶ୍ୱର୍କୁ ୨୫୦ ମିଟର ଲମ୍ବାର ଜିପ୍ ତାର ଜରିଆରେ ପର୍ଯ୍ୟଟକ ନଦୀ ଉପରେ ଦେଇ ଝୁଲି ଝୁଲି ଯିବେ । ଉପରେ ରହି ପର୍ଯ୍ୟଟକ ଗୋପାଳପୁର ବେଳାଭୂମି ଓ ଆଖପାଖର ସୁନ୍ଦର ଦୃଶ୍ୟ ଉପଭୋଗ କରିପାରିବା ସହ ଶୂନ୍ୟରେ ଝୁଲି ଯାଆସ କରିବାର ମଜା ଉଠାଇ ପାରିବେ । ସେହିପରି ୪୦ ଫୁଟ ଉଚ୍ଚ ଜିଆଣ୍ଟ୍ ସ୍ୱିଙ୍ଗ୍, ଏୟାର୍ ଗନ୍ ସୁଟିଂ, ବନ୍ଗି ଟ୍ରାମ୍ପୋଲାଇନ୍, ମେକାନିକାଲ୍ ବୁଲ୍ ରାଇଡ୍, ନେଟଡ୍ କ୍ରିକେଟ୍, ଅଲ୍ଟେରେଇନ୍ ଭେହିକଲ୍ ରାଇଡ୍ ଭଳି ଅନ୍ୟାନ୍ୟ ଆକର୍ଷଣୀୟ ଓ ରୋମାଞ୍ଚରେ ଭରା ସୁବିଧା ସୁଯୋଗ ଏଠି ଉପଲବ୍ଧ ।
ଆହୁରି ମଧ୍ୟ ରକ୍ କ୍ଲାଇମ୍ବିଂ, ରାପ୍ପେଲିଂ, ଡ୍ୟାସିଂ କାର୍, ଜୋର୍ବିଂ ଆଦି ଶୀଘ୍ର ଏଠି ସ୍ଥାପନ କରାଯିବ । ଶୀଘ୍ର ଏଗୁଡିକ କାର୍ଯ୍ୟକ୍ଷମ ହେବା ପରେ ପର୍ଯ୍ୟଟକଙ୍କ ଆକର୍ଷଣ ଆହୁରି ବୃଦ୍ଧି ପାଇବା ଆଶା କରାଯାଉଛି । ଫଳରେ ଦେଶବିଦେଶରୁ ପର୍ଯ୍ୟଟକ ଗୋପାଳପୁରକୁ ଆସିବେ ତଥା ସେମାନଙ୍କ ଆମୋଦପ୍ରମୋଦ ସକାଶେ ଯାବତୀୟ ସୁବିଧା ଏଠି ମିଳିପାରିବ ବୋଲି ଆଶା କରାଯାଉଛି ।
ଗୋପାଳପୁର ଶିଶୁ ଉଦ୍ୟାନ ପରିସରରେ ଏହା ନିର୍ମିତ ହୋଇଛି । ସେଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ସଭା ହୋଇଥିଲା । ସେଠି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଏନ୍ଏସି ଅଧ୍ୟକ୍ଷ ଏ.ଜାନକୀ ରାମ, ଉପାଧ୍ୟକ୍ଷା ବି.ଉମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ସିନେ୍ଦ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ପୋ୍ରବେସନାରୀ ଆଇଏଏସ୍ ମଧୁମିତା, ତହସିଲଦାର ସୋନାଲି ଚାନ୍ଦ, ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସାଂସଦ କହିଥିଲେ ଯେ- ଗୋପାଳପୁର ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ବହୁ ଉନ୍ନୟନମୂଳକ କାମ ଚାଲୁ ରହିଛି । ଆଗାମୀ ଦିନରେ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ବହୁ ଉନ୍ନତିମୂଳକ ଯୋଜନା କରିଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ- ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାୟ ୨.୫ କୋଟି ଟଙ୍କାରେ ଏହି ପାର୍କ ନିର୍ମାଣ କରାଯାଇଛି । ଗୋପାଳପୁର ଛକରୁ ବେଳାଭୂମି ପର୍ଯର୍୍ୟନ୍ତ ମୁଖ୍ୟ ରାସ୍ତାରେ ଶୀଘ୍ର ଆଲୋକୀକରଣ କରାଯିବ । ସମସ୍ତ କାଉନସିଲର, ଏନ୍ଏସି କର୍ମଚାରୀ, ବରିÂ ନାଗରିକ, ସ୍ଥାନୀୟ ବାସିନ୍ଦା, ଏମ୍.ରାମହରି ପାତ୍ର, ଏମ୍.ଶିବ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଥାନାଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ନେତୃତ୍ୱରେ ଏସ୍ଆଇ ମହେନ୍ଦ୍ର ବେହେରା, ହାବିଲଦାର ଅଜୟ କୁମାର ଶତପଥୀ ସଦଳବଳ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons