ଘରେ ନିଅାଁ ଲାଗି ପକ୍ଷା ଘାତ ରୋଗୀ ଜୀବନ୍ତ ଦଗ୍ଦ

Get real time updates directly on you device, subscribe now.

ମୟୂରଭଞ୍ଜ,(ବି.ବି.ନୁ୍ୟଜ): ଘରେ ନିଆଁ ଲାଗି ପକ୍ଷାଘାତ ରୋଗୀ ଜୀବନ୍ତ ଦଗ୍ଧ ହୋଇଛନ୍ତି ।ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ନବକିଶୋରପୁର ଗ୍ରାମରେ ।ମୃତକ ଜଣକ ହେଲେ କୁଅାଁର ଟୁଡୁ( ୪୮) । ଆଜି ମଧ୍ୟାହ୍ନରେ ଘର ମଧ୍ୟରେ ଶୋଇଥିବା ବେଳେ ଆକସ୍ମିକ ଅଗ୍ନୀକାଣ୍ଡ ଘଟିବାରୁ ତାଙ୍କର ମୃତୁ୍ୟ ଘଟିଥିଲା ।ଏହି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।
ସୂଚନା ଅନୁଯାଇ ନବକିଶାରପୁର ଗ୍ରାମର କୁଅଁର ଟୁଡୁ ଦୀର୍ଘଦିନ ଧରି ପକ୍ଷା ଘାତ ରୋଗରେ ପୀଡିତ ଥିବା ବେଳେ ଆଜି ମଧ୍ୟାହ୍ନରେ ନିଜ ଘରେ ଏକାକୀ ଶୋଇଥିଲେ ।ଏବଂ ତାଙ୍କର ପନôୀ ବାସନ୍ତୀ ମହିଳା ସଂଘର ମିଟିଂରେ ଯୋଗ ଦେବା ପାଇଁ ଗ୍ରାମକୁ ଯାଇଥିବା ବେଳେ କୌଣସି କାରଣରୁ କୁଅଁର ଶୋଇଥିବା ନଡା ଛପର ଘରଟିରେ ନିଅାଁ ଲାଗି ଯାଇଥିଲା ।ଘର ମଧ୍ୟରେ ଫସି ରହିଥିବା କୁଅଁର ଚିକ୍ରାର କରିବାରୁ ପଡେ଼ାଶୀ ମାନେ ନିଅାଁ ଜଳୁଥିବାର ଦେଖିବାକୁ ପାଇଥିଲେ ।ପରବର୍ତ୍ତୀ ସମୟରେ ଗ୍ରାମବାସୀ ମାନେ ଖୁଣ୍ଟା ଅଗ୍ନୀଶମ ବିଭାଗକୁ ଖବର ଦେବା ସହ ନିଅାଁକୁ ଲିଭାଇବା ଓ କୁଅଁରଙ୍କୁ ଘର ମଧ୍ୟରୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।ଇତିମଧ୍ୟରେ ଖୁଣ୍ଟା ଅଗ୍ନିସମ ବିଭାଗ ପହଁଚି ନିଅାଁ ଲିଭାଇଥିଲେ ମଧ୍ୟ କୁଅାଁର ସମ୍ପୂର୍ଣ୍ଣ ପୋଡିଯାଇ ମୃତୁ୍ୟ ବରଣ କରିଥିଲା । ଖବର ପାଇ ଖୁଣ୍ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଂପୂର୍ଣ୍ଣ ଦଗ୍ଧ ମରଶରୀରଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ଏଥିନେଇ ସ୍ଥାନୀୟ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁକରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons