ଘରୋଇ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ଜଟଣୀ, (ବି.ବି.ଆପ୍ର): ଜଟଣୀସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଘଟିଛି ଅଘଟଣ । ଛାତ୍ର ବୈଷ୍ଣୋ ଭରଦ୍ୱାଜ ପତି (୨୦) ବେକରେ ଗାମୁଛା ବାନ୍ଧି ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଏହାକୁ ନେଇ ଶିକ୍ଷାନୁÂାନରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ଲକ୍ଷ୍ୟ ରଖି ପୁଲିସ ପହଞ୍ଚି ଉତ୍ତେଜିତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଛି ।
ସୂଚନାରୁ ପ୍ରକାଶ ଏହି ଶିକ୍ଷାନୁÂାନରେ ବୈଷ୍ଣୋ ଭରଦ୍ୱାଜ ବିଏସ୍ସି ରେଡିଓଲୋଜିର ଦ୍ୱିତୀୟ ବର୍ଷ ଛାତ୍ର ଥିଲେ । ଆଜି ତାଙ୍କର ଅପ୍ଲାଏଡ୍ ଇକୁି୍ୟପ୍ମେଣ୍ଟ ରେଡିଓ ଡାଇଗ୍ନୋସିସ୍ ବିଷୟ ଉପରେ ପରୀକ୍ଷା ଥିଲା । ଅଥଚ ସେ ଆଜି ପରୀକ୍ଷା ଅଧାରୁ ପଳାଇ ଆସିଥିଲେ । ପରୀକ୍ଷା ସରିବା ପରେ ତାଙ୍କର ସହପାଠୀ ହଷ୍ଟେଲକୁ ଫେରିବା ପରେ ବୈଷ୍ଣୋ ରହୁଥିବା କୋଠରୀ ଭିତରପଟୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ ।
ପରେ ଏହାକୁ ଭାଙ୍ଗି ଭିତରକୁ ପଶିବା ପରେ ସେ ଫ୍ୟାନ୍ରେ ଝୁଲୁଥିବା ଦେଖିଥିଲେ । ତୁରନ୍ତ ତାଙ୍କୁ ଏମ୍ସ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ଆତ୍ମହତ୍ୟା ପଛର ଠିକ୍ କାରଣ ଜଣାପଡ଼ିନଥିଲେ ମଧ୍ୟ ଆଜି ପରୀକ୍ଷାରେ ସେ କପି କରୁଥିବା ବେଳେ ଧରାପଡ଼ିଥିଲେ । ଏହାକୁ ନେଇ ଦାୟିତ୍ୱରେ ଥିବା ଶିକ୍ଷକ ତାଙ୍କପ୍ରତି କଟୁ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ବୈଷ୍ଣୋ ଭରଦ୍ୱାଜ ମାନସିକ ଚାପରେ ରହିବା ସହ ଅଧାରୁ ପରୀକ୍ଷା ଛାଡ଼ି ହଷ୍ଟେଲ ଚାଲି ଆସିଥିଲେ ।
ତାଙ୍କର କିଛି ସହପାଠୀ କହିଛନ୍ତି । ତେଣୁ ଏହାକୁ ନେଇ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସେମାନେ ଅଭିଯୋଗ କରିବା ସହ ସନେ୍ଦହ କରିଛନ୍ତିି । ଯାଜପୁରରେ ମୃତ ଛାତ୍ରଙ୍କ ଘର ବୋଲି ପୁଲିସ କହିଛି । ତେବେ ନୁ୍ୟଜ୍ ଲେଖାହେବା ଯାଏଁ ବୈଷ୍ଣୋଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ପୁଲିସ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଟଣୀ ଥାନା ଇନ୍ସପେକ୍ଟର ଦୟାନିଧି ନାୟକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons