ଚାଲିଛି ସମରାଭ୍ୟାସ ସାଗର କବଚ-୧

Get real time updates directly on you device, subscribe now.

ପାରାଦୀପ,(ବି.ବି.ଆପ୍ର): ଜଳପଥରେ ଆତଙ୍କି ଆକ୍ରମଣ ଓ ଅନୁପ୍ରବେଶକାରୀଙ୍କୁ ପ୍ରତିହତ କରିବା ସହ ଉପକୂଳ ସୁରକ୍ଷା ସମ୍ବନ୍ଧରେ ପ୍ରଶିକ୍ଷଣ ଲାଗି ପ୍ରତିବର୍ଷ ଉପକୂଳରେ ଆୟୋଜିତ ହେଉଥିବା ସମରାଭ୍ୟାସ ଏଥର ମଧ୍ୟ ଆରମ୍ଭ ହୋଇଛି । ପାରାଦୀପରେ କେନ୍ଦ୍ର ଓ ରାଜ୍ୟର ପ୍ରାୟ ୧୩ଟି ସଂସ୍ଥା ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି । ସାଗର କବଚ-୧ ନାମରେ ନାମିତ ଏହି ସମରାଭ୍ୟାସରେ କୋଷ୍ଟଗାର୍ଡ, ମେରାଇନ୍ ପୁଲିସ, ନୌସେନା, ମତ୍ସ୍ୟ ବିଭାଗ, ବନ ବିଭାଗ, ପାରାଦୀପ ବନ୍ଦର, ସିଆଇଏସ୍ଏଫ୍, ଇମିଗ୍ରେସନ୍, ଇଣ୍ଟେଲିଜେନ୍ସ, ଓଡ଼ିଶା ପୁଲିସ ଭଳି ସଂସ୍ଥା ସାମିଲ ଅଛନ୍ତି । ସମରାଭ୍ୟାସରେ ସାମିଲ ସୁରକ୍ଷା କର୍ମଚାରୀମାନେ ଆତଙ୍କବାଦୀ ଓ ଅନୁପ୍ରବେଶକାରୀ ବେଶରେ ରେଡ୍ ଟିମ୍ ରୂପେ ସହରର ମୁଖ୍ୟ ସ୍ଥାନକୁ ଜଳପଥରେ ଆସି ଆକ୍ରମଣ ଯୋଜନା କରିଥିଲେ । ରକ୍ଷାକାରୀ ସାଜିଥିବା ବ୍ଲୁ ଟିମ୍ର ସଦସ୍ୟମାନେ ସହରର ବିଭିନ୍ନ ସ୍ଥାନରେ ଜଗି ରହିଥିଲେ । ତେବେ ନେହରୁବଙ୍ଗଳାସ୍ଥିତ ମେରାଇନ୍ ଥାନା ଅଧିକାରୀ ଲିଜାରାଣୀ ବିଶ୍ୱାଳଙ୍କ ନେତୃତ୍ୱରେ ଥିବା ବ୍ଲୁ ଟିମ୍ ଛଦ୍ମବେଶୀ ରେଡ୍ ଟିମ୍ଙ୍କୁ ମାଡ଼ିବସି ଧରିବାରେ ସଫଳ ହୋଇଥିଲା । ସେମାନଙ୍କ ନିକଟରୁ ନକଲି ବନ୍ଧୁକ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ଅନ୍ୟ ସ୍ଥାନରେ ରେଡ୍ ଟିମ୍କୁ ବ୍ଲୁ ଟିମ୍ ଧରିବାରେ ବିଫଳ ହୋଇଥିବା ଜଣାପଡ଼ିଛି । ଆସନ୍ତାକାଲି ବି ଏହି ସମରାଭ୍ୟାସ ଜାରି ରହିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons