ଛତୁଆ ବିଲ୍ କରାଇବାକୁ ୮୦ହଜାର ଲାଞ୍ଚ ନେଉଥିଲେ

Get real time updates directly on you device, subscribe now.

ଲାଞ୍ଜିଗଡ଼,(ବି.ବି.ନୁ୍ୟଜ): ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ସିଡିପିଓ ମୀନା କୁମାରୀ ପାତ୍ର । ଛତୁଆ ବିଲ୍ କରାଇଦେବା ପାଇଁ ମହିଳା ଗୋÂୀଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛନ୍ତି । ଏଥିସହ ସୋମବାର ରାତି ସୁଦ୍ଧା ତାଙ୍କର ଏକାଧିକ ଘରେ ତଦନ୍ତକାରୀ ଟିମ୍ ଚଢ଼ଉ ଆରମ୍ଭ କରିଛି ।
ସୂଚନାମତେ, ଲାଞ୍ଜିଗଡ଼ ବ୍ଲକରେ ଛତୁଆ ପ୍ରସ୍ତୁତ କରୁଥିବା ୫ଟି ମହିଳା ସ୍ୱୟଂ ସହାୟକ ଗୋÂୀ ଛତୁଆ ବିଲ୍ ବାବଦକୁ ୧୧ଲକ୍ଷ ୫୯ହଜାର ଟଙ୍କାର ବିଲ୍ କରାଇଦେବାକୁ ସିଡିପିଓ ଶ୍ରୀମତୀ ପାତ୍ରଙ୍କୁ ଅନୁରୋଧ କରିଥିଲେ । ହେଲେ ଏଥିପାଇଁ ସିଡିପିଓ ସେମାନଙ୍କୁ ୮୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାପରେ ମହିଳାମାନେ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ମହିଳାଙ୍କ ଅଭିଯୋଗ ପରେ ଜୟପୁର ଓ ଭବାନୀପାଟଣାର ଏକ ମିଳିତ ଭିଜିଲାନ୍ସ ଟିମ୍ ସିଡିପିଓଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିବା ପାଇଁ ଜାଲ ବିଛାଇଥିଲେ । ଆଜି ଅପରାହ୍ନରେ ମହିଳାମାନେ ଭିଜିଲାନ୍ସ ଟିମ୍ର ରଙ୍ଗବୋଳା ଟଙ୍କା ସିଡିପିଓଙ୍କୁ ଦେବା ପରେ ପୂର୍ବରୁ ଛପି ରହିଥିବା ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ । ତାଙ୍କ କାର୍ଯ୍ୟାଳୟରୁ ୮୦ହଜାର ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲେ । ଖବର ଲେଖାହେବା ଯାଏ କଳାହାଣ୍ଡି ଜିଲ୍ଲାର ୩ଟି ସ୍ଥାନରେ ଏକକାଳୀନ ଭାବେ ଚଢ଼ଉ ଚାଲିଛି । ଭବାନୀପାଟଣାରେ ଥିବା ତାଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ଭବାନୀପାଟଣା ନକଟିଗୁଡାସ୍ଥିତ ବାସଭବନରେ ଏହି ଚଢ଼ଉ ଜାରି ରହିଛି । ଚଢଉ ସମ୍ପର୍କରେ ତଦନ୍ତକାରୀ ଟିମ୍ ବିଶେଷ କିଛି ସୂଚନା ଦେଇନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons