ଛାତ୍ରୀ ମୃତୁ୍ୟ ଘଟଣା:ବନ୍ଧା ହେଲେ ପ୍ରଧାନ ଶିକ୍ଷକ

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନୁ୍ୟଜ): ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ାର ପଟୁଆଡ଼ିହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ଛାତରୁ ଡେଇଁ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ଛାତ୍ରୀଙ୍କ ପରିବାରବର୍ଗ ଏହା ଏକ ହତ୍ୟା ବୋଲି ସିଧାସଳଖ ଅଭିଯୋଗ କରିଥିଲେ । ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ଆଜି ସ୍କୁଲର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ପଟେଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣା ଘଟିବା ପରେ ଆହୁରି ଅନେକ ରହସ୍ୟ ଧିରେ ଧିରେ ପଦାକୁ ଆସିବାରେ ଲାଗିଛି । ଅନେକ ଅଭିଭାବକ ଏହି ଘଟଣା ପରେ ଭୟଭୀତ ହୋଇ ନିଜ ନିଜ ପିଲାମାନଙ୍କୁ ଘରକୁ ନେଇ ଯାଉଛନ୍ତି ।
ଏହି ସ୍କୁଲରେ ଥିବା ଦୁଇ ମହଲା ବିଶିÂ ଛାତ୍ରୀ ନିବାସର ତଳେ ରହୁଥିଲେ ପ୍ରଧାନ ଶିକ୍ଷକ । ତାଙ୍କ ବିରୋଧରେ ପୂର୍ବରୁ ଛାତ୍ରୀମାନଙ୍କୁ ନିର୍ଯାତନା ଦେଉଥିବା ମଧ୍ୟ ଅଭିଯୋଗ ଉଠିଥିଲା । ଗତକାଲି ହଷ୍ଟେଲ ଛାତ୍ରରୁ ଡେଇଁ ୧୦ମ ଶ୍ରେଣୀର ଛାତ୍ରୀଙ୍କ ମୃତୁ୍ୟ ପରେ ଛାତ୍ରୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । କେତେ ଛାତ୍ରୀ ନିଜ ଅଭିଭାବକଙ୍କ ସହ ଘରକୁ ଚାଲି ଯାଇଛନ୍ତି । ପୁଲିସ୍ ଛାତ୍ରୀ ନିବାସକୁ ଯାଇ ମୃତ ଛାତ୍ରୀ ରହୁଥିବା ରୁମ୍ରେ ଯାଞ୍ଚ କରିଥିଲଶ । ଯାଞ୍ଚ ସମୟରେ ଛାତ୍ରୀ ଜଣକ ଏକ ଖାତାରେ ନିଜ ବାପା ଓ ମାଆଙ୍କୁ ଆଇ ଲଭ ୟୁ ମିସ୍ ୟୁ ମଧ୍ୟ ଲେଖିଥିବା ଦେଖିବାକୁ ପାଇଥିଲା ପୁଲିସ୍ । ଛାତ୍ରୀ ନିବାସରେ ଥିବା ଛାତ୍ରୀମାନଙ୍କୁ ପ୍ରଧାନ ଶିକ୍ଷକ ନିର୍ଯାତନା ଦେଉଥିବା ନେଇ ପୁଲିସ୍ ନିକଟରେ କହିଥିବା ଥାନା ଅଧିକାରୀ ହେମାଗିନୀ ଗର୍ଡିଆ ପ୍ରକାଶ କରିଛନ୍ତି । ପୁଲିସ୍ ଅଧିକ ଯାଞ୍ଚ ଚଳାଇଛି । ଅନ୍ୟପକ୍ଷରେ ପୁଲିସ୍ ସହକାରୀ ଶିକ୍ଷକ ଏବଂ ୱାର୍ଡେନଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଲେଫ୍ରିପଡ଼ାରେ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍ ଦଫା ୩୦୨/୩୪ ବଳରେ ଏକ ମାମଲା ରୁଜୁ କରିଛି । ଆହୁରି ଅଧିକ ପ୍ରମାଣ ଖୋଜୁଛି ପୁଲିସ୍ । ନିଜ ପିଲାମାନଙ୍କୁ ହଷ୍ଟେଲରୁ ନେବାକୁ ଆସିଥିବା ଅନେକ ଅଭିଭାବକ କହିଛନ୍ତି ଏହି ସ୍କୁଲ ଆଦୌ ସୁରକ୍ଷିତ ନୁହଁ । ଶିକ୍ଷା ବିଭାଗ ଯଦି ପୂର୍ବରୁ ଏଥିପ୍ରତି ଯତ୍ନବାନ ହୋଇଥାନ୍ତା ତାହା ହେଲେ ଏଳି ଘଟଣା ଘଟିନଥାନ୍ତା । ଏଠାରେ ସୂଚନା ଯୋଗ୍ୟ ଯେ, ଗତକାଲିର ଘଟଣା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons