ଜଳିଗଲା ୨ କଲେଜ ବସ୍

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ବୁ୍ୟରୋ): ଅନୁଗୁଳ ସହର ଉପକଣ୍ଠ ଏକ ପ୍ରତିÂିତ ଘରୋଇ କଲେଜର ଦୁଇଟି ବସ ଜଳିଯାଇଛି । ବିଦୁ୍ୟତ୍ ସଟର୍୍ ସର୍କିଟ୍ରୁ କଲେଜର ୨ଟି ବସ୍ ଜଳି ଯାଇଥିବା ବେଳେ ଏଥିରେ କେହି ମୃତାହତ ହୋଇନାହାନ୍ତି । ଅନୁଗୁଳ ଅଗ୍ନିଶମ ବାହିନୀର ୨ଟି ୟୁନିଟ୍ ପହଞ୍ଚି ନିଆଁ ଆୟତ୍ତ କରିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ବସ୍ ୨ଟି କଲେଜର ଖେଳ ପଡ଼ିଆରେ ପାର୍କିଂ ହୋଇଥିଲା । ଅପରାହ୍ଣ ପ୍ରାୟ ସାଢେ଼ ୧୨ଟା ବେଳକୁ ୨ଟି ବସ୍ରେ ହଠାତ୍ ନିଆଁ ଲାଗିଥିଲା । ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀର ଦୁଇଟି ୟୁନିଟ୍ ପହଞ୍ଚି ଘଣ୍ଟାକର କସରତ ପରେ ନିଆଁ ଆୟତ୍ତକୁ ଆସିଥିଲା । ସେତେବେଳକୁ ୨ଟି ଯାକ ବସ୍ର ଅର୍ଦ୍ଧାଧିକ ଅଂଶ ଜଳି ଯାଇଥିଲା । ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ଧଳଙ୍କ ନେତୃତ୍ୱରେ ଆଗ୍ନିକ ପରିକ୍ଷିତ ପ୍ରଧାନ, ରଶ୍ମିରଞ୍ଜନ ଲେଙ୍କା, ରବୀନ୍ଦ୍ର କୁମାର ନାୟକ, ରଞ୍ଜିତ୍ ରାଉତ, ରଶ୍ମିକାନ୍ତ ବରାଳ, ମିଶ୍ର କିଷାନ୍ ଓ ସୁବୋଧ ପ୍ରଧାନ ପ୍ରମୁଖ ନିଆଁ ଲିଭାରେ ସାମିଲ୍ ହୋଅଇଥିଲେ । ତେବେ ଅଗ୍ନିକାଣ୍ଡ ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ହେଁ ବ୍ୟାଟେରୀରୁ ସଟର୍୍ସର୍କିଟ୍ ହୋଇ ଅଗ୍ନିକାଣ୍ଡ ହୋଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons