ଜିଅନ୍ତା ଜଳିଗଲେ ଯୁବକ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ଏଗାର କେଭି ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଗଲେ ଯୁବକ । ଏହି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ । ସେ ହେଲେ ଡାବୁଗାଁ ହାଟପଦାର ଜଗଦୀଶ ଜାନୀ(୩୦) ।
ଡାବୁଗାଁ ବସ୍ଷ୍ଟାଣ୍ଡ ନିକଟ ଏକ ହାର୍ଡୱେର ଦୋକାନରେ କାମ କରୁଥିଲେ ଜଗଦୀଶ । ସନ୍ଧ୍ୟାରେ ଦୋକାନୀଙ୍କ ୨ ମହଲା କୋଠା ଉପରୁ ସେ ଏକ ଲୁହା ପାଇପ୍ ଆଣୁଥିବା ସମୟରେ ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଥିଲେ । ଆଖି ପିଛୁଳାକେ ତାଙ୍କ ଶରୀର ଜଳି ଯାଇଥିଲା । ଦୋକାନ ମାଲିକ ଉପରେ ପହଞ୍ଚିବାବେଳକୁ ଜଗଦୀଶଙ୍କ ମୃତୁ୍ୟ ହୋଇଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଡାବୁଗାଁ ପୁଲିସ । ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏ ସଂପର୍କରେ ଜଗଦୀଶଙ୍କ ଦାଦା ଭଦର ଜାନୀ ଥାନାରେ ଏତଲା ଦେଇଛନ୍ତି । ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons