ଜିଲ୍ଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ସମ୍ମିଳନୀ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା, (ବି.ବି.ବୁ୍ୟରୋ): ଆଇନଜୀବୀମାନେ ବିିଭିନ୍ନ ସାମାଜିକ ପ୍ରସଙ୍ଗରେ ଆଗକୁ ଆସି ସତ୍ୟ କ’ଣ ଲୋକଙ୍କ ସାମନାକୁ ଆଣି ସନେ୍ଦହ ମୋଚନ କରିବା ଦରକାର । ଆଇନଜୀବୀଙ୍କୁ ସାଧାରଣଲୋକେ ଅଧିକ ଭରସା କରନ୍ତି । ସୁସ୍ଥ ସମାଜ ଗଠନରେ ଆଇନଜୀବୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ରାଜ୍ୟ ତଥା ଜିଲ୍ଲାର ବିକାଶ ରଥକୁ ଆଗେଇ ନେବାରେ ଆଇନଜୀବୀମାନଙ୍କ ପ୍ରମୁଖ ଦାୟିତ୍ୱକୁ କଦାପି ଅସ୍ୱୀକାର କରାଯାଇନପାରେ ବୋଲି ଜିଲ୍ଲା ବିଜୁ ଜନତା ଦଳ ଆଇନଜୀବୀ ସାମ୍ମୁଖ୍ୟ ସମ୍ମିଳନୀରେ ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
କେନ୍ଦ୍ରାପଡ଼ା ପୌରପାଳିକା ଟାଉନ୍ ହଲ୍ ପରିସରରେ ଜିଲ୍ଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଆବାହାକ ଭୀମସେନ ଭୂୟାଁଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ସମ୍ମାନିତ ଅତିଥି ଭାବେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରୱାଲା, ଜିଲ୍ଲା ଓକିଲ ସଂଘର ସଭାପତି ଆଶୁତୋଷ ମହାନ୍ତି ପ୍ରମୁଖ ଯୋଗଦେଇ କହିଥିଲେ ଆଇନଜୀବୀମାନେ ସମ୍ମିଳିତ ସ୍ୱରରେ ରାଜ୍ୟ ସରକାରଙ୍କ ନିକଟରେ ସେମାନଙ୍କ ଦାବି, ସମସ୍ୟା ସମ୍ପର୍କରେ ଉପସ୍ଥାପନ କଲେ ତାହା ଦାବି ପୂରଣ ହୋଇପାରିବ । ବିଜେଡି ସରକାର କ୍ଷମତାରେ ରହିବା ପରଠାରୁ ବିଭିନ୍ନ ସମୟରେ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ସହାୟତା ବୃଦ୍ଧି କରିଆସିଛନ୍ତି । ଏହା ବ୍ୟତୀତ ଆଇନଜୀବୀ ସ୍ୱାସ୍ଥ୍ୟ ପାଇଁ ରାଜ୍ୟ ସରକାର ଆବଶ୍ୟକ ଅର୍ଥ ମଞ୍ଜୁର କରିଥିବାବେଳେ ଜଣେ ଆଇନଜୀବୀଙ୍କ ମୃତୁ୍ୟ ପରେ ତାଙ୍କ ପରିବାରକୁ ୯ ଲକ୍ଷ ଟଙ୍କା ଅନୁଦାନ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତୁରନ୍ତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତି ପଞ୍ଚାୟତରେ ମଧୁବାବୁ ଆଇନ ସହାୟତାରେ ଆଇନଜୀବୀ ମାନଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ପର୍ଯ୍ୟବେକ୍ଷକ ଶ୍ରୀ ସାମନ୍ତରାୟ ପ୍ରତିଶ୍ରୁତି ଦେଇଥିଲେ ।
ଆଇନଜୀବୀମାନଙ୍କ ପକ୍ଷରୁ କଲ୍ୟାଣ ପାଣ୍ଠି ମାଧ୍ୟମରେ ରୋଗଗ୍ରସ୍ତ ଆଇନଜୀବୀଙ୍କୁ ଆବଶ୍ୟକ ଅର୍ଥ ପ୍ରଦାନ, ଅବସର ଅବା ମୃତ୍ୟକାଳୀନ ସହାୟତା ରାଶି ୨୦ଲକ୍ଷ ଟଙ୍କାକୁ ବୃଦ୍ଧି, ଜିଲ୍ଲାରେ ଭିଜିଲାନ୍ସ କୋର୍ଟ ପ୍ରତିÂା, ଆଇନଜୀବୀଙ୍କ ସ୍ୱାସ୍ଥ୍ୟବୀମା ଅବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଆଇନଜୀବୀମାନଙ୍କୁ ଏକ ସ୍ମାର୍ଟ କାର୍ଡ ପ୍ରଦାନ ସମ୍ପର୍କରେ ଦାବି ଉପସ୍ଥାପନ କରିଯାଇଥିଲା । ଏଥିସହ ବିଭିନ୍ନ ସଂଘର କର୍ମକର୍ତ୍ତାମାନେ ସେମାନଙ୍କ ଅଞ୍ଚଳର ଆଇନଜୀବୀମାନଙ୍କ ସମସ୍ୟା ସମ୍ପର୍କରେ ଅତିଥିଗଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜକନିକା ବ୍ଲକ୍ରେ ଜେଏମ୍ଏଫ୍ସି କୋର୍ଟ ପ୍ରତିÂାରେ ବିଳମ୍ବ ଯୋଗୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଇନଜୀବୀଙ୍କ ବିଭିନ୍ନ ଦାବି, ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ । ସେସବୁ ପୂରଣ ଦିଗରେ ଯଥାସମ୍ଭବ ପ୍ରୟାସ କରାଯିବ ବୋଲି ଅତିଥିମାନେ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ କଂଗ୍ରେସର ଜିଲ୍ଲା ଲିଗାଲ୍ ସେଲ୍ର ସଭାପତି ରବି ନାରାୟଣ ମହାନ୍ତି ବିଜୁ ଜନତା ଦଳ ଆଇନ ସାମ୍ମୁଖ୍ୟରେ ଯୋଗଦେଇଥିଲେ । ଏହି ସଭାରେ ଅତିଥି ପରିଚୟ ମନୋଜ ସାହୁ ପ୍ରଦାନ କରିଥିବାବେଳେ ଗୋକୁଳି ଦାସ ଦାବି ଉପସ୍ଥାପନ କରିଥିଲେ । ରାଜ୍ୟ ବିଜେଡି ଆଇନଜୀବୀ ସାମ୍ମୁଖ୍ୟର କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ କୁମାର ଜେନା ଧନ୍ୟବାଦ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲା, ଆଇନଜୀବୀ ଦେବଦାସ ମହାନ୍ତି, ଗଗନ ବିହାରି ଜେନା, ରଞ୍ଜନ କୁମାର ପଣ୍ଡା, ରମାକାନ୍ତ ସ୍ୱାଇଁ, ସ୍ମୃତିରଞ୍ଜନ ସିଂହ, ବ୍ରଜସୁନ୍ଦର ରାଉତ, ପ୍ରଭାତ ପ୍ରଧାନ, ଅରୁଣ ପ୍ରସାଦ ଦାସ, ନିରଞ୍ଜନ ବଳ, ଉମାକାନ୍ତ ଲେଙ୍କା, ସୁରେଶ ନାୟକ, ଦୀନେଶ ରାଜ ସିଂହ, ହାଡ଼ିବନ୍ଧୁ ସିଂହ, ମୋହନ ସାହୁ, ହିରଣ୍ୟ ପଣ୍ଡା, ମଙ୍ଗଳ ବରଣ ସିଂହ, ଦିଲ୍ଲୀପ ପରିଡ଼ା, ରେଣୁବାଳା ସାମଲ, ଅଞ୍ଜନା ମହାନ୍ତି, ଭୀମସେନ ପ୍ରଧାନ, ଚିରଞ୍ଜବୀ ଦାସ, ଉମେଶ ଦାସ, ସଞ୍ଜୟ ପାତ୍ର ପ୍ର୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons