ଝୁଲା ପୋଲରେ ଅଘଟଣ :ନାଗାବଳୀରେ ବୁଡ଼ି ବାପ ପୁଅ ନିଖୋଜ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀର ଝୁଲାପୋଲ ନିକଟରେ ବୁଡ଼ି ବାପ ପୁଅ ନିଖୋଜ ହୋଇଛନ୍ତି । ନିଖୋଜ ଦ୍ୱୟ ହେଲେ କେ. ଶ୍ରୀନୁ(୪୬) ଓ ତାଙ୍କ ପୁଅ କେ. ଜିତେନ୍ଦ୍ର(୧୯) । ସେମାନଙ୍କ ଘର ପାରଳାଖେମୁଣ୍ଡି ସହରରେ । ଦମକଳ ବାହିନୀ ସେଠାରେ ପହଞ୍ଚି ନିଖୋଜ ବାପ ପୁଅଙ୍କୁ ଖୋଜାଖୋଜି କରୁଛି । ତେବେ ଅନ୍ଧାର ହୋଇ ଯାଇଥିବାରୁ ଖୋଜିବାରେ ବାଧା ସୃଷ୍ଟି ହୋଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଅର୍ଥାତ ରାତି ୮ଟା ସୁଦ୍ଧା ନିଖୋଜ ଦ୍ୱୟଙ୍କ ପତ୍ତା ମିଳି ନଥିଲା । ଫଳରେ ପରିବାରବର୍ଗଙ୍କ ଭିତରେ ଦୁଃଖ ଓ ଆଶଙ୍କା ବୃଦ୍ଧି ପାଇଛି ।
ପାରଳାଖେମୁଣ୍ଡି ସହରରୁ ୧୬ ଜଣ ପର୍ଯ୍ୟଟକ ରାୟଗଡା ସହରକୁ ଆସି ମଝିଘରିଆଣୀ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ । ସେଠାରୁ ଅପରାହ୍ନରେ ଝୁଲା ପୋଲ ଦେଖିବା ପାଇଁ ଯାଇଥିଲେ । ସମସ୍ତେ ଝୁଲାପୋଲ ଉପରେ କିଛି ସମୟ ବୁଲିବା ପରେ ପ୍ରଥମେ ଶ୍ରୀନୁ ପୋଲ ତଳକୁ ଓହ୍ଲାଇଥିଲେ । ତଳକୁ ଓହ୍ଲାଇ ସେ ନଦୀର ଏକ ପଥର ଉପରେ ଠିଆହୋଇ ଗୋଡ଼ ଧୋଇବା ସମୟରେ ଖସି ପଡ଼ିଥିଲେ । ବାପା ଖସିଯିବା ଦେଖି ତାଙ୍କୁ ଉଦ୍ଧାର କରିବାକୁ ପୁଆ ଜିତେନ୍ଦ୍ର ତଳକୁ ଦୌଡ଼ି ଯାଇଥିଲେ । ସେଠାରେ ଉଦ୍ଧାର ସମୟରେ ସେ ମଧ୍ୟ ନଦୀଗର୍ଭକୁ ଖସି ଯାଇଥିଲେ । ଉଭୟ ଖସିଯିବା ପରେ ସେହି ସ୍ଥାନରେ କୋଳାହଳ ସୃଷ୍ଟି ହୋଇଥିଲା ।
ନଦୀର ତଳମୁଣ୍ଡରେ ଗାଧୋଉଥିବା କେତେକ ଯୁବକ ପହଞ୍ଚିି ଘଟଣା ସମ୍ପର୍କରେ ଦମକଳ ବାହିନୀକୁ ସୂଚନା ଦେଇଥିଲେ । ଦମକଳ ବାହିନୀର ଯବାନମାନେ ପହଞ୍ଚିି ଖୋଜାଖୋଜି ଜାରି ରଖିଛନ୍ତି । ଏଥିରେ ସ୍ଥାନୀୟ ଯୁବକମାନେ ମଧ୍ୟ ସାମିଲ ହୋଇଛନ୍ତି । ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିଲେ ମଧ୍ୟ ପୋଲ ଉପରେ ସୁରକ୍ଷା ପାଇଁ ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons