ଟଙ୍କା ଭର୍ତ୍ତି ପର୍ସ ଫେରାଇଲେ ଜଗା ଦର୍ଶନାର୍ଥୀ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଟଙ୍କା ଭର୍ତ୍ତି ପର୍ସ ଫେରାଇଲେ ଜଗା ଦର୍ଶନାର୍ଥୀ । ଜଗାକାଳିଆଙ୍କୁ ଦର୍ଶନ କରିବା ସମୟରେ ଭିତରକାଠ ନିକଟରେ ଟଙ୍କା ଭର୍ତ୍ତି ପର୍ସ ପଡ଼ିଥିଲା । ପର୍ସ ପାଇ ହଜିଥିବା ବ୍ୟକ୍ତିଙ୍କୁ ଖୋଜିଲେ । ଶ୍ରୀମନ୍ଦିର ଭିତର ବେଢାରେ ତିନି ଥର ଚକ୍କର କାଟି ଶେଷକୁ ପର୍ସଟିକୁ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ଜିମା ଦେଇଥିଲେ ଦର୍ଶନାର୍ଥୀ । ବୁଧବାର ସକାଳେ ଏଭଳି ଘଟଣାକୁ ନେଇ ଶ୍ରୀମନ୍ଦିରରେ ଜୋରଦାର ଚର୍ଚ୍ଚା ।
ଜଗତ୍ସିଂହପୁର ଜିଲ୍ଲା ଶାଲିଜଙ୍ଗର ସଂଜୟ କୁମାର ଜେନା, ତାଙ୍କ ପତôୀ ଶେଫାଳୀ ଓ ପୁଅ ସୌମ୍ୟ ଶ୍ରୀମନ୍ଦିର ଆସିଥିଲେ । ସଂଜୟ କୁହନ୍ତି ସକାଳ ପ୍ରାୟ ସାଢେ ୭ଟାରେ ସେମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଭିତରକାଠ ନିକଟରେ ଠାକୁରଙ୍କ ଦର୍ଶନ କରିବା ସମୟରେ ପାଦ ତଳେ ପଡ଼ିଥିବା ପର୍ସ ପାଇଥିଲେ ଶେଫାଳୀ । ପର୍ସ ଧରି ପୂରା ପରିବାର ହଜାଇଥିବା ବ୍ୟକ୍ତିଙ୍କୁ ଖୋଜିଥିଲେ । ସେଥିରେ ୫ହଜାରରୁ ଉଦ୍ଧ୍ୱର୍ ଟଙ୍କା ଥିଲା । ସେଭଳି ବ୍ୟତିବ୍ୟସ୍ତ ହେଉଥିବା ଲୋକଙ୍କୁ ନପାଇ ସୂଚନା କେନ୍ଦ୍ର କର୍ମଚାରୀଙ୍କୁ ପର୍ସଟିକୁ ଦେଇ ଘରକୁ ଫେରିଯାଇଥିଲେ । ଏଭଳି ଘଟଣା ପ୍ରଚାର ପରେ ଦର୍ଶନାର୍ଥୀ ପରିବାରଙ୍କ ଭୁରି ପ୍ରଶଂସା କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons