ଟ୍ରକ୍ ଧକ୍କାରେ ଜଣେ ମୃତ:କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତାରୋକ

Get real time updates directly on you device, subscribe now.

ସାନଖେମୁଣ୍ଡି,(ବି.ବି.ନୁ୍ୟଜ): ଘାସ କାଟିବାକୁ ବାଇକ୍ରେ ଲିଫ୍ଟ ମାଗି ଯାଉଥିଲେ ଜଣେ ଯୁବକ । ପଛରୁ ଆସୁଥିବା ଏକ ଟ୍ରକ୍ ବାଇକ୍କୁ ଧକ୍କା ଦେବା ପରେ ଲିଫ୍ଟମାଗି ଯାଉଥିବା ଯୁବକଙ୍କ ମୃତୁ୍ୟ ହୋଇଛି । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଆଜି ଘଟିଛି ପାଟପୁର ଥାନା ଅନ୍ତର୍ଗତ ଶ୍ରୀଚନ୍ଦନପୁର ସାମନ୍ତରାୟପୁର ଛକରେ । ମୃତକ ସାମନ୍ତରାୟପୁର ଗାଁର ମୋହନ ଗୌଡ଼ । କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତାରୋକ କରିଥିଲେ । ପୁଲିସ ପ୍ରଶାସନ ପହଞ୍ଚି ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି ।
ପୂର୍ବାହ୍ନ ପ୍ରାୟ ୭ଟା । ପଲ୍ଲୀ ପଦ୍ମନାଭପୁର ଗାଁର ରାମଚନ୍ଦ୍ର ପାଢ଼ୀ ବାଇକରେ ଶେରଗଡ଼ ଯାଉଥିଲେ । ପଲ୍ଲୀ ସାମନ୍ତରାୟପୁର ଗ୍ରାମର ମୋହନ ବିଲକୁ ଘାସ କାଟିବାକୁ ଯିବା ପାଇଁ ବାଇକରେ ଲିଫ୍ଟ ମାଗିବା ପରେ ମିଶିକି ଯାଉଥିଲେ । ଏକ ଟ୍ରକ୍ (ଓଡ଼ି ୨୯ ଡି ୦୧୮୬) ବାଇକ୍କୁ ପଛରୁ ଧକ୍କା ଦେଇଛି । ଚାଳକ ଗୁରୁତର ହୋଇଥିବା ବେଳେ ପଛରେ ବସିଥିବା ମୋହନଙ୍କ ଟ୍ରକ୍ ଚକାତଳେ ପଡ଼ି ମୃତୁ୍ୟ ହୋଇଛି । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଦୁର୍ଘଟଣା ଘଟାଇ ଥିବା ଟ୍ରକ୍କୁ ପୁଲିସ ଜବତ କରିଛି । କ୍ଷତିପୂରଣ ଦାବିରେ ଟାୟାର ଜାଳି ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ । ଆସିକା ଏସ୍ଡିପିଓ ଉମା ଶଙ୍କର ସିଂ, ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ ଶେରଗଡ଼ ଆଇଆଇସି ମମତା ସାମନ୍ତରାୟ, ସାନଖେମୁଣ୍ଡି ତହସିଲଦାର ଡ. ଶ୍ରୀନିବାସ ବେହେରା ଅତିରିକ୍ତ ତହସିଲଦାର ରାଜସ୍ୱ ନିରୀକ୍ଷକ ଏକ ପ୍ଲାଟୁନ ପୁଲିସ ଲୋକଙ୍କୁ ବୁଝାସୁଝା କରିଥିଲେ । ପ୍ରଶାସନ ପକ୍ଷରୁ ରେଡ୍କ୍ରସ୍ରୁ ୧୦ ହଜାର ସହାୟତା ଯୋଗାଇ ଦିଆଯାଇଛି । ପ୍ରାୟ ୪ ଘଣ୍ଟା ପରେ ରାସ୍ତାରୋକ ହଟିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons