ଠାକୁରାଣୀଙ୍କ କଳସ ଯାତ୍ରା ଶେଷ

Get real time updates directly on you device, subscribe now.

ଡାବୁଗାଁ,(ଗଗନ ଗନ୍ତାୟତଙ୍କଠାରୁ): ବ୍ଲକ ସଦର ମହକୁମାରେ ୯ଦିନ ଧରି ଚାଲିଥିବା ମା’ ଠାକୁରାଣୀଙ୍କ କଳସ ଯାତ୍ରା ମଙ୍ଗଳବାର ଶେଷ ହୋଇଛି । ଅପରାହ୍ଣରେ ମା’ଙ୍କ ଘଟ ସହ ଲାଠି, କୁର୍ଚ୍ଚି ଆଦି କଳସୀ ମଣ୍ଡପରୁ ଶୋଭାଯାତ୍ରା କରି ଲେଉଟିଛନ୍ତି । ଦିନ ସାରା କଳସୀ ମଣ୍ଡପରେ ପୂଜାର୍ଚ୍ଚନା ଚାଲିଥିଲା । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ତିରିଶରୁ ଅଧିକ ବାଳିକା କଳସ ମୁଣ୍ଡାଇ ଶୋଭାଯାତ୍ରାରେ ଭାଗ ନେଇଥିଲେ । ପୋଖରୀରେ ବୁଡ ପକାଇ ଯାତ୍ରା କରିଥିଲେ । ଯାତ୍ରା କମିଟି ସଭାପତି ସତ୍ୟରଞ୍ଜନ ପାତ୍ର, ଉପସଭାପତି କୁନୁ ପାତ୍ର, ମନୁ ରେଲି, ସମ୍ପାଦକ ତଥା ଡାବୁଗାଁ ସରପଞ୍ଚ ବିନୋଦ ସଉରା, ଡଙ୍ଗରୀଗୁଡା ସରପଞ୍ଚ ରାମକୁମାର ଗଣ୍ଡ, ଉପଦେଷ୍ଟା ଦେବରାଜ ପାତ୍ର, ଏମ୍. ଆପ୍ପାରାଓ, ଜଗନ୍ନାଥ ରେଲି, ଭଗବାନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons