ଡକାୟତି ଯୋଜନା ପଣ୍ଡ:ପୁଲିସ୍ ପଞ୍ଝାରେ ୫ ଅଭିଯୁକ୍ତ

Get real time updates directly on you device, subscribe now.

ତାଳଚେର,(ବି.ବି.ନୁ୍ୟଜ): ତାଳଚେର ଥାନା ଇଲାକାରେ ଡକାୟତି କରି ଆତଙ୍କ ଖେଳାଇଥିବା ଏକ ଗ୍ୟାଙ୍ଗ୍କୁ କାବୁ କରିଛି ପୁଲିସ୍ । ୫ ଜଣ ଅଭିଯୁକ୍ତ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ୍ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ତାଳଚେର ଥାନା ଇଲାକା ବିହାରିପୁର ଗ୍ରାମର ଦିପୁ ନାଏକ (୨୬), ଚାଉଳିକୂଟା ଗ୍ରାମର ହାପି ନାଏକ (୨୧), ରେମୁଅାଁ ମୁଣ୍ଡା ସାହିର ଛୋଟୁ ଓରଫ ସରୋଜ ସିଂହ, ଚାଉଳିକୂଟା ଗ୍ରାମର କପିଳ ନାଏକ (୨୫) ଓ ଧରମପୁର ଗ୍ରାମର କମଳି ଓରଫ କମଳାକାନ୍ତ ମହାପାତ୍ର (୨୭) । ପୁଲିସ୍ ସେମାନଙ୍କ ଠାରୁ ପିସ୍ତଲ, ଖଣ୍ଡା ଓ ଭୁଜାଲି ଜବତ କରିଥିବା ଜଣାପଡ଼ିଛି ।
ପୁଲିସ୍ ସୂଚନା ମୁତାବକ, ଗିରଫ ୫ ଅଭିଯୁକ୍ତ ଡକାୟତି କରିବା ପାଇଁ ଉଦ୍ୟମ କରୁଥିବା ତାଳଚେର ଥାନା ଅଧିକାରୀ ସତ୍ୟବ୍ରତ ରାଉତ ବିଶେଷ ସୂତ୍ରରୁ ଖବର ପାଇଥିଲେ । ତାଙ୍କ ନେତୃତ୍ୱରେ ଏକ ଟିମ୍ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ସେମାନଙ୍କୁ ଠାବ କରି ଧରିବାରେ ସକ୍ଷମ ହୋଇଥିଲା । ସେମାନେ ଏକ ବଡ ଧରଣର ଡକାୟତି କରିବା ପାଇଁ ଯୋଜାନା କରୁଥିବା ସ୍ୱୀକାର କରିଥିଲେ । ପୂର୍ବରୁ ସେମାନେ ବିଭିନ୍ନ ରାହାଜାନୀ, ପକେଟମାର, ଘର ଲୁଟପାଟ୍ ଘଟଣାରେ ଲିପ୍ତ ଥିବା ପୁଲିସ୍ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons