ଡକାୟତି ଯୋଜନା ପଣ୍ଡ: ୬ ଗିରଫ

Get real time updates directly on you device, subscribe now.

ବ୍ରହ୍ମପୁର: ଡକାୟତି ଯୋଜନା କରୁଥିବା ବେଳେ ଗୋସାଣିନୂଆ ଗାଆଁ ପୁଲିସ ଚଢାଉ କରି ଏହାକୁ ପଣ୍ଡ କରିଛି । ଏଥିରେ ୬ ଗିରଫ ହୋଇଛନ୍ତି । ତିନୋଟି ଖଣ୍ଡା, ତିନୋଟି ଅଫୁଟା ବୋମା, ଦୁଇଟି ମୋଟରସାଇକେଲ୍, ଦୁଇଟି ମୋବାଇଲ୍ ଫୋନ୍, ଗୋଟିଏ ଲୁହା ରଡ୍‌ ସେମାନଙ୍କ ଠାରୁ ଜବତ କରାଯାଇଛି । ଗିରଫଙ୍କ ମଧ୍ୟରେ ଚେରୁ ଗୌଡ ନାମରେ ବିଭିନ୍ନ ଥାନାରେ ୧୫ଟି ମାମଲା ଥିବା ବେଳେ ଅମର ପାଳ ନାମରେ ୪ଟି ମାମଲା ରହିଥିବା ଜଣାପଡ଼ିଛି । ଅନ୍ୟ ୪ ଗିରଫଙ୍କ ନାମରେ ଗୋଟିଏ ମାମଲା ଥିବା ବ୍ରହ୍ମପୁର ଅତିରିକ୍ତ ଏସ୍ ପି ପ୍ରଭାତ ରାଉତ ରାୟଙ୍କ ସୂଚନା ଦେଇଛନ୍ତି।
ଗତକାଲି ବିଳମ୍ବିତ ରାତିରେ ଗୋଷାଣିନୁଆଗାଁ ଥାନା ଅନ୍ତର୍ଗତ ଶକ୍ତି ନଗର ସ୍ଥିତ ଓଁମ ବିହାର ନିକଟରେ ଥିବା ଦୀପକ ରେସିଡେନ୍ସି ନିକଟ ଜାତୀୟ ରାଜପଥରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ୍ ଚଢାଉ କରି ଏହି ୬ଜଣଙ୍କୁ କାବୁ କରିଛି। ଗିରଫଯୁବକ ମାନେ ହେଲେ ଲାଠିର ଚେରୁ ଓରଫ୍ ଶ୍ୟାମ ସୁନ୍ଦର ଗୌଡ଼(୨୬) ,ଆଇନା ବନ୍ଧ ସାହିର ଚିକୁ ଓରଫ୍ ଚିନ୍ମୟ ଦାସ(୨୦), ମାଛ ବନ୍ଧ ସାହିର ମୁଣ୍ଡା ଓରଫ୍ କାଳିଆ ସେଠି(୨୨), ଲକ୍ଷ୍ମୀ ନରସିଂହ ସାହିର ଅଜୟ ମହାରଣା(୨୫), ପାଣିଗ୍ରାହୀ ପେଣ୍ଠ ସାହିର ଅମର ପାଳ(୨୫) ,ଗୋଷାଣିନୁଆ ଗାଁ ବଡ଼ ସାହିର ପିଲା କାଳୁ ଓରଫ୍ ସାନ୍ତୁନୁ କୁମାର ଚୋୖଧୁରୀ(୨୭) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ୍ ସୂଚନା ଦେଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons