ଡିଜିପି ଡିସ୍କ ସମ୍ମାନ ପାଇବା ପୂର୍ବରୁ ହୃଦଘାତରେ ଫାଣ୍ଡି ଅଧିକାରୀଙ୍କ ଦେହାନ୍ତ

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ): ଆଉ ମାତ୍ର କେଇ ଘଣ୍ଟା ପରେ ସେ ରାଜ୍ୟସ୍ତରୀୟ ପୁଲିସ୍ ପ୍ରତିÂା ଉତ୍ସବରେ ପାଇଥାନ୍ତେ ସର୍ବଶ୍ରେÂ ଡିଜିପି ଡିସ୍କ ସମ୍ମାନ । ହେଲେ ବିଧିର ବିଧାନ ଥିଲା ଅଲଗା । ଭୁବନେଶ୍ୱରରୁ କଟକ ଅଭିମୁଖେ ବାହାରୁଥିବା ବେଳେ ହୃଦ୍ଘାତରେ ଲିଭିଗଲା ତାଙ୍କ ଜୀବନ ଦୀପ । ଏଭଳି ଦୁଃଖଦ ଘଟଣା ଆଜି ଜିଲ୍ଲା ପୁଲିସ୍ ବିଭାଗରେ ଶୋକର ଛାୟା ଖେଳାଇ ଦେଇଥିଲା । ପ୍ରାଣ ହରାଇଥିବା ପୁଲିସ୍ ଅଧିକାରୀ ଜଣଙ୍କ ହେଲେ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା କେନ୍ଦୁଗୁଡ଼ାର ଫାଣ୍ଡି ଅଧିକାରୀ ଏଏସ୍ଆଇ କିଶୋର ଚନ୍ଦ୍ର ବେହେରା ।
ଉତ୍ତମ ସେବା ପ୍ରଦାନ ଲାଗି ଶ୍ରୀ ବେହେରାଙ୍କୁ ଆଜି କଟକରେ ଆୟୋଜିତ ରାଜ୍ୟସ୍ତରୀୟ ପୁଲିସ୍ ପ୍ରତିÂା ଉତ୍ସବରେ ମିଳିଥାନ୍ତା ଡିଜିପି ଡିସ୍କ ସମ୍ମାନ । ଏଥିଲାଗି ଶ୍ରୀ ବେହେରା ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଥିଲେ । ସେଠାରେ ଥିବା ବିଭାଗୀୟ ବ୍ୟାରେକ୍ରେ ରହିଥିଲେ । ଆଜି ଭୁବନେଶ୍ୱରରୁ କଟକ ବାହାରିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଖବରପାଇ ଜଣେ ସମ୍ପର୍କୀୟ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ । ହେଲେ ସେତେବେଳକୁ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ ।
ଗଞ୍ଜାମ ଜିଲ୍ଲା ଆସ୍କାରେ ଜନ୍ମଗ୍ରହଣ କରିଥିବା ୫୨ ବର୍ଷୀୟ କିଶୋର ୧୯୯୩ ମସିହାରେ ମାଲକାନଗିରି ଜିଲ୍ଲାରେ କନେଷ୍ଟବଳ ଭାବେ ଆରମ୍ଭ କରିଥିଲେ ଚାକିରି ଜୀବନ । ୨୦୧୧ରେ ଏଏସ୍ଆଇ ଭାବେ ପଦୋନ୍ନତି ପାଇ କେନ୍ଦୁଗୁଡ଼ା ଫାଣ୍ଡି ଅଧିକାରୀ ଭାବେ କାମ କରୁଥିଲେ । ଜଣେ ନିÂାପର ପୁଲିସ୍ ଅଧିକାରୀ ଭାବେ ତାଙ୍କର ବେଶ ଖ୍ୟାତି ରହିଥିଲା । ଗଞ୍ଜେଇ ଧରିବାରେ ସେ ଅଗ୍ରଣୀ ଭୂମିକା ତୁଲାଇ ଆସୁଥିଲେ । ଗତବର୍ଷ ଏଥିପାଇଁ ଜିଲ୍ଲାସ୍ତରୀୟ ସମ୍ମାନରେ ତାଙ୍କୁ ସମ୍ମାନିତ କରିଥିଲେ ଏସ୍ପି । ହେଲେ ତାଙ୍କ ଅଚାନକ ଦେହାନ୍ତ ଖବର ପାଇବା ପରେ ପୁଲିସ୍ ମହଲରେ ଶୋକର ଛାୟା ଖେଳିଯାଇଥିଲା । ଆଜି ସେ ପୁଲିସ୍ ମୁଖିଆଙ୍କଠାରୁ ସର୍ବଶ୍ରେÂ ସମ୍ମାନ ପାଇଥାନ୍ତେ । ଏମିତିକି ରାୟଗଡ଼ାରେ ଆୟୋଜିତ ଜିଲ୍ଲାସ୍ତରୀୟ ପୁଲିସ୍ ପ୍ରତିÂା ଉତ୍ସବ ବେଳେ ତାଙ୍କୁ ସମ୍ମାନିତ କରିବା ପାଇଁ ନାମ ଘୋଷଣା କରାଯାଇଥିଲା । ସେତେବେଳକୁ କିଶୋର ଚାଲିଯାଇଥିଲେ ଆରପାରିକୁ । କିନ୍ତୁ ସେତେବେଳେ କାହା ପାଖରେ କିଛି ଖବର ନଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons