ଡିବିରି ନିଆଁରେ ଜଳିଗଲା ଘର

Get real time updates directly on you device, subscribe now.

କୁନ୍ଦୁରା,(ବି.ବି.ନୁ୍ୟଜ): ଆସନା ପଞ୍ଚାୟତର ଗନ୍ଧିଗୁଡ଼ା ଗାଁରେ ଅଗ୍ନିକାଣ୍ଡ ଘଟି ୩ ବଖରା ସମ୍ପୂର୍ଣ୍ଣ ଜଳିଯାଇଛି । କ୍ଷତିଗ୍ରସ୍ତ ହୋଇଛନ୍ତି ଗାଁ ସାବ ସାନ୍ତାଙ୍କ ପରିବାର । ଆଜି ରାତିରେ ଡିବିରି ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଏଥିରେ ଘରେ ଥିବା ପ୍ରାୟ ୫ କ୍ୱିଣ୍ଟାଲ ଧାନ, ୧ କ୍ୱିଣ୍ଟାଲ ଚାଉଳ, ନଗଦ ୨ ହଜାର ଟଙ୍କା, ଲୁଗାପଟା, ଜମିପ;ା, ଆଧାରକାର୍ଡ, ଭୋଟର ପରିଚୟ ପତ୍ର ଏବଂ ରେସନକାର୍ଡ ଇତ୍ୟାଦି ଜଳି ପାଉଁଶ ହୋଇଯାଇଛି । ବିପନ୍ନ ପରିବାର ଲୋକେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି । ଅଗ୍ନିକାଣ୍ଡ ସମ୍ପର୍କରେ ସରପଞ୍ଚ ଜୟନ୍ତୀ କୁଶଗାରିଆଙ୍କୁ ସୂଚନା ଦିଆଯିବା ପରେ ସେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ମାତ୍ର ୧୫ ମିନିଟ୍ ଭିତରେ ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲିଭା କାର୍ଯ୍ୟରେ ବିଭାଗର ଉମାକାନ୍ତ ତାଣ୍ଡି, ବିରଞ୍ଚି ପାତ୍ର, ସଚିନ ପରୁଆ, ପୁରୁଷୋତ୍ତମ ଶବର ପ୍ରମୁଖ ସାମିଲ ହୋଇଥିଲେ । ସେମାନଙ୍କୁ ସହାୟତା କରିଥିଲେ ଗାଁର ଧନପତି ସାନ୍ତା, ଆଦୁ ସାନ୍ତା, ବଲ ସାନ୍ତା, ଗୁରୁ ସାନ୍ତା ଓ ଧନ ସାନ୍ତା ପ୍ରମୁଖ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons