ଡ୍ରେନରେ ଭାସିଗଲେ ଛାତ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବର୍ଷା ଛାଡିÿ ଆସିଥିଲା । ହେଲେ ରାସ୍ତାରେ ପାଣିର ସୁଅ ଚାଲିଥିଲା । ସାଇକେଲ ଧରି ଟୁ୍ୟସନ ବାହାରିଲା । ବାଟରେ ଡ୍ରେନ୍ ପାଣି ସୁଅରେ ସାଇକେଲ୍ ସ୍ଲିପ୍ କଲା । ସିଧା ଯାଇ ପଡିÿଲା ଡ୍ରେନ୍ରେ । ୨ ଜଣ ଧାଇଁ ଯାଇ ଉଦ୍ଧାର କରିବାକୁ ଚେଷ୍ଟା କଲେ । କିନ୍ତୁ ସେତେବେଳକୁ ଡ୍ରେନ୍ ସୁଅ ଭିଡିÿ ନେଇଥିଲା ।
ଆଜି ବରମୁଣ୍ଡା ଶତାଦ୍ଧୀ ନଗରର ଲେନ୍-୯ ଡ୍ରେନ୍ ନମ୍ବର ୮-ଏରେ ଜଣେ ଦଶମ ଶ୍ରେଣୀ ଛାତ୍ର ଟୁ୍ୟସନ ପାଇଁ ସାଇକେଲରେ ଯାଉଥିବା ବେଳେ ଭାସିଯାଇଛି । ସେ ହେଲେ ବରମୁଣ୍ଡା ପାଲାମଣ୍ଡପ ପାଖ ହୃଷିକେଶ ବେହେରାଙ୍କ ବଡ଼ ପୁଅ ଜ୍ୟୋତି ପ୍ରକାଶ ବେହେରା (ରାଜା) । ଜ୍ୟୋତିକୁ ଉଦ୍ଧାର ପାଇଁ ଦୀର୍ଘ ୧୦ ଘଣ୍ଟାର ଅପରେସନ୍ ଫେଲ୍ ମାରିଛି । ଅଗ୍ନିଶମ ଟିମ୍ ଓ ସ୍ଥାନୀୟ ଲୋକେ ମିଶି ରାତି ୯ଟା ଯାଏ ଜ୍ୟୋତିଙ୍କୁ ଖୋଜିଥିଲେ ହେଁ, କିଛି ପତ୍ତା ମିଳିନି । ଏହି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି ।
ସମୟ ଅପରାହ୍ଣ ୨ଟା । ଦିନ ୧ଟାରୁ ଲାଗି ରହିଥିବା ବର୍ଷା ଛାଡିÿ ଆସିଥିଲା । ଘଣ୍ଟାକରେ ୩୪ ମିଲିମିଟର ବର୍ଷା ହୋଇଥିଲା । ଜ୍ୟୋତିକୁ ମା’ ମନା କରିଥିଲେ, ବର୍ଷା ହେଉଛି, ଆଜି ଟୁ୍ୟସନ ଯାଆନି । କିନ୍ତୁ ମା’ର ଆକଟ ଶୁଣିଲାନି ଜ୍ୟୋତି । କହିଲା, ମୁଁ ସଂସ୍କୃତ କ୍ଲାସ ମିସ୍ କରିବନି । ଖାଲି ସାର୍ଙ୍କୁ ପାଠ ଦେଖାଇ ଫେରି ଆସିବି । ଏମିତି କହି ସେ ଘରୁ ସାଇକେଲ୍ ଧରି ଶତାଦ୍ଧୀ ନଗର ବ୍ୟାଙ୍କ କଲୋନି ଅଭିମୁଖେ ବାହାରିଗଲା । ବରମୁଣ୍ଡା ପାଲାମଣ୍ଡପରୁ ୩ଟି ସଂକୀର୍ଣ୍ଣ ଗଳି ପାର୍ କରିବା ପରେ ଆସିଲା ଲେନ୍ ନମ୍ବର ୭ର ଆବଡ଼ା ଖାବଡ଼ା ରାସ୍ତା । ଡ୍ରେନ୍ ନମ୍ବର ୮-ଏର ପାଣି ପାର୍ ପାଇଁ ରାସ୍ତାରେ ହୁ୍ୟମ୍ ପାଇପ୍ (୩ ଫୁଟ୍ ଗୋଲେଇ)ପଡିÿଛି । କିଛି ବର୍ଷ ହେଲା ପାଇପ୍ଟି ମାଟି ତଳକୁ ଦବି ଯାଇଛି । ଫଳରେ ଅଧଘଣ୍ଟାଏ ବର୍ଷା ଝାଡିÿଲେ, ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ବୋହେ । ଆଜି ଡ୍ରେନ୍ ଉପରେ ଦେଢ଼ ଫୁଟ୍ ଉଚ୍ଚର ବର୍ଷା ପାଣି ସୁଅ ଚାଲିଥିଲା । ପାଣି ସୁଅରେ ଜ୍ୟୋତିର ସାଇକେଲ ସ୍ଲିପ୍ କଲା । ସାଇକେଲଟି ସିନା ଡ୍ରେନ୍ କଡ଼ ପାଚେରିର ଲୁହା ରଡ଼ରେ ଛନ୍ଦି ହୋଇ ରହିଗଲା । କିନ୍ତୁ ଜ୍ୟୋତି ପାଣି ସୁଅରେ ଭାସି ଯାଇଥିଲା ।
ଡ୍ରେନ୍ କଡ଼ରେ ହାଇକୋର୍ଟ ଓକିଲ ରଜନୀକାନ୍ତ ମହାପାତ୍ରଙ୍କ ଘରେ ଏକ ଶ୍ରାଦ୍ଧ ବାର୍ଷିକୀ ଚାଲିଥିଲା । ହୁ୍ୟମ୍ ପାଇପ୍ ଆରପଟେ ତାଙ୍କର ୨-୩ ଜଣ ସମ୍ପର୍କୀୟ କାର୍ରେ ବସିଥିଲେ । ଜ୍ୟୋତି ବୁଡି ଯାଉଥିବା ଦେଖି ସେମାନେ ବଡ଼ ପାଟିରେ ଡାକ ପକାଇଲେ । ଶ୍ରାଦ୍ଧବାର୍ଷିିକୀ ଭୋଜିରୁ ୨ ଜଣ ଦୌଡିÿ ଯାଇ ଜ୍ୟୋତିକୁ ଉଦ୍ଧାର କରିବାକୁ ପାଖାପାଖି ୨୦ ମିଟର ଡ୍ରେନ୍ ସୁଅରେ ପହଁରିଥିଲେ । କିନ୍ତୁ ସେତେବେଳକୁ ଡ୍ରେନ୍ର ପ୍ରଖର ସୁଅ ଜ୍ୟୋତିକୁ କୁଆଡେ଼ ଭିଡିÿ ନେଇଥିଲା ।
ଆଖପାଖରେ ଖବରଟି ବିଜୁଳି ବେଗରେ ଖେଳିଗଲା । ଖବର ପାଇ ହୃଷିକେଶ ମଧ୍ୟ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ । ସ୍ଥାନୀୟ ଲୋକ ମଧ୍ୟ ସେଠାରେ ଜମା ହେବାରେ ଲାଗିଲେ । ତା’ପରେ ଆରମ୍ଭ ହେଲା, ଅପରେସନ ଜ୍ୟୋତି । ବରମୁଣ୍ଡା ଗାଁ, ଶତାଦ୍ଧୀ ନଗର ଓ ସୌଭାଗ୍ୟ ନଗରର ଓ ମୁଖ୍ୟ ରାସ୍ତା ଡ୍ରେନ୍ କଡ଼ରେ ଶତାଧିକ ଲୋକ ଦଳ ଦଳ ହୋଇ ଛିଡ଼ା ହୋଇଥିଲେ । ଡ୍ରେନ୍ଟି୍ ଶତାଦ୍ଧୀନଗର ଲେନ୍-୭ରୁ ଲେନ୍ ୧୦ ଦେଇ ସୌଭାଗ୍ୟ ନଗରର ୫ଟି ଗଳି, ଜାଗମରା-ସିଟି ୱେମେନ୍ସ କଲେଜ ରାସ୍ତା ଯାଏଁ ଲମ୍ବିଥିଲା ।
ଯେଉଁଠି ଡ୍ରେନ୍ରେ ସ୍ଲାବ୍ ମୁକୁଳା ଥିଲା ସେଠି ଲୋକେ ଟର୍ଚ୍ଚ ମାରି ଡ୍ରେନ୍ ଭିତର ଉଣ୍ଡାଳିଲେ । ନଚେତ୍ ହାତରେ ବଡ଼ ଶାବଳ ଓ ଲୁହା ରଡ଼ରେ ଡ୍ରେନ୍ ସ୍ଲାବ ଉଠାଇ ଜ୍ୟୋତିକୁ ଖୋଜିଥିଲେ । କିଛି ସ୍ଥାନରେ ଲୋକେ ମାଟି ଖୋଳି ସ୍ଲାବ୍ ଟେକିଥିଲେ । ଏସ୍କାଭେଟର ଲଗାଇ ଖୋଜା ଚାଲିଲା । ଅଗ୍ନିଶମର ଏକ ଟିମ୍ ଘଟଣାସ୍ଥଳଠୁ ୩ କିମି ଦୂର ଗଣ୍ଡମୁଣ୍ଡାର ମୁଖ୍ୟ ଡ୍ରେନ୍ରେ ଖୋଜାଖୋଜି କରି ନିରାଶ ହୋଇଥିଲା । ଅନ୍ୟପଟେ କିଛି ଲୋକ ଜାଗମରା ରାସ୍ତାର ମୁଖ୍ୟ କଲଭର୍ଟରେ ମୁକୁଳା ଡ୍ରେନ୍କୁ ଅନେଇ ରହିଥିଲେ । କାଳେ ଡ୍ରେନ୍ରେ ଭାସି ଆସୁଥିବା ଜ୍ୟୋତିଙ୍କୁ ସେମାନେ ଦେଖି ଉଦ୍ଧାର କରି ଆଣିବେ । ଅପରାହ୍ଣ ୧ଟାରୁ ସନ୍ଧ୍ୟା ୯ଟା ବାଜିଲା । କିନ୍ତୁ ଜ୍ୟୋତିର କିଛି ପତ୍ତା ମିଳିନାହିଁ । ଖବର ଲେଖା ହେବା ଯାଏଁ ଜ୍ୟୋତିକୁ ଖୋଜିବା ଅପରେସନ ଚାଲିଥିଲା ।
ମନ୍ତ୍ରୀ ଅଶୋକ ପଣ୍ଡା ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରି ଫେରିଥିଲେ । ବିଧାୟକ ସୁରେଶ ରାଉତରାୟ ଓ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଘଟଣାସ୍ଥଳକୁ ଯାଇଥିଲେ । କଂଗ୍ରେସ କର୍ମୀଙ୍କ ସହ ମିଶି ଉଭୟେ ଜାଗମରା-ସିଟି ୱେମେନ୍ସ କଲେଜ ରାସ୍ତା ଅବରୋଧ କଲେ । ସ୍ମାର୍ଟସିଟିର ମୁକୁଳା ଡ୍ରେନ୍ ଉପରେ ଖୁବ୍ ବର୍ଷିଥିଲେ । ଆଉ କେତେ ଲୋକଙ୍କ ଜୀବନ ଗଲେ, ବିଏମ୍ସି ଚେତିବ ବୋଲି ସେ ପ୍ରଶ୍ନ କରିଥିଲେ । ବିଜେପି ନେତା ବାବୁ ସିଂ ମଧ୍ୟ ଘଟଣାସ୍ଥଳକୁ ଯାଇ ଲୋକଙ୍କ ସହ ‘ଅପରେସନ ଜ୍ୟୋତି’ରେ ସାମିଲ ହୋଇଥିଲେ । ଏନେଇ ସେ ଖଣ୍ଡଗିରି ଥାନାରେ ବିଏମ୍ସି ବିରୋଧରେ ଅଭିଯୋଗ କରିଛନ୍ତି ।
ସୂଚନା ଥାଉ କି, ପୂର୍ବରୁ ମୁକୁଳା ଡ୍ରେନ୍ ଯୋଗୁଁ ରାଜଧାନୀରେ ଏକାଧିକ ଅଘଟଣ ଘଟିଛି । ୨୦୧୫ରେ ନୂଆପଲ୍ଲୀ ମମତାଜ ଅଲ୍ଲୀ ହାଇସ୍କୁଲ ନିକଟ ଡ୍ରେନ୍ରେ ପୁପୁନ ନାମକ ନାବାଳକ ଭାସି ଯାଇଥିଲା । ୨୦୧୭ରେ ଚନ୍ଦ୍ରଶେଖରପୁର ପଟିଆ ଅଞ୍ଚଳରେ ୨ ଜଣ ଭାସିଯାଇଥିଲେ । ୨୦୧୮ ଅଗଷ୍ଟ ୧୩ରେ ୟୁନିଟ୍-୬ ମଙ୍ଗଳା ବସ୍ତିର ଡ୍ରେନ୍ର ସୁଅରେ ପଡ଼ି ହରିମାଷ୍ଟେ୍ରଙ୍କ ମୃତୁ୍ୟ ଘଟିଥିଲା । ୨୦୧୯ ଜୁଲାଇ ୨୮ରେ ନୂଆପଲ୍ଲୀ ଏକାମ୍ର ବିହାରର ଡ୍ରେନ୍ର ପ୍ରଖର ସୁଅରେ ଭାସିଯାଇ ଟି. ଆପିଲାମାଙ୍କ ପ୍ରାଣ ଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons