ତୁଷୁରାରେ ଡବଲ ମର୍ଡର ଘଟଣା:ଭୁଗୁଳି ମଗାକୁ ନେଇ ହତ୍ୟାକାଣ୍ଡ

Get real time updates directly on you device, subscribe now.

ବଲାଙ୍ଗୀର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗ୍ରାମରେ ଗତକାଲି ଗୋଟିଏ ପରିବାରର ଶାଶୂ-ବୋହୂଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଧାଫାଶ କରିଛି ତୁଷୁରା ପୁଲିସ । ସାମାନ୍ୟ ଭୁଗୁଳି(ବାଉଁଶ ଟୋକେଇ) ମଗାକୁ ନେଇ ହତ୍ୟାକାଣ୍ଡ ହୋଇଛି । ଏହି ଘଟଣାରେ ପୁଲିସ ମୃତ ଅମ୍ବିକାଙ୍କ ପୁତୁରା ଜଗନ୍ନାଥ ମେହେର(୪୫)ଙ୍କୁ ଗିରଫ କରିଛି । ଏଥିସହ ହତ୍ୟାରେ ବ୍ୟବହୃତ ଛୁରି ଓ ମୃତକଙ୍କ ପାଖରୁ ନେଇଥିବା ସୁନା ଅଳଙ୍କାର ଜବତ କରିଛି । ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ତୁଫାନ ବାଗ ସୂଚନା ଦେଇଛନ୍ତି ।
ପୁଲିସ ସୂଚନାନୁଯାୟୀ, ଅଭିଯୁକ୍ତ ପୁତୁରା ଜଗନ୍ନାଥ ମେହେର ଓ କାକା ସୁଧାଂଶୁ ମେହେରଙ୍କ ଘର ପାଖକୁ ପାଖ ଲାଗିକି ରହିଛି । କାକାଙ୍କ ପରିବାର ସହ ଜଗନ୍ନାଥର ସେମିତି କିଛି ଭଲ ସମ୍ପର୍କ ନଥିଲା । ଜମିବାଡ଼ି ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ତୁତୁ ମେଁମେଁ ଚାଲିଥିଲା । ଗତକାଲି ଅଭିଯୁକ୍ତ ଜଗନ୍ନାଥ ନିଜ କାକି ଅମ୍ବିକାଙ୍କୁ କ୍ଷେତରେ ସାର ସିଞ୍ଚନ ପାଇଁ ଏକ ଭୁଗୁଳି ମାଗିଥିଲା । ଏଣୁ କାକି ଅମ୍ବିକା ଏକ ପୁରୁଣା ଭୁଗୁଳି ଆଣି ତାଙ୍କୁ ଦେଇଥିଲେ । ଏହାଦେଖି ଜଗନ୍ନାଥ ଭଲ ଭୁଗୁଳିଟିଏ ଦେବା ପାଇଁ କହିଥିଲେ । ଏହା ହିଁ ଅଛି, ତମର ନେବାର ଅଛି ତ ନିଅ ନହେଲେ ନାହିଁ ବୋଲି ରାଗମିଶା ସ୍ୱରରେ କହିଥିଲେ । ଏତିକି କଥାରେ ଜଗନ୍ନାଥ ଉତ୍କ୍ଷିପ୍ତ ହୋଇ ନିଜ ଉପରୁ ନିୟନ୍ତ୍ରଣ ହରାଇ ଯୁକ୍ତିତର୍କ କରିବା ସହ ପାଖରେ ପଡିଥିବା ଏକ ଛୁରିରେ ଅମ୍ବିକାଙ୍କ ଗଳାକାଟି ଦେଇଥିଲେ । ସେମାନଙ୍କ ପାଟି ଶବ୍ଦ ଶୁଣି ଶାଶୁ ପ୍ରେମଶୀଳା ଘଟଣାସ୍ଥଳକୁ ପହଞ୍ଚି ବୋହୂର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ଜଗନ୍ନାଥ କୌଣସି ଉପାୟ ନପାଇ ପ୍ରେମଶୀଳାକୁ ମଧ୍ୟ ଗଳାକାଟି ହତ୍ୟା କରିଥିଲେ । ହତ୍ୟା କରିବା ପରେ ଜଗନ୍ନାଥ ଚାଲିଯାଇଥିଲା । ତେବେ ତଦନ୍ତ ବେଳେ ଜଗନ୍ନାଥର ହାବଭାବ ଏବଂ ସନ୍ଧାନୀ କୁକୁର ବାରମ୍ବାର ତାଙ୍କ ଘରକୁ ଯିବାରୁ ପୁଲିସର ସନେ୍ଦହ ବଢିଥିଲା । ଜଗନ୍ନାଥକୁ ଥାନାକୁ ନେଇ ପଚରାଉଚୁରା କରିବା ପରେ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା ।
ନୂଅାଁପଡ଼ା ଗ୍ରାମ ବସ୍ତିରେ ସୁଧାଂଶୁ ମେହେରଙ୍କ ସମେତ ମାଆ ପ୍ରେମଶୀଳା ଓ ପତ୍ନୀ ଅମ୍ବିକା ରହନ୍ତି । ପ୍ରତିଦିନ ଭଳି ଗତକାଲି ସକାଳେ ସୁଧାଂଶୁ ଘରୁ ବାହାରି ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ଦେଉଳଗୁଡ଼ି ଛକଠାରେ ଥିବା ତାଙ୍କର ଔଷଧ ଦୋକନକୁ ଯାଇଥିଲେ । ତାଙ୍କ ଘର ପାଶ୍ୱର୍ରେ ରହୁଥିବା ସୁଧାଂଶୁଙ୍କ ପୁତୁରା ଦିବ୍ୟସିଂଦେବ ଓ ତାଙ୍କ ସ୍ତ୍ରୀ ଡାହିମାଳସ୍ଥିତ ଆଦର୍ଶ ବିଦ୍ୟାଳୟରେ ଆୟୋଜିତ ମିଟିଂକୁ ଯାଇଥିଲେ । ସେମାନେ ମିଟିଂରୁ ପୂର୍ବାହ୍ନ ୧୧ଟା ୧୦ରେ ଘରକୁ ଫେରିଥିଲେ । ସେତେବେଳେ ଘରେ କାହାରି ପାଟି ଶବ୍ଦ ମଧ୍ୟ ଶୁଣାଯାଉନଥିବାରୁ ସେ ଏଣେତଣେ ବୁଲି ଆବାଜ ଦେଇଥିଲେ । ତଥାପି କେହି ଉତ୍ତର ନଦେବାରୁ ତାଙ୍କ ସନେ୍ଦହ ହେଲା । ଏହାପରେ ସେ ଘର ଭିତରକୁ ଯାଇଥିଲେ । ଉପର ଘର ବାରଣ୍ଡାରେ ପ୍ରେମଶୀଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିବା ବେଳେ ଭିତର କୋଠରୀରେ ଅମ୍ବିକାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଦିବ୍ୟସିଂଦେବ ତାଙ୍କ କାକା ସୁଧାଂଶୁଙ୍କୁ ଫୋନ କରି ଜଣାଇଥିଲେ । ଏହାପରେ ଶ୍ରୀ ମେହେର ତୁଷୁରା ପୁଲିସକୁ ଜଣାଇଥିଲେ । ତୁଷୁରା ଥାନାଧିକାରୀ ସଂଜୀବ ପଧାନଙ୍କ ନେତୃତ୍ୱରେ ଗଠିତ ଟିମ ତଦନ୍ତ କରି ଘଟଣାର ପର୍ଦ୍ଧଫାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons