ଦକ୍ଷତା ଶିକ୍ଷାକୁ ଗୁରୁତ୍ୱ ଦେଇ ଯୁବ ସମାଜକୁ ଉଦ୍ୟମୀ କରିବାକୁ ପଡ଼ିବ: କେନ୍ଦ୍ରମନ୍ତ୍ରୀ

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ବୁ୍ୟରୋ): ଶିକ୍ଷାର ବିକାଶ ପାଇଁ ବହୁ ପଦକ୍ଷେପ ନେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ଶିକ୍ଷାନୀତି ଅନୁସାରେ ଓଡ଼ିଶାରେ ଶିକ୍ଷାକୁ ସର୍ବବ୍ୟାପୀ, ସର୍ବ ସମାବେଶୀ ଓ ସୁଲଭ ମୂଲ୍ୟରେ ପ୍ରଦାନ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ଓଡ଼ିଶାରେ ଦକ୍ଷତା ବିକାଶ ଓ ଶିକ୍ଷାକୁ ଗୁରୁତ୍ୱ ଦେଇ ଯୁବ ସମାଜକୁ ଉଦ୍ୟମୀ କରିବାକୁ ପଡ଼ିବ । ତିନିଦିନିଆ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଅନ୍ତିମ ଦିନରେ ତାଳଚେରରେ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟ (କେଭି)ର ଅସ୍ଥାୟୀ ଶ୍ରେଣୀଗୃହ ସମେତ ବିଭିନ୍ନ ଶିକ୍ଷାନୁÂାନ ପରିଦର୍ଶନ ସହ ସମୀକ୍ଷା କରିବା ଅବସରରେ ଏହା ପ୍ରକାଶ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁକ୍ରବାର ପ୍ରଥମେ ତାଳଚେରର ଅଧିÂାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ନବଦିନାତ୍ମକ ଯାତ୍ରା ଅବସରରେ ମା’ଙ୍କ ଦର୍ଶନ କରିଥିଲେ । ଉଭାସ୍ଥଳୀରେ ପୂଜାର୍ଚ୍ଚନା କରିଥିଲେ । ପରେ ପ୍ରସାଦ ବିତରଣ କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ନିଜେ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବିତରଣ କରିଥିଲେ । ମନ୍ଦିର ପରିସରରେ ସଫେଇ କର୍ମଚାରୀଙ୍କୁ ଭେଟିଥିଲେ ଏବଂ ମନ୍ଦିର ପରିସରର ସ୍ୱଚ୍ଛତାକୁ ଦେଖି ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସେ କହିଲେ, ମା’ ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘର ଠାକୁରାଣୀ । ତାଙ୍କ କୃପା ବିଶ୍ୱବାସୀଙ୍କ ଉପରେ ସର୍ବଦା ରହିଥାଉ ।
ମା’ଙ୍କ ପୂଜା ସ୍ଥଳରେ ପ୍ଲାଷ୍ଟିକ୍ ବ୍ୟବହାରକୁ ନିଷେଧ କରାଯାଇଛି । ପୂଜାସ୍ଥଳରେ ସିଙ୍ଗଲ୍ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ସମସ୍ତ ଶ୍ରଦ୍ଧାଳୁଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି । ସେ କହିଛନ୍ତି ପୂଜାସ୍ଥଳ ସମେତ ସର୍ବସାଧାରଣରେ ପ୍ଲାଷ୍ଟିକ୍ ବିଶେଷ ଭାବରେ ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ର ବ୍ୟବହାର ବନ୍ଦ କରାଯିବା ଦରକାର । ଏହାକୁ ଜନଆନେ୍ଦାଳନର ରୂପ ଦେବାକୁ ପଡ଼ିବ । ଏଥିସହ ତାଳଚେରରେ ବୃକ୍ଷରୋପଣ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।
ମା’ ହିଙ୍ଗୁଳାଙ୍କ ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ତାଳଚେରରେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମ୍ସିଏଲ୍ର ଜଗନ୍ନାଥ ଏବଂ ସୁଭଦ୍ରା ଅଞ୍ଚଳରେ ପ୍ରସ୍ତାବିତ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀଗୃହ ପରିଦର୍ଶନ କରିଥିଲେ । ସେଠାରେ ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହ କଥା ହୋଇଥିଲେ । ଶିକ୍ଷାର ବିକାଶ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନେଉଥିବା ବିଭିନ୍ନ ପଦକ୍ଷେପରେ ଏମ୍ସିଏଲ୍ ସହଯୋଗୀ ହୋଇଥିବାରୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ତାଳଚେରର ପୁରଣା ଆର୍ଟିଓ ବିଲଡିଂ ଠାରେ ଅନ୍ୟ ଏକ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀ ଗୃହ ପରଦର୍ଶନ କରିଥିଲେ । ଏହା ପରେ ଡେରା ପଞ୍ଚାୟତର ନିର୍ମାଣାଧୀନ କୋଲିୟରୀ ହାଇସ୍କୁଲ ବୁଲି ଦେଖିଥିଲେ । ସ୍କୁଲ ନିର୍ମାଣ କାମ ଅଗ୍ରଗତି ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସମେତ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ସେହିପରି ତାଳଚେରଠାରେ ଥିବା ବିଜୁ ପଟ୍ଟନାୟକ କୌଶଳ ପ୍ରଶିକ୍ଷକ ତାଲିମ କେନ୍ଦ୍ରକୁ ଗସ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ ତାଲିମ କେନ୍ଦ୍ରରେ ଦିଆଯାଉଥିବା ପ୍ରଶିକ୍ଷଣ ଉପରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଦେଶର ଯୁବପିଢ଼ିଙ୍କୁ ଭବିଷ୍ୟତର ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ କରିବା ଦିଗରେ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଶିଳ୍ପ ସଂସ୍ଥା ସହ ଶିକ୍ଷାନୁÂାନକୁ ଯୋଡ଼ିବା ପାଇଁ ପ୍ରାଧାନ୍ୟ ଦିଆଯାଇଛି । ବର୍ତ୍ତମାନ ଶିଳ୍ପ ସଂସ୍ଥାଗୁଡ଼ିକ ପ୍ରଶିକ୍ଷଣ, ସ୍କିଲିଂ ଏବଂ ରି-ସ୍କିଲିଂର ଗୁରୁତ୍ୱକୁ ବୁଝିଛନ୍ତି । ଏ ଦୃଷ୍ଟିରୁ ଅନୁଗୁଳ ସମେତ ପଡେ଼ାଶୀ ଜିଲ୍ଲାରେ ଥିବା ଶିଳ୍ପ ଅନୁÂାନରେ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ପଦକ୍ଷେପ ନେବାକୁ କର୍ତ୍ତୃପକ୍ଷଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେବା ସହ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons