ଦଣ୍ଡ ଶୋଭାଯାତ୍ରାରେ ଗଣ୍ଡଗୋଳ ଘଟଣା:ଦେଉଳପଲ୍ଲୀର ୮ ଗିରଫ

Get real time updates directly on you device, subscribe now.

ନୟାଗଡ଼,(ବି.ବି.ନୁ୍ୟଜ): ନୟାଗଡ଼ ସହରରେ ଦଣ୍ଡ ଠାକୁରଙ୍କ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ କରିବା ଅଭିଯୋଗରେ ନୟାଗଡ଼ ଟାଉନ୍ ଥାନା ପୁଲିସ୍ ଆଜି ଦେଉଳପଲ୍ଲୀ ଗ୍ରାମର ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନେ ହେଲେ ମୁନା ପ୍ରଧାନ(୩୮), କାବୁଲି ପ୍ରଧାନ(୪୦), ଆନନ୍ଦ ଚନ୍ଦ୍ର ପ୍ରଧାନ(୪୨), ଆଶିଷ କୁମାର ପ୍ରଧାନ(୨୯), ଶିବାଜୀ ସାମନ୍ତରାୟ(୨୮), ଭାସ୍କର ଜେନା(୨୫), ଉଦୟନାଥ ଭୋଳ(୪୮) ଓ ସୌଭାଗ୍ୟରଞ୍ଜନ ପ୍ରଧାନ(୨୮) ।
ଗିରଫମାନେ ଗତ ୧୩ତାରିଖ ରାତିରେ ମେରୁ ଉତ୍ସବ ଅବସରରେ ଚାଲିଥିବା ଶୋଭାଯାତ୍ରାରେ ଗଣ୍ଡଗୋଳ କରିଥିଲେ । ଗଣ୍ଡଗୋଳରେ ଦୁର୍ଗାପ୍ରସାଦ ଗ୍ରାମର ନବୀନ ପରିଡ଼ା(୨୭) ପ୍ରାଣ ହରାଇଥିବା ବେଳେ ଏବଂ ୧୦ରୁ ଊଦ୍ଧ୍ୱର୍ ଆହତ ହୋଇଥିଲେ । ଟାଉନ୍ ଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ଓ ୩ଜଣ ପୁଲିସ୍ କର୍ମଚାରୀ ମଧ୍ୟ ଢେଲାମାଡ଼ରେ ଆହତ ହୋଇଥିଲେ । ପୁଲିସ ବିଭିନ୍ନ ସ୍ଥାନରୁ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦେଉଳପଲ୍ଲୀ ଗ୍ରାମର ଆହୁରି ଅନେକ ବ୍ୟକ୍ତି ଏହି ମାମଲାରେ ସଂପୃକ୍ତ ରହିଥିବାରୁ ପରବର୍ତ୍ତୀ ସମୟରେ ଗିରଫ ହେବେ ବୋଲି ପୁଲିସ ସୂଚନା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons