ଦୁଇ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର

Get real time updates directly on you device, subscribe now.

ରାଉରକେଲା,(ବି.ବି.ବୁ୍ୟରୋ): ପୁଲିସ୍ ଆଖିରେ ଧୂଳି ଦେଇ ଖସି ଯିବାକୁ ଉଦ୍ୟମ କରୁଥିବା ଦୁଇ ଜଣ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ସ୍ୱତନ୍ତ୍ର ପୁଲିସ୍ ଟିମ୍ କରିଥିଲା ଏନ୍କାଉଣ୍ଟର । ଦୁଇ ଅପରାଧୀଙ୍କୁ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେମାନଙ୍କୁ ଚିକିତ୍ସା ଲାଗି ବୁର୍ଲା ସ୍ଥାନାନ୍ତର କରାଯାଇଛି । ସେମାନଙ୍କଠାରୁ ପୁଲିସ୍ ଦୁଇଟି ୯ ଏମ୍ଏମ୍ ପିସ୍ତଲ, ୭ ରାଉଣ୍ଡ ଗୁଳି ଏବଂ ଏକ ନମ୍ବର ବିହୀନ ବାଇକ୍ ଜବତ କରିଛି । ସେପ୍ଟେରମ୍ବର ମାସ ୧୦ ତାରିଖରେ ରେଲୱେ କଲୋନୀ ଠାରେ ଜିତେନ୍ଦ୍ର ସା ଓରଫ ଗୋରେଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ଏହି ଦୁଇ ଜଣ ସମ୍ପୃକ୍ତ ଥିଲେ ।
ଗୋରେ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ମାଲଗୋଦାମ ଅଞ୍ଚଳର ମହମ୍ମଦ ଗୁଡ୍ଡୁ ଓରଫ ଡେକ୍ଚି (୨୦) ଓ ତାର ସହଯୋଗୀ ଭାଟିରୋଡ଼ ନିବାସୀ ମୁସ୍ତାକ ଆଲାମ (୩୨)ଙ୍କୁ ଧରିବା ଲାଗି ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା । ତେବେ ଉଭୟେ ନୂଆଗାଁ ଅଞ୍ଚଳର ସୋରେଡ଼ାରେ ଆତ୍ମଗୋପନ କରିଥିଲେ । ଏ ସମ୍ପର୍କରେ ପୁଲିସ୍ ଖବର ପାଇବା ପରେ ସେମାନଙ୍କୁ ଧରିବା ଲାଗି ଅଭିଯାନ ଆରମ୍ଭ କରିଥିଲା । ପୁଲିସ୍କୁ ଗୁପ୍ତ ସୂଚନା ମିଳିଥିଲା ଯେ, ଗୁଡ୍ଡୁ ଓ ମୁସ୍ତାକ ବିଶ୍ରା ଆସିବାର ଯୋଜନା କରିଛନ୍ତି । ସେ ନେଇ ପୁଲିସ୍ର ଏକ ସ୍ୱତନ୍ତ୍ର ଟିମ୍ ବିଶ୍ରା ଥାନା ଅନ୍ତର୍ଗତ ମଣ୍ଡପ ଠାରେ ୧୪ ତାରିଖ ରାତିରୁ ହିଁ ଡେରା ପକାଇଥିଲା । ଭୋର ୪.୧୫ ମିନିଟ୍ ସମୟରେ ଏକ ନମ୍ବର ବିହୀନ ବାଇକ୍ରେ ଗୁଡ୍ଡୁ ଓ ମୁସ୍ତାକ ଆସୁଥିବା ବେଳେ ମଣ୍ଡପ ଠାରେ ପୁଲିସ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ସେମାନେ ହଠାତ ପିସ୍ତଲ ବାହାର କରି ପୁଲିସ୍ ଉପରକୁ ଗୁଳି ଚଳାଇଥିଲେ । ଫଳରେ ପୁଲିସ୍ ପାଲଟା ଗୁଳି ଚାଳନା କରିଥିଲା । ପୁଲିସ୍ର ଗୁଳି ଗୁଡ୍ଡୁ ଓ ମୁସ୍ତାକର ଗୋଡ଼ରେ ବାଜିଥିଲା ଓ ସେଠାରେ ସେମାନେ ବାଇକ୍ ସହ ପଡି ଯାଇଥିଲେ । ପୁଲିସ୍ ଉଭୟଙ୍କୁ କାବୁ କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବିଶ୍ରା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲା । ସେଠାରୁ ଉଭୟଙ୍କୁ ଅଧିକ ଚିକିତ୍ସା ଲାଗି ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)କୁ ନିଆଯାଇଥିଲା । ଉଭୟଙ୍କୁ ଆଇଜିଏଚ୍ରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଉଭୟଙ୍କ ଅବସ୍ଥା ଭଲ ଥିବା ସୂଚନା ଦେଇଥିଲେ ରାଉରକେଲା ଏସ୍ପି ମୁକେଶ କୁମାର ଭାମୋ ।
ମହମ୍ମଦ ଗୁଡ୍ଡୁ ନାମରେ ଉଦିତନଗର ଥାନାରେ ୬ଟି ଓ ପ୍ଲାଣ୍ଟସାଇଟ୍ ଥାନାରେ ୩ଟି ମାମଲା ରହିଛି । ସେହିପରି ମୁସ୍ତାକ ନାମରେ ଉଦିତନଗର ଥାନାରେ ୨ଟି, ପ୍ଲାଣ୍ଟସାଇଟ୍ ଏବଂ ବ୍ରାହ୍ମଣୀତରଙ୍ଗ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି । ଏଠାରେ ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ମାସ ୧୦ ତାରିଖରେ ଜିତେନ୍ଦ୍ର ସା ଓରଫ ଗୋରେ ନିଜ ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା । ଏଥିରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତୁ୍ୟ ଘଟିଥିଲା । ପୁଲିସ୍ ବର୍ତ୍ତମାନ ଯାଏ ୫ ଜଣଙ୍କୁ ଗିରଫ କଲାଣି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons