ଦୁର୍ଘଟଣାରେ ଜଣେ ମୃତ

Get real time updates directly on you device, subscribe now.

ଲକ୍ଷ୍ମୀପୁର, (ବି.ବି.ନୁ୍ୟଜ): ଲକ୍ଷ୍ମୀପୁର ଥାନା ବୁର୍ଜା ନିକଟ କଟ୍ରାକଣା ପୋଲଠାରେ ଶୁକ୍ରବାର ଦୁଇଟି କାର୍ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କର ମୃତୁ୍ୟ ଘଟିଛି । ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗାଁର ଜ୍ୟୋତିଭୂଷଣ ଭଟ୍ଟମିଶ୍ର ।
ପାଲିସ ସୂତ୍ରରୁ ପ୍ରକାଶ ଯେ, କୋରାପୁଟରୁ ଏକ ପରିବାର ସେମାନଙ୍କ କାର୍(ଓଡି ୧୦ ଏନ୍ ୧୦୩୪)ରେ ଗୁଣୁପୁର ଅଭିମୁଖେ ବାହାରିଥିଲେ । କଟ୍ରାକଣା ପୋଲରେ ସାମନାପଟରୁ ଆସୁଥିବା ଅନ୍ୟ ଏକ କାର(ଓଆର୍ ୦୨ଟି ୮୩୨୪)ସହିତ ଧକ୍କା ହୋଇଥିଲା । ଫଳରେ ଉଭୟ କାରର ଜଣେ ଲେଖାଏଁ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ଭଟ୍ଟ ମିଶ୍ରଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ମୃତୁ୍ୟ ଘଟିଥିଲା । ଅନ୍ୟ କାରରେ ଥିବା ଗୁରୁତର ମହିଳାଙ୍କୁ ତାଙ୍କ ପରିବାର ଲୋକେ ଚିକିତ୍ସା ପାଇଁ ଅନ୍ୟତ୍ର ନେଇଯାଇଥିଲେ । ଏନେଇ ଥାନାରେ ୧୨୫/୨୧ରେ ଏକ ମାମଲା ରୁଜୁ କରାଯାଇ ଉଭୟ କାର୍କୁ ଜବତ କରାଯାଇଥିବା ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons