ଦୁର୍ଘଟଣାରେ ୨ ଗୁରୁତର

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ): ନନ୍ଦପୁର ଥାନା ନଳାଚୁଅାଁ ଛକ ନିକଟରେ ଆଜି ଏକ ବାଇକ ଓ କାର୍ ମୁହାଁମୁହିଁ ଧକ୍କା ହେବାରୁ ୨ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ ନଳଚୁଆ ଗାଁର ଉଦ୍ଧବ ସାଇଲି (୨୦) ଓ କୃଷ୍ଣ ଶିଶା(୨୮) । ସ୍ଥାନୀୟ ଲୋକେ ଉଭୟ ଆହତଙ୍କୁ ଉଦ୍ଧାରକରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସାପରେ ଉଭୟଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ସତ୍ୟଜିତ୍ ବେଦାନ୍ତ କହିଛନ୍ତି । ପୁଲିସ ସେଠାରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର ଓ ବାଇକକୁ ଜବତ କରି ତଦନ୍ତ କରୁଥିବା ଆଇଆଇସି କପିଳେଶ୍ୱର ବେହେରା କହିଛନ୍ତି ।
ଆଜି ଅପରାହ୍ନରେ ନନ୍ଦପୁର ସହକାରୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ପାତ୍ର ଏକ କାର(ଓଡ଼ି ୦୭ ୱାଇ ୫୫୯୯)ରେ ସେମିଳିଗୁଡା ଯାଉଥିବା ବେଳେ ବିପରୀତ ଦିଗରୁ ନନ୍ଦପୁରକୁ ଆସୁଥିବା ଉଦ୍ଧବଙ୍କ ବାଇକ(ଓଡ଼ି ୨୪ବି ୩୪୨୦)ମୁହାଁମୁହାଁ ଧକ୍କା ହୋଇଥିଲା । ଏଥିରେ ବାଇକ ଚାଳକ ଉଦ୍ଧବ ଓ କୃଷ୍ଣ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣାରେ ସହକାରୀ ଯନ୍ତ୍ରୀ ଶ୍ରୀ ପାତ୍ର ମଧ୍ୟ ଆଳ୍ପକେ ବର୍ତ୍ତିଯାଇଛନ୍ତି । ଉଦ୍ଧବଙ୍କ ଡାହାଣହାତ ଭାଙ୍ଗିଯାଇଥିବା ବେଳେ ବାମ ଗୋଡ଼ ଭାଙ୍ଗି ଯାଇଛି । ସେହିପରି କୃଷ୍ଣଙ୍କ ଛାତିରେ ପ୍ରବଳ ମାଡ଼ ହୋଇଥିବା ବେଳେ ହାତଗୋଡ଼ରେ ମାଡ଼ ହୋଇଛି । ପଟାଙ୍ଗି ବିଧାୟକଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି ସୁନୀଲକୁମାର ସାହୁ ଚିକିତ୍ସା ସମୟରେ ଉପସ୍ଥିତ ରହି କୋରାପୁଟ ସ୍ଥାନାନ୍ତରରେ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons