ଦୁର୍ବୃତ୍ତ ନେଇଗଲେ ଲ୍ୟାପଟପ, ମୋବାଇଲ୍

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଡିଏଚଏଚ୍ରେ ଚିକିତ୍ସିତ ରୋଗୀଙ୍କୁ ରକ୍ତଦାନ କରି ବିଶ୍ରାମ ନେଉଥିବା ଜଣେ ଯୁବକଙ୍କ ଘରୁ ଲ୍ୟାପଟପ୍, ମୋବାଇଲ ଏବଂ ନଗଦ ଟଙ୍କା ଚୋରି ହୋଇଛି । ଲୁଟ୍ ଶିକାର ହୋଇଛନ୍ତି ସ୍ଥାନୀୟ ବେଲରୋଡ୍ ଜମାଲ କଲୋନି ତୃତୀୟ ଲେନ୍ର ମଣିକଣ୍ଠ ଚୌଧୁରୀ । ଚୋରି ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଏ ସମ୍ପର୍କରେ ଶ୍ରୀ ଚୌଧୁରୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତ ୧୨ ତାରିଖ ରାତିରେ ଜଣେ ରୋଗୀଙ୍କୁ ଗୋଟିଏ ୟୁନିଟ୍ ରକ୍ତ ଦରକାର ସମ୍ପର୍କରେ ଶ୍ରୀ ଚୈଧୁରୀ ଖବର ପାଇଥିଲେ । ଜଣେ ସ୍ୱେଚ୍ଛାସେବୀ ହୋଇଥିବାରୁ ତୁରନ୍ତ ରକ୍ତ ଦେବାକୁ ବ୍ଲଡ୍ ବ୍ୟାଙ୍କରେ ପହଞ୍ଚିଥିଲେ । ସେତେବେଳକୁ ଅନ୍ୟ ଜଣେ ଯୁବକ ପହଞ୍ଚି ଗୋଟିଏ ୟୁନିଟ ରକ୍ତ ଦେଇ ସାରିଥିଲେ । ଆବଶ୍ୟକ ନଥିବାରୁ ଘରକୁ ଫେରିବାକୁ ବାହାରିଥିବା ବେଳେ ଅନ୍ୟ ଜଣେ ରୋଗୀଙ୍କୁ ରକ୍ତର ଆବଶ୍ୟକତା ପଡ଼ିଥିଲା । ତୁରନ୍ତ ଶ୍ରୀ ଚୌଧୁରୀ ରକ୍ତ ଦେବାକୁ ପ୍ରସ୍ତୁତ ହୋଇଥିଲେ । ଗୋଟିଏ ୟୁନିଟ୍ ରକ୍ତ ଦେଇ ଘରକୁ ବିଳମ୍ବିତ ରାତିରେ ଫେରିଥିଲେ । ଘରର ଉପର ମହଲାରେ ବିଶ୍ରାମ ନେଇଥିଲେ । ରାତି ପ୍ରାୟ ୩ ଟାରେ ତାଙ୍କ କୋଠରୀର କବାଟ ଖୋଲା ଥିବା ଜଣାପଡିଥିଲା । ରୁମ୍ରେ ଥିବା ୨ଟି ଆଣ୍ଡ୍ରଏଡ଼ ମୋବାଇଲ୍ ଫୋନ୍, ଗୋଟିଏ ଲ୍ୟାପଟପ୍ ଏବଂ ପକେଟରେ ଥିବା ୧୨ ହଜାର ଟଙ୍କା କେହି ଦୁର୍ବୃତ୍ତ ଚୋରାଇ ନେଇଥିବା ଶ୍ରୀ ଚୌଧୁରୀ ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ରାତିରେ ହିଁ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଘଟଣାର ଯାଞ୍ଚ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons